ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା, ପରଫର୍ମାନ୍ସ ଓ ବ୍ୟାଟେରୀ ସହ AI ଫିଚର୍ ଉପରେ ମଧ୍ୟ କମ୍ପାନୀ ବିଶେଷ ଗୁରୁତ୍ୱ ଦେଇଛି। ନୂଆ iPhoneରେ ପ୍ରଥମ ଥର ପାଇଁ 48MP Fusion Main କ୍ୟାମେରା ସହ Variable Aperture ଫିଚର ଦିଆଯାଇଛି। ଏହାଛଡ଼ା A20 Pro ଚିପ୍ସେଟ, ଉନ୍ନତ ଥର୍ମାଲ ମ୍ୟାନେଜମେଣ୍ଟ ଓ ଅପଗ୍ରେଡେଡ Dynamic Island ମଧ୍ୟ ମିଳିବ।
ଆଇଫୋନ୍ 18 Proର ପ୍ରାରମ୍ଭିକ ମୂଲ୍ୟ ୧,୬୪,୯୦୦ ଟଙ୍କା, ଯେତେବେଳେ ଆଇଫୋନ୍ 18 Pro Maxର ଦାମ ୧,୭୯,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ଉଭୟ ମଡେଲକୁ ୨୫୬GB, ୫୧୨GB, ୧TB ଓ ୨TB ଷ୍ଟୋରେଜ ବିକଳ୍ପରେ ଲଞ୍ଚ କରାଯାଇଛି। ଫୋନ୍ଗୁଡ଼ିକ ବ୍ଲାକ, ସିଲଭର୍, ଗ୍ଲେସିୟର୍ ଓ ନୂଆ Burgundy କଲରରେ ଉପଲବ୍ଧ ହେବ। Apple ଅନୁସାରେ, iPhone 18 Pro ଓ iPhone 18 Pro Max ପାଇଁ ସେପ୍ଟେମ୍ବର ୧୨ରୁ ପ୍ରି-ଅର୍ଡର ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୧୮ରୁ ବିକ୍ରି ଆରମ୍ଭ ହେବ।
iPhone 18 Pro ସିରିଜର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର କ୍ୟାମେରା ସିଷ୍ଟମ। ଫୋନରେ 48MP Fusion Main କ୍ୟାମେରା ଦିଆଯାଇଛି, ଯେଉଁଥିରେ ପ୍ରଥମ ଥର Variable Aperture ସପୋର୍ଟ ମିଳୁଛି। କ୍ୟାମେରାରେ ୬ଟି ଲେଜର୍-କଟ ବ୍ଲେଡ ରହିଛି, ଯାହା ବିଭିନ୍ନ ଅପଚର୍ର୍ ମଧ୍ୟରେ ପରିବର୍ତ୍ତନ କରିପାରିବ। ଏହା ଫଳରେ କମ ଆଲୋକରେ ଭଲ ଫଟୋ ଉଠାଇବା ସହ ଫଟୋର Depth of Field ଉପରେ ଅଧିକ ନିୟନ୍ତ୍ରଣ ମିଳିବ।
ୟୁଜର୍ସମାନେ Camera Appରେ Aperture, Shutter Speed ଓ White Balance ଭଳି ସେଟିଂକୁ ମାନୁଆଲ ଭାବେ ମଧ୍ୟ ଆଡଜଷ୍ଟ କରିପାରିବେ।
Apple iPhone 18 Proରେ ଏକ ନୂଆ Reference Image ଫିଚର ମଧ୍ୟ ଦେଇଛି। ଏହା ମାଧ୍ୟମରେ ୟୁଜର୍ମାନେ ଫଟୋର ମୂଳ ଭର୍ସନ ଓ ପରେ କରାଯାଇଥିବା ଏଡିଟ୍କୁ ଅଲଗା କରି ଚିହ୍ନଟ କରିପାରିବେ।
କମ୍ପାନୀ ଅନୁସାରେ, କ୍ୟାମେରା ସେନ୍ସରୁ ମିଳିଥିବା ତଥ୍ୟ ଆଧାରରେ ଏକ ରେଫରେନ୍ସ ପ୍ରସ୍ତୁତ ହେବ, ଯାହାକୁ ପରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ଫଟୋ ଜର୍ନାଲିଷ୍ଟ ଓ ପ୍ରଫେସନାଲ ଫଟୋଗ୍ରାଫର୍ଙ୍କ ପାଇଁ ଏହି ଫିଚର ଉପଯୋଗୀ ହୋଇପାରେ। AI ଦ୍ୱାରା ତିଆରି କିମ୍ବା ଏଡିଟ ହୋଇଥିବା ଫଟୋ ଚିହ୍ନଟ ପାଇଁ Image Metadata ଓ SynthID ସପୋର୍ଟ ବିଷୟରେ ମଧ୍ୟ Apple ସୂଚନା ଦେଇଛି।

