ରାଜସ୍ବ ଫାଙ୍କି ରୋକିବ ଆଇଓଟି ଡିଭାଇସ୍‌

ଯୋଡ଼ା,୨୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଲୁହାପଥର ମାନରେ ହେର୍‌ଫେର ନେଇ ହେଉଥିବା ଅଭିଯୋଗକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିଛନ୍ତି। ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଫେବୃୟାରୀ ୧୩ରେ ଇଣ୍ଟର୍‌ନେଟ ଅଫ୍‌ ଥିଙ୍ଗସ(ଆଇଓଟି) ଡିଭାଇସ୍‌ ଯୋଡ଼ା ଖଣି ଉପନିର୍ଦ୍ଦେଶାଳୟରେ ସ୍ଥାପନ କରାଯାଇଛି। ଏହି ଯନ୍ତ୍ର ଦ୍ୱାରା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଖଣିଜ ମାନରେ ଚଞ୍ଚକତାକୁ ରୋକାଯାଇପାରିବ। ଖଣିରୁ ଖଣିଜ ନମୁନା ସଂଗ୍ରହ ବେଳେ ଜିଓ ରେଫରେନ୍ସ ଜରିଆରେ ଜିପିଏସ୍‌ ଟେକ୍ନୋଲୋଜି ମାଧ୍ୟମରେ ଖଣିଜ ଷ୍ଟାକ୍‌ର ର଼୍ୟାଣ୍ଡମ ଜେନେରେଶନ ସାମ୍ପଲିଂ ଲୋକେଶନ ପ୍ରଣାଳୀରେ ନମୁନା ସଂଗ୍ରହ କରି ଆଇଓଟି ଡିଭାଇସ୍‌ ଜରିଆରେ ମାନ ଯାଞ୍ଚ କରାଯିବ। ପରବର୍ତ୍ତୀ ସମୟରେ ଖଣିର ନାମକୁ ଗୋପନରେ ରଖି କେବଳ କ୍ୟୁଆର୍‌କୋଡ୍‌ ଜରିଆରେ ଖଣିଜର ମାନ ଜାଣି ହେବ। ଏଥିରେ ହେର୍‌ଫେର ବା ମାନରେ କୌଣସି ଅସାଧୁ ଉପାୟ ଅବଲମ୍ବନ କରିହେବ ନାହିଁ। ଏହି ଡିଭାଇସ୍‌ ଯୋଡ଼ା ଖଣି ମଣ୍ଡଳରେ ଚାଲୁଥିବା ୩୧ ଖଣିରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ କରୁଛି। ପୂର୍ବରୁ କିଛି ଅସାଧୁ ଲିଜ୍‌ଧାରୀ ଗ୍ରେଡ୍‌ରେ ହେରଫେର କରି ରାଜସ୍ବ ଫାଙ୍କୁଥିଲେ। ଏପରି କି ଉଚ୍ଚମାନର ଲୁହା ପଥରକୁ ନିମ୍ନମାନର ଦର୍ଶାଇ କମ୍‌ ମୂଲ୍ୟରେ ରୟାଲ୍‌ଟି ଦିଆଯାଉଥିବାରୁ ରାଜ୍ୟ ସରକାର ବିପୁଳ ପରିମାଣରେ ରାଜସ୍ବ ହରାଉଥିବା ଅଭିଯୋଗ ହୋଇଆସୁଥିଲା। ଖଣି ବିଭାଗ ଏହାକୁ ରୋକିବା ପାଇଁ ଯୋଡ଼ାରେ ପ୍ରଥମ କରି ଏହି ପ୍ରଯୁକ୍ତି ବିଦ୍ୟା ସମ୍ମିଳିତ ଆଇଓଟି ଡିଭାଇସ୍‌ର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri