ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ୁପଡ଼ୁ ଯୁବକଙ୍କ ହ୍ବାଟ୍ସଆପ୍‌ରେ ପହଞ୍ଚି ଯାଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ପରେ….

ଭୁବନେଶ୍ୱର,୨୫।୨: ନିଜକୁ ନୌସେନା ଅଧିକାରୀ କହି ଗଢ଼ିଲେ ସମ୍ପର୍କ । ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ । ପରେ ଯୁବତୀଙ୍କୁ ବ୍ଲାକ୍‌ମେଲ  କଲେ। ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ କରିଦେଲେ। ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ  ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସୌମ୍ୟରଞ୍ଜନ ମିଶ୍ର। ତାଙ୍କ ଘର ଜଗତସିଂହପୁରରେ।
ସମ୍ପୃକ୍ତ ଯୁବତୀ ଜଣଙ୍କ ଏକ ମାଟ୍ରିମୋନିଆଲ ସାଇଟ୍‌ରେ ତାଙ୍କର ଏକ ପ୍ରୋଫାଇଲ ଖୋଲିଥିଲେ। ପ୍ରୋଫାଇଲ ଦେଖି ସୌମ୍ୟରଞ୍ଜନ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣଙ୍କ ଏ ନେଇ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଘର ଲୋକେ ସୌମ୍ୟରଞ୍ଜନଙ୍କ ସହିତ ଯୋଗାଯୋଗ କରିଥିଲେ। ସୌମ୍ୟରଞ୍ଜନ ନିଜକୁ ଜଣେ ନୌସେନା ଅଧିକାରୀ ଭାବେ ପରିଚୟ ଦେଇଥିଲେ। ସେ ମୁମ୍ବାଇରେ ରହୁଥିବା  କହିଥିଲେ। ଏଭଳି ମିଥ୍ୟା ତଥ୍ୟ ଦେଇ ସେ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସୁଯୋଗ ଦେଖି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେହି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଦେଖାଇ ସେ ବ୍ଲାକ୍‌ମେଲ୍‌ କରିଥିଲେ।
ପରେ ଯୁବତୀ ଜଣଙ୍କ  ପରିବାର ଲୋକଙ୍କୁ କହି  ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। ଏ ନେଇ ସୌମ୍ୟରଞ୍ଜନ ଯୁବତୀଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡାକି ନିର୍ଯ୍ୟାତନା ଦେବା ସହିତ ଭିଡିଓ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ ଯୁବତୀ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ସତ୍ତ୍ୱେ ଯୁବତୀଙ୍କ ପିଛା ଛାଡ଼ି ନଥିଲେ ସୌମ୍ୟରଞ୍ଜନ। ଅନ୍ୟତ୍ର ବିବାହ ପାଇଁ ଯୁବତୀଙ୍କର ପ୍ରସ୍ତାବ ପଡ଼ିବା ଜାଣି ସେ ଏହାକୁ ଭାଙ୍ଗି ଦେବା ପାଇଁ ତାଙ୍କ ଘରକୁ ଆସିଥିଲେ।
ଏତିକିରେ କଥା ଶେଷ ହୋଇ ନ ଥିଲା ଏମିତିକି ଯେଉଁ ଯୁବକଙ୍କ ସହିତ ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ୁଥିଲା ତାଙ୍କ ନିକଟକୁ ସୌମ୍ୟ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ହ୍ବାଟ୍ସଆପ୍‌ ପଠାଇ ଦେଉଥିଲେ। ଏହା ସହିତ ଉକ୍ତ ଯୁବକଙ୍କୁ ମଧ୍ୟ ବିବାହ ନ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?