Posted inଖେଳ

ଆଇପିଏଲ୍‌ ୨୦୨୦: ପଞ୍ଜାବ, ରାଜସ୍ଥାନ ଦଳର ଟ୍ରେନିଂ ଆରମ୍ଭ

ଦୁବାଇ, ୨୭।୮(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳର ଖେଳାଳିମାନେ ବୁଧବାର ଟ୍ରେନିଂ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ଏହି ଦୁଇ ଦଳର ଖେଳାଳିମାନେ ଏଠାରେ ପହଞ୍ଚତ୍ବାପରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହି ଅବସରରେ ସେମାନଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିଙ୍ଗ୍ସ ଇଲେଭେନ ଓ ରୟାଲ୍ସ ଦଳ ଦୁବାଇରେ ଅବସ୍ଥାନ କରୁଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁସାରେ କ୍ୱାରାଣ୍ଟାଇନ୍‌ର ୧ମ, ୩ୟ ଓ ୬ଷ୍ଠ ଦିବସରେ କୋଭିଡ ଟେଷ୍ଟ ହୋଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବାପରେ ସେମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ମିଳିଥିଲା। କ୍ୱାରାଣ୍ଟାଇନ୍‌ ଅବସରରେ ଖେଳାଳିମାନଙ୍କୁ ନିଜ ହୋଟେଲ୍‌ ରୁମ୍‌କୁ ମଧ୍ୟ ଯିବାକୁ ଅନୁମତି ଦିଆ ଯାଇ ନ ଥିଲା। ମଙ୍ଗଳବାର ଦୁବାଇରେ ପହଞ୍ଚତ୍ଥିବା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଓ ହର୍ଡୁସ ଭିଲଜନ ୬ ଦିନିଆ କ୍ୱାରାଣ୍ଟାଇନ୍‌ ପରେ ଯଥାକ୍ରମେ ରାଜସ୍ଥାନ ଓ ପଞ୍ଜାବ ଦଳରେ ଯୋଗଦେବେ। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ ଜୈବ-ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଏବଂ ସମାନ କାରଣ ପାଇଁ ୨୦୧୪ରେ ୟୁଏଇରେ ଆଇପିଏଲର ପ୍ରଥମଭାଗ ଅନୁଷ୍ଠିତ ହୋଇଥିଲା।
ଗୁରୁବାରଠାରୁ ରୟାଲ ଚ୍ୟାଲେଞ୍ଜର୍ସ
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଦଳର ଟ୍ରେନିଂ କ୍ୟାମ୍ପ ଗୁରୁବାରଠାରୁ ଆରମ୍ଭ ହେବ। ”ଖେଳାଳିମାନେ ଗତ କିଛିମାସଧରି ବିଭିନ୍ନ ପରିବେଶରେ ସମୟ କଟାଇଛନ୍ତି। ସେମାନଙ୍କ ଫିଟ୍‌ନେସ ସ୍ତର ଏବଂ ଟ୍ରେନିଂ ମଧ୍ୟ ସମାନ ନାହିଁ। ତେଣୁ ସମସ୍ତଙ୍କ ପାଇଁ ସମାନ ଟ୍ରେନିଂ ଉପଯୁକ୍ତ ହେବନାହିଁ। ସପୋର୍ଟ ଷ୍ଟାଫ ଟିମ୍‌ ଏଥିପାଇଁ କାମ କରୁଛନ୍ତି ଏବଂ ଖେଳାଳିଙ୍କ ମାନସିକ, ଶାରୀରିକ ଓ ଭାବାବେଗ ଅନୁସାରେ
କିପରି ସେମାନଙ୍କୁ ଆଗାମୀ ସିଜନ ପାଇଁ ପ୍ରସ୍ତୁତ କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି“ ବୋଲି ଆର୍‌ସିବି କ୍ରିକେଟ ଅପରେଶନ ନିର୍ଦ୍ଦେଶକ ମାଇକ ହେସନ ପ୍ରକାଶ କରିଛନ୍ତି। କୋହଲିଙ୍କ ଦଳ ଏବେ ମଧ୍ୟ ଆଇପିଏଲ ଟାଇଟଲ ସ୍ବାଦ ଚାଖିବା ଅପେକ୍ଷାରେ ଅଛି। ଗତ ସିଜନ ଗୁଡ଼ିକରେ ଦଳ ନିକଟତର ହୋଇଥିଲେ ହେଁ ବିଫଳ ହୋଇଥିଲା। ଖେଳାଳିମାନେ ଆଇସିସି କ୍ରିକେଟ ଏକାଡେମୀରେ ଟ୍ରେନିଂ ନେଇ ସେମାନଙ୍କୁ ପ୍ରସ୍ତୁତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?