ଆଇନର ବ୍ୟାଖ୍ୟାନ

ବମ୍ବେ ହାଇକୋର୍ଟ ବିଚାରପତି ପୁଷ୍ପା ଗନେଡିଓ୍ବାଲାଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଯଦି କୌଣସି ପୁରୁଷ ଜଣେ କିଶୋରୀର ପୋଷାକ ଉପରୁ ସ୍ତନକୁ ଛୁଅନ୍ତି, ତେବେ ତାହା ଯୌନ ଅପରାଧ ହେବ ନାହିଁ। ଯଦି ପୁରୁଷ ଏବଂ ସାନ ଝିଅ ମଧ୍ୟରେ ଚର୍ମରୁ ଚର୍ମ ସ୍ପର୍ଶ ହେଉନାହିଁ, ତେବେ ପ୍ରୋଟେକ୍‌ଶନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍ସ (ପୋକ୍‌ସୋ) ଆଇନ ଅନୁଯାୟୀ ଦଣ୍ଡନୀୟ ନୁହେଁ। କିନ୍ତୁ ବିଚାରପତି ପୁଷ୍ପା କହିଛନ୍ତି ଯେ, ଏହା ପୋକ୍‌ସୋରେ ଦଣ୍ଡନୀୟ ନ ହେଲେ ମଧ୍ୟ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୫୪ ଅନୁଯାୟୀ ଅପରାଧ ବିବେଚିତ ହେବ। ଏହି ଧାରାରେ କୁହାଯାଇଛି ଯେ, ମହିଳାଙ୍କ ଯୌନାଙ୍ଗ ଛୁଇଁଲେ ତାହା ଯୌନ ଅତ୍ୟାଚାର ବିବେଚିତ ହେବ ଏବଂ ସେଥିପାଇଁ ୧ରୁ ୫ ବର୍ଷ ଯାଏ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ପୋକ୍‌ସୋ ଆଇନର ଧାରା ୭ରେ ଯେଉଁଭଳି ଭାବେ ଜଣେ ଶିଶୁର ଗୁପ୍ତାଙ୍ଗକୁ ଛୁଇଁବା ନେଇ ବର୍ଣ୍ଣନା କରାଯାଇଛି, ସେଥିରୁ ବୁଝାପଡୁଛି ଯେ ପୋଷାକ ଉପରୁ ଛୁଇଁଲେ ତାହା ଯୌନ ନିର୍ଯାତନା ହେବନାହିଁ।
ଏହି ରାୟ ପରେ ଅନେକ ତର୍କବତର୍କ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ବ୍ୟତୀତ ନ୍ୟାଶନାଲ୍‌ କମିଶନ ଫର୍‌ ପ୍ରୋଟେକ୍‌ଶନ୍‌ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନ୍‌ସିପିସିଆର୍‌) ୨୫ ଜାନୁୟାରୀ ୨୦୨୧ରେ ଚିଠି ଲେଖି ମହାରାଷ୍ଟ୍ର ରାଜ୍ୟ ସରକାରଙ୍କୁ ଏହି ରାୟ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଦେଶ ଦେଇଛନ୍ତି। କମିଶନଙ୍କ କହିବା ଅନୁଯାୟୀ, ଫୌଜଦାରି ଆବେଦନ ୧୬୧/୨୦୨୦ ସତୀଶ ବନାମ ମହାରାଷ୍ଟ୍ର ସରକାର ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଓକିଲ ଦକ୍ଷତାର ସହିତ ଲଢ଼ିପାରି ନାହାନ୍ତି। ଏଥିରେ କୁହାଯାଇଛି, ପୋକ୍‌ସୋ ଆଇନର ମୂଳ ଉଦ୍ଦେଶ୍ୟକୁ ବୁଝାଯାଇ ପାରିଥିଲେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ର ମତ ଭିନ୍ନ ହୋଇଥାନ୍ତା। ହୁଏତ ମହାରାଷ୍ଟ୍ର ସରକାରଙ୍କ ଓକିଲ ମାମଲାକୁ ଦୃଢ଼ ଭାବେ ଲଢ଼ିବାରେ ବିଫଳ ହୋଇଛନ୍ତି। ଆଇନଜୀବୀ ହୋଇ ନ ଥିଲେ ମଧ୍ୟ ଏତିକି ବୁଝିହେଉଛି ଯେ ବିଚାରପତିଙ୍କ ଦ୍ୱାରା ପୋକ୍‌ସୋ ଆଇନର ଦୁର୍ବଳତା ପଦାକୁ ଆସିଛି। ଯଦି ସେହି ଆଇନରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୫୪ ଧାରା ଭଳି ସ୍ପଷ୍ଟ ବ୍ୟବସ୍ଥା ରହିଥାନ୍ତା, ତେବେ ମୂଳ ତଦନ୍ତ ବେଳେ ତଦନ୍ତକାରୀମାନେ ଠିକ୍‌ ବାଟରେ ଯାଇଥାନ୍ତେ। କିନ୍ତୁ ଆଜିର ବ୍ୟବସ୍ଥାରେ ପିଲାଙ୍କ ସମ୍ପର୍କରେ କୌଣସି ମାମଲା ହେଲେ ପୋକ୍‌ସୋ ଆଇନଭୁକ୍ତ ହୋଇଯାଉଛି। ସେଥିପାଇଁ ଏନ୍‌ସିପିସିଆର୍‌ ତରଫରୁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ସଜାଗ କରାଇବା ଅଧିକ ମଙ୍ଗଳଦାୟକ ହୋଇଥାନ୍ତା। ପୋକ୍‌ସୋ ଭଳି ଗୋଟିଏ ଆଇନର ଦୁର୍ବଳତା ଜାଣିବା ପରେ ତା’ର ସଂଶୋଧନ କେବଳ କେନ୍ଦ୍ର ସରକାର କରିପାରିବେ। ଏହା ଭାରତରେ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି, କାରଣ ଆମ ଦେଶରେ ଶିଶୁ ନିର୍ଯାତନା ଉଦ୍‌ବେଗଜନକ ହୋଇପଡ଼ିଛି। ସେଥିପାଇଁ ପୋକ୍‌ସୋ ଆଇନର ସଂଶୋଧନ ଅତି ଶୀଘ୍ର ଆସିବା ଦରକାର।
ଏହା ସତ୍ୟ ଯେ, ବିଚାରାଳୟ ଓ ବିଚାରପତିମାନେ ଲିଖିତ ନ୍ୟାୟ ଅନୁଯାୟୀ ଯିବାକୁ ବାଧ୍ୟ। ମନଇଚ୍ଛାରେ ସେମାନଙ୍କର ନିଜସ୍ବ ବିବେକ ଓ ବୁଦ୍ଧି ଲଗାଇ କାର୍ଯ୍ୟ କରିବା ସମ୍ଭବପର ହେବା କଥା ନୁହେଁ। ସେଥିପାଇଁ ଆମ ସମ୍ବିଧାନରେ ବିଚାରାଳୟକୁ ଯେଉଁ ପ୍ରକାରର ଗୁରୁତ୍ୱ ଦିଆଯାଇଛି, ସେଥିରେ ବିଚାରପତିମାନେ ଅନେକ ସ୍ବାଧୀନତା ପାଇଥାନ୍ତି। ଆଜିର ପରିସ୍ଥିତିକୁ ଦେଖିଲେ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଭାବେ ବିଚାରପତିମାନେ ନିଜର ମତକୁ ରାୟର ରୂପ ଦେଉଛନ୍ତି। ହୁଏତ ସେଥିପାଇଁ ହାସ୍ୟ କଳାକାର ମୁନାଓ୍ବାର ଫାରୁକୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ତରଫରୁ ଜାମିନ ମିଳୁନାହିଁ। ତାଙ୍କର ଅପରାଧ ଅତ୍ୟନ୍ତ ଚିନ୍ତାର ବିଷୟ। ଚିନ୍ତା ଏଇଥିପାଇଁ ଯେ ଗୋଟିଏ କାର୍ଯ୍ୟକ୍ରମରେ ଫାରୁକୀ ଭାଗ ନେଇ ନ ଥିବା ସତ୍ତ୍ୱେ ମଧ୍ୟପ୍ରଦେଶ ପୋଲିସ ତାଙ୍କୁ ସେଠାରେ ହିନ୍ଦୁ ଧର୍ମବିରୋଧୀ ମନ୍ତବ୍ୟ ଦେବାର ଅଭିଯୋଗରେ ଗିରଫ କରିଛି। ଏପରି କି ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ମାନସିକତା ଅନୁଯାୟୀ କୁହାଯାଇଛି ଯେ, ଏଭଳି ଲୋକଙ୍କୁ କେବେ ହେଲେ ବରଦାସ୍ତ କରାଯିବା ଉଚିତ ନୁହେଁ। ଏଥିରୁ ବୁଝିବାକୁ ହେବ, ଯେଉଁଭଳି କୁହାଯାଇଛି ଯେ ଆଇନ ତା’ ନିଜ ବାଟରେ ଯିବ, ସେଇ ଆପ୍ତବାକ୍ୟ ଏବେ ଅସତ୍ୟ ବୋଲି ପ୍ରମାଣିତ ହେଉଛି। ଆଇନ କେବେହେଲେ ତା’ ନିଜ ବାଟରେ ଯାଇପାରେ ନାହିଁ। ଆଖିରେ ପୁଟୁଳି ବାନ୍ଧି ତରାଜୁ ଧରିଥିବା ଆଇନର ଚିତ୍ରଣ ଭାରତରେ ବାରମ୍ବାର ସତ୍ୟ ପ୍ରମାଣିତ ହେଉଛି। ମୁନାଓ୍ବାର ଫାରୁକୀ ମୁସଲମାନ୍‌ ହୋଇଥାଇ ପାରନ୍ତି, କିନ୍ତୁ ତାଙ୍କ ଦ୍ୱାରା ଯଦି କୌଣସି ଆଇନ ଭଙ୍ଗ ହୋଇନାହିଁ, ତେବେ ଜଣେ ସ୍ବାଧୀନ ଭାରତର ନାଗରିକ ଭାବେ ତାଙ୍କୁ ଜେଲ୍‌ରେ ରଖିବା ସମ୍ପୂର୍ଣ୍ଣ ବେଆଇନ। ଏହାବ୍ୟତୀତ ଜାମିନ ଆବେଦନକୁ ଶୁଣି ତାଙ୍କ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ପରେ ସେହି ଆବେଦନର ରାୟକୁ ସ୍ଥଗିତ ରଖିବା ନିଶ୍ଚିତ ଭାବେ ଭାରତର ଆଇନ ବ୍ୟବସ୍ଥା ପ୍ରତି ଏକ କୁଠାରାଘାତ। ଏହାର ଅର୍ଥ ହେଲା ଭାରତରେ ଆଇନର ବ୍ୟାଖ୍ୟାନକୁ ଯିଏ ଯେମିତି ବୁଝୁଛନ୍ତି ସେମିତି ମୋଡ଼ି ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri