Posted inଖେଳ

ଧୋନୀଙ୍କ ଆଗରେ ପୁଣି ହାରିଲେ ଅମ୍ପାୟାର: ଦେଖନ୍ତୁ ଭିଡିଓ

ୟୁଏଇ,୨୦।୯: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନୀଙ୍କ ଡିଆରଏସ୍‌ ନେବା ପ୍ରସଙ୍ଗରେ କୌଣସି ତୁଳନା ନାହିଁ। ତାଙ୍କର ସଠିକ ସମୀକ୍ଷା ଯୋଗୁ ପ୍ରଶଂସକ ଡିଆରଏସ୍‌କୁ ଧୋନୀ ସମୀକ୍ଷା ସିଷ୍ଟମ ଆଖ୍ୟା ଦେଇଛନ୍ତି। ଧୋନୀଙ୍କ ଡିଆରଏସ୍‌ ପ୍ରାୟ ଅଧିକାଂଶ ସମୟ ସଫଳ ହୁଅନ୍ତି। ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଅମ୍ପାୟାରଙ୍କ ଦ୍ୱାରା ଆଉଟ୍‌ ନ କରାଯିବା ପରେ ଧୋନୀ ଡିଆରଏସ୍‌ ନେବା ମାତ୍ରେ ମୁମ୍ବାଇର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ ଆଉଟ୍‌ ହୋଇଥିଲେ। ଫଲରେ ଅମ୍ପାୟାର ମଧ୍ୟ ଧୋନୀଙ୍କ ଆଗରେ ଭୁଲ୍‌ ସାବ୍ୟସ୍ତ ହୋଇଥିଲେ।
ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଚାଲିଥିବା ତୃତୀୟ ଓଭରରେ ମୁମ୍ବାଇର ବ୍ୟାଟ୍ସମ୍ୟାନ ଡି କକ ଦୀପକ ଚହରଙ୍କ ପ୍ରଥମ ବଲ ତାଙ୍କ ପ୍ୟାଡ୍‌ରେ ବାଜିଥିଲା। କିନ୍ତୁ ଅନ ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରି ନ ଥିଲେ। ପରେ ଧୋନୀ ଡିଆରଏସ୍‌ ନେଇଥିଲେ। ତୃତୀୟ ଅମ୍ପାୟାର ଡି କକ ଆଉଟ ଘୋଷଣା କରିଥିଲେ। ଫଳରେ ଧୋନଙ୍କ ଆଖି ଅମ୍ପାୟାରଙ୍କ ଅପେକ୍ଷା ଅଧିକ ତୀକ୍ଷ୍ଣ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟସ ଜିତି ମୁମ୍ବାଇକୁ ୧୫୭ ରନ ଲକ୍ଷ୍ୟ ଦେଇଥିଲା, କିନ୍ତୁ ମୁମ୍ବାଇର ଦଳ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୩୬ ରନ୍‌ ରନ କରିପାରିଥିଲା। ଫଳରେ ଚେନ୍ନାଇ ୨୦ ରନ୍‌ରେ ମ୍ୟାଚ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ: ସଚିନ, କୋହଲି, ସେହ୍ବାଗ ସାମିଲ

ସିଡ୍‌ନୀ, ୨୯।୪(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ ମାଇକ ହସି ତାଙ୍କର ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ ଘୋଷଣା କରିଛନ୍ତି। ଏଥିରେ ସେ ୩ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ...

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ବେଙ୍ଗାଲୁରୁ,୧୪।୯: ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ନେଇ ସେ କହିଛନ୍ତି, ନିଜ ଦେଶ ଏବଂ ରାଜ୍ୟ କର୍ନାଟକ...

ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ

କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ...

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗାଭାସ୍କରଙ୍କ ସମର୍ଥନ

ଆଡିଲେଡ,୨୦।୧୨(ପି.ଟି.): ପରାଜୟ ସତ୍ତ୍ୱେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କରିଛନ୍ତି। ଅଷ୍ଟ୍ରେଲୀୟ ବୋଲରମାନେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରିଥିଲେ। ତେଣୁ ବିପର୍ଯ୍ୟୟ...

ଦକ୍ଷୀଣ ଏସୀୟ କ୍ରୀଡା: ସସ୍ମିତା, ସତ୍ୟଜିତଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷୀଣ ଏସିୟ କ୍ରୀଡାର ଖୋ ଖୋ ବିଭାଗରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ...

ଆର୍‌ସିଏ ନିର୍ବାଚନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଢ଼ିବେ

ଜୟପୁର,୧୩।୯(ପିଟି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ରାଜସ୍ଥାନ କ୍ରିକେଟ ଆସୋସିଏଶନ(ଆରସିଏ) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଆସୋସିଏଶନର ନିର୍ବାଚନ...

କ୍ରିକେଟକୁ ଫେରିଲେ ଏହି ମହାନ ଅଲରାଉଣ୍ଡର

ଢାକା,୪ା୧- ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଶାକିବ ଅଲ ହାସନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଲାଗି...

୪୮,୩୯୦ କୋଟି ଟଙ୍କାରେ ବିକ୍ରି ହେଲା ଆଇପିଏଲ୍‌ ମିଡିଆ ରାଇଟ୍‌

ନୂଆଦିଲ୍ଲୀ,୧୪।୬: ଆଗାମୀ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରସାରଣ ଅଧିକାର ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଭାରତରେ ଟିଭି ଓ ଡିଜିଟାଲ ସମେତ ପୂରା...

Advertisement
Archives

Model This Week