ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ (iPhone Duo) ବଜାରକୁ ଆଣିବା ପରେ ଭାରତୀୟ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। କମ୍ପାନୀ ଭାରତରେ ନିଜର ପୁରୁଣା ଆଇଫୋନ ମଡେଲଗୁଡ଼ିକର ଦାମରେ ଯଥେଷ୍ଟ ବୃଦ୍ଧି କରିଛି। ନୂଆ ମୂଲ୍ୟ ଅନୁଯାୟୀ, ଆଇଫୋନ ୧୭, ଆଇଫୋନ ୧୭e ଏବଂ ଆଇଫୋନ ଏୟାର୍‌ର କୋଟି କୋଟି ଗ୍ରାହକଙ୍କୁ ଏବେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଆଇଫୋନ ୧୭ ହେଲା ୧୭,୦୦୦ ଟଙ୍କା ମହଙ୍ଗା ଆପଲର ଆଇଫୋନ ୧୭ (iPhone 17) ର ୨୫୬GB ମଡେଲର ପ୍ରାରମ୍ଭିକ ମୂଲ୍ୟ ଏବେ ୯୯,୯୦୦ ଟଙ୍କା ହୋଇଯାଇଛି। ଏହା ସହିତ ୫୧୨GB ମଡେଲର ମୂଲ୍ୟ ୧,୨୪,୯୦୦ ଟଙ୍କାକୁ ବୃଦ୍ଧି ପାଇଛି। ଲଞ୍ଚ ସମୟରେ ଆଇଫୋନ ୧୭ ର ମୂଳ ଦାମ ୮୨,୯୦୦ ଟଙ୍କା ଥିଲା। ଅର୍ଥାତ୍‌ ଏହାର ବେସ ମଡେଲରେ ସିଧାସଳଖ ୧୭,୦୦୦ ଟଙ୍କାର ବୃଦ୍ଧି ଘଟିଛି।

ଆଇଫୋନ ଏୟାର୍‌ର ଦାମ୍‌ରେ ବି ବଡ଼ ବୃଦ୍ଧିକମ୍ପାନୀ ଆଇଫୋନ ଏୟାର୍‌ (iPhone Air) ର ମୂଲ୍ୟ ମଧ୍ୟ ଅପଡେଟ କରିଛି: ୨୫୬GB ମଡେଲ: ୧,୪୯,୯୦୦ ଟଙ୍କା (ପୂର୍ବରୁ ୧,୧୯,୯୦୦ ଟଙ୍କା ଥିଲା) ୫୧୨GB ମଡେଲ: ୧,୭୪,୯୦୦ ଟଙ୍କା (ପୂର୍ବରୁ ୧,୩୯,୯୦୦ ଟଙ୍କା ଥିଲା) ୧TB ମଡେଲ: ୨,୨୪,୯୦୦ ଟଙ୍କା (ପୂର୍ବରୁ ୧,୫୯,୯୦୦ ଟଙ୍କା ଥିଲା)ଆଇଫୋନ ୧୭eର ଦାମରେ ସବୁଠୁ ଅଧିକ ପ୍ରତିଶତ ବୃଦ୍ଧି ଚଳିତ ବର୍ଷ ମାର୍ଚ୍ଚ ୨ ରେ ଲଞ୍ଚ ହୋଇଥିବା ଶସ୍ତା ଆଇଫୋନ ୧୭e (iPhone 17e) ର ମୂଲ୍ୟରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି: ୨୫୬GB ମଡେଲ: ଏବେ ୭୯,୯୦୦ ଟଙ୍କା (ଲଞ୍ଚ ମୂଲ୍ୟ ୬୪,୯୦୦ ଟଙ୍କା ଥିଲା) ୫୧୨GB ମଡେଲ: ଏବେ ୧,୦୪,୯୦୦ ଟଙ୍କା (ଲଞ୍ଚ ମୂଲ୍ୟ ୮୪,୯୦୦ ଟଙ୍କା ଥିଲା )।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri