୧୫ ବର୍ଷ ପରେ ହାଇକୋର୍ଟରୁ ମହିଳାଙ୍କୁ ମିଳିଲା ନ୍ୟାୟ

କଟକ,୨୦ା୪(କାର୍ତ୍ତିକ ସାହୁ): ଦୀର୍ଘ ୧୫ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ ଘଟିଛି। ଅଙ୍ଗନଓ୍ବାଡିି କର୍ମୀ ପଦବୀ ନିମନ୍ତେ ଚୟନ ହେବା ପରେ ନିରାଶ ହୋଇଥିବା ଜଣେ ମହିଳାଙ୍କୁ ଶେଷରେ ନ୍ୟାୟ ମିଳିଛି। ମହିଳା ଜଣକ ଅଙ୍ଗନଓ୍ବାଡି କର୍ମୀ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ତାଙ୍କ ନାମକୁ ବେଆଇନ ଭାବେ କାଟି ଦିଆଯାଇଥିଲା। ବିଚାରପତି ଶଶିକାନ୍ତ ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ଆବେଦନକାରୀ ମହିଳା କେମତି ଖସରେଲଙ୍କୁ ଯଥାଶୀଘ୍ର ଅଙ୍ଗନଓ୍ବାଡିି କର୍ମୀ ଭାବେ ନିଯୁକ୍ତି ଦେବାକୁ ବଲାଙ୍ଗୀର ଜିଲା ଅନ୍ତର୍ଗତ ମୁରିବାହାଲ ସିଡିପିଓଙ୍କୁ ଆଦେଶ ଦେଇଛନ୍ତି। ଏଥିସହ ବିଜ୍ଞପ୍ତିର ନିୟମକୁ ଉଲ୍ଲଂଘନ କରି କାହାରିକୁ ଚାକିରି ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ସିଡିପିଓ ପୂର୍ବ ନିଯୁକ୍ତିକୁ ବାତିଲ କରିବା ସହ ଆବେଦନକାରୀଙ୍କୁ ଉକ୍ତ ପଦରେ ନିଯୁକ୍ତି ଦେଇ ୪ ମାସ ମଧ୍ୟରେ ନିଯୁକ୍ତି ପ୍ରମାଣପତ୍ରର ନକଲ ହାଇକୋର୍ଟରେ ଦାଖଲ କରିବା ନିମନ୍ତେ ବିଚାରପତି ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ବଲାଙ୍ଗିର ଜିଲା ଡୁଙ୍ଗୁରିଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ନିମନ୍ତେ ମୁରିବାହାଲ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୦୯ ଜୁଲାଇ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀ କେମତି ଖସରେଲ ଏହି ପଦ ନିମନ୍ତେ ଆବେଦନ କରିଥିଲେ। ସେ ସର୍ବାଧିକ ୫୭% ନମ୍ବର ରହିଥିବାରୁ ତାଙ୍କୁ ଚୟନ କରାଯାଇଥିଲା। ମାତ୍ର ତାଙ୍କ ନାମକୁ କାଟି ଦିଆଯାଇ ୩୭% ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଆବେଦନକାରୀ ମହିଳା ଜଣକ ସପ୍ତମ ଶ୍ରେଣୀରେ ଓଡ଼ିଆରେ ଫେଲ ହୋଇଥିବାରୁ ତାଙ୍କ ନାମ କାଟି ଦିଆଯାଇଥିବା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା। ମାତ୍ର ବିଜ୍ଞପ୍ତି ଅନୁଯାୟୀ ଆବେଦନକାରୀ ଓଡ଼ିଆରେ ଲେଖିପଢ଼ି ଜାଣିଥିବା ଆବଶ୍ୟକ ଓ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ନିୟମ ରହିଥିଲା। ନିଯୁକ୍ତି ପାଇବାରୁ ନିରାଶ ହେବା ପରେ ଆବେଦନକାରୀ ଖସରେଲ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ଅଶ୍ବିନୀ କୁମାର ଦାସ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri