Posted inଖେଳ

ଆଇପିଏଲ୍‌ ୨୦୨୦: ପଞ୍ଜାବ, ରାଜସ୍ଥାନ ଦଳର ଟ୍ରେନିଂ ଆରମ୍ଭ

ଦୁବାଇ, ୨୭।୮(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳର ଖେଳାଳିମାନେ ବୁଧବାର ଟ୍ରେନିଂ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ଏହି ଦୁଇ ଦଳର ଖେଳାଳିମାନେ ଏଠାରେ ପହଞ୍ଚତ୍ବାପରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହି ଅବସରରେ ସେମାନଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିଙ୍ଗ୍ସ ଇଲେଭେନ ଓ ରୟାଲ୍ସ ଦଳ ଦୁବାଇରେ ଅବସ୍ଥାନ କରୁଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁସାରେ କ୍ୱାରାଣ୍ଟାଇନ୍‌ର ୧ମ, ୩ୟ ଓ ୬ଷ୍ଠ ଦିବସରେ କୋଭିଡ ଟେଷ୍ଟ ହୋଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବାପରେ ସେମାନଙ୍କୁ ଟ୍ରେନିଂ ପାଇଁ ଅନୁମତି ମିଳିଥିଲା। କ୍ୱାରାଣ୍ଟାଇନ୍‌ ଅବସରରେ ଖେଳାଳିମାନଙ୍କୁ ନିଜ ହୋଟେଲ୍‌ ରୁମ୍‌କୁ ମଧ୍ୟ ଯିବାକୁ ଅନୁମତି ଦିଆ ଯାଇ ନ ଥିଲା। ମଙ୍ଗଳବାର ଦୁବାଇରେ ପହଞ୍ଚତ୍ଥିବା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଓ ହର୍ଡୁସ ଭିଲଜନ ୬ ଦିନିଆ କ୍ୱାରାଣ୍ଟାଇନ୍‌ ପରେ ଯଥାକ୍ରମେ ରାଜସ୍ଥାନ ଓ ପଞ୍ଜାବ ଦଳରେ ଯୋଗଦେବେ। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ ଜୈବ-ସୁରକ୍ଷିତ ପରିବେଶରେ ଅନୁଷ୍ଠିତ ହେବ। ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଏବଂ ସମାନ କାରଣ ପାଇଁ ୨୦୧୪ରେ ୟୁଏଇରେ ଆଇପିଏଲର ପ୍ରଥମଭାଗ ଅନୁଷ୍ଠିତ ହୋଇଥିଲା।
ଗୁରୁବାରଠାରୁ ରୟାଲ ଚ୍ୟାଲେଞ୍ଜର୍ସ
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଦଳର ଟ୍ରେନିଂ କ୍ୟାମ୍ପ ଗୁରୁବାରଠାରୁ ଆରମ୍ଭ ହେବ। ”ଖେଳାଳିମାନେ ଗତ କିଛିମାସଧରି ବିଭିନ୍ନ ପରିବେଶରେ ସମୟ କଟାଇଛନ୍ତି। ସେମାନଙ୍କ ଫିଟ୍‌ନେସ ସ୍ତର ଏବଂ ଟ୍ରେନିଂ ମଧ୍ୟ ସମାନ ନାହିଁ। ତେଣୁ ସମସ୍ତଙ୍କ ପାଇଁ ସମାନ ଟ୍ରେନିଂ ଉପଯୁକ୍ତ ହେବନାହିଁ। ସପୋର୍ଟ ଷ୍ଟାଫ ଟିମ୍‌ ଏଥିପାଇଁ କାମ କରୁଛନ୍ତି ଏବଂ ଖେଳାଳିଙ୍କ ମାନସିକ, ଶାରୀରିକ ଓ ଭାବାବେଗ ଅନୁସାରେ
କିପରି ସେମାନଙ୍କୁ ଆଗାମୀ ସିଜନ ପାଇଁ ପ୍ରସ୍ତୁତ କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଉଛି“ ବୋଲି ଆର୍‌ସିବି କ୍ରିକେଟ ଅପରେଶନ ନିର୍ଦ୍ଦେଶକ ମାଇକ ହେସନ ପ୍ରକାଶ କରିଛନ୍ତି। କୋହଲିଙ୍କ ଦଳ ଏବେ ମଧ୍ୟ ଆଇପିଏଲ ଟାଇଟଲ ସ୍ବାଦ ଚାଖିବା ଅପେକ୍ଷାରେ ଅଛି। ଗତ ସିଜନ ଗୁଡ଼ିକରେ ଦଳ ନିକଟତର ହୋଇଥିଲେ ହେଁ ବିଫଳ ହୋଇଥିଲା। ଖେଳାଳିମାନେ ଆଇସିସି କ୍ରିକେଟ ଏକାଡେମୀରେ ଟ୍ରେନିଂ ନେଇ ସେମାନଙ୍କୁ ପ୍ରସ୍ତୁତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri