Posted inଖେଳ

ସାନ ଭାଇଙ୍କୁ ଆଉଟ୍‌ କଲେ ବଡ଼ ଭାଇ: ଦେଖନ୍ତୁ ଆଉଟ୍‌ ପରେ କେମିତି ଥିଲା ପ୍ରତିକ୍ରିୟା

ମୁମ୍ବାଇ,୨୯।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ତାଙ୍କ ଭାଇ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରିଛନ୍ତି। ବିଶେଷ କଥା ହେଉଛି ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରି କ୍ରୁନାଲ ଖୁସି ଖୁସି ନ ଥିଲେ। ସୋସିଆଲ ମିଡିଆରେ ଆଉଟ୍‌ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି କ୍ରୁନାଲ ହାର୍ଦ୍ଦିକଙ୍କୁ ଆଉଟ୍‌ କରି କୌଣସି ପ୍ରକାରର ସେଲିବ୍ରେସନ କରିନାହାଁନ୍ତି। ହାର୍ଦ୍ଦିକ ୨୮ ବଲରେ ୩୩ ରନ ସଂଗ୍ରହ କରି କ୍ରୁନାଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସେ ଛକା ମାରିବାକୁ ଉଦ୍ୟମ କରି ସୀମାରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।
ଏହି ମ୍ୟାଚ୍‌ ଲକ୍ଷ୍ନୌ ସୁପର୍‌ ଜ୍ୟାଣ୍ଟସ୍‌କୁ ୫ ଉଇକେଟ୍‌ରେ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମାତ୍ର ୨ ବଲ ପୂର୍ବରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ମହମ୍ମଦ ସାମି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଡାଲଙ୍କ ୧,୦୦୦ତମ ବିଜୟ

ପ୍ୟାରିସ(ଏପି):ମହାନ୍‌ ଟେନିସ ଖେଳାଳି ରାଫାଲ ନାଡାଲଙ୍କ ମ୍ୟାଚ ବିଜୟ ହାସଲ ସଂଖ୍ୟା ୧,୦୦୦ରେ ପହଞ୍ଚତ୍ଛି। ପ୍ୟାରିସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବୁଧବାର ଫେଲିସିଆନୋ ଲୋପେଜଙ୍କୁ ୪-୬,...

ମଉଳୁଛି ଟିମ୍‌ ଇଣ୍ଡିଆର ଆଶା

ଦୁବାଇ,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସେମିଫାଇନାଲ ଆଶା ଧିରେ ଧିରେ ଶେଷ ହେବାକୁ ଯାଉଛି। ବୁଧବାର ଅପରାହ୍ନରେ ଦୁବାଇଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ...

ଲାଇଟ୍ସରେ ପ୍ରାକ୍ଟିସ କରିବ ବିରାଟ ବାହିନୀ

ଇନ୍ଦୋର,୧୨।୧୧- ଭାରତୀୟ ଦଳ ପ୍ରଥମ ଥର ପାଇଁ ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍‌ ଇଡେନ ଗାଡେନ୍ସଠାରେ ଚଳିତ...

ଜାପାନ ଓପନ: ଶେଷ ହେଲା ଭାରତର ଅଭିଯାନ

ଟୋକିଓ,୨୭।୭(ପି.ଟି.)- ଚଳିତ ଜାପାନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଇଭେଣ୍ଟର ସେମିଫାଇନାଲରେ...

ଧୋନୀଙ୍କ ମାଇଲଷ୍ଟୋନ ମ୍ୟାଚ୍‌, ଜିତିଲା ସିଏସ୍‌କେ

ମୁମ୍ବାଇ,୧୬।୪: ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ପ୍ରଥମ ଖେଳାଳି ଭାବେ ୨୦୦ ତମ ମ୍ୟାଚ୍‌ ଖେଳିଛନ୍ତି। ଧୋନୀଙ୍କ ଏହି...

ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ

କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଲେ ରୋହିତ୍‌ ଶର୍ମା

ଆବୁଧାବି, ୨୩।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୫ମ ମୁକାବିଲାରେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି।...

Advertisement
Archives

Model This Week