ଆଇନର ବ୍ୟାଖ୍ୟାନ

ବମ୍ବେ ହାଇକୋର୍ଟ ବିଚାରପତି ପୁଷ୍ପା ଗନେଡିଓ୍ବାଲାଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଯଦି କୌଣସି ପୁରୁଷ ଜଣେ କିଶୋରୀର ପୋଷାକ ଉପରୁ ସ୍ତନକୁ ଛୁଅନ୍ତି, ତେବେ ତାହା ଯୌନ ଅପରାଧ ହେବ ନାହିଁ। ଯଦି ପୁରୁଷ ଏବଂ ସାନ ଝିଅ ମଧ୍ୟରେ ଚର୍ମରୁ ଚର୍ମ ସ୍ପର୍ଶ ହେଉନାହିଁ, ତେବେ ପ୍ରୋଟେକ୍‌ଶନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍ସ (ପୋକ୍‌ସୋ) ଆଇନ ଅନୁଯାୟୀ ଦଣ୍ଡନୀୟ ନୁହେଁ। କିନ୍ତୁ ବିଚାରପତି ପୁଷ୍ପା କହିଛନ୍ତି ଯେ, ଏହା ପୋକ୍‌ସୋରେ ଦଣ୍ଡନୀୟ ନ ହେଲେ ମଧ୍ୟ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୫୪ ଅନୁଯାୟୀ ଅପରାଧ ବିବେଚିତ ହେବ। ଏହି ଧାରାରେ କୁହାଯାଇଛି ଯେ, ମହିଳାଙ୍କ ଯୌନାଙ୍ଗ ଛୁଇଁଲେ ତାହା ଯୌନ ଅତ୍ୟାଚାର ବିବେଚିତ ହେବ ଏବଂ ସେଥିପାଇଁ ୧ରୁ ୫ ବର୍ଷ ଯାଏ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ପୋକ୍‌ସୋ ଆଇନର ଧାରା ୭ରେ ଯେଉଁଭଳି ଭାବେ ଜଣେ ଶିଶୁର ଗୁପ୍ତାଙ୍ଗକୁ ଛୁଇଁବା ନେଇ ବର୍ଣ୍ଣନା କରାଯାଇଛି, ସେଥିରୁ ବୁଝାପଡୁଛି ଯେ ପୋଷାକ ଉପରୁ ଛୁଇଁଲେ ତାହା ଯୌନ ନିର୍ଯାତନା ହେବନାହିଁ।
ଏହି ରାୟ ପରେ ଅନେକ ତର୍କବତର୍କ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ବ୍ୟତୀତ ନ୍ୟାଶନାଲ୍‌ କମିଶନ ଫର୍‌ ପ୍ରୋଟେକ୍‌ଶନ୍‌ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନ୍‌ସିପିସିଆର୍‌) ୨୫ ଜାନୁୟାରୀ ୨୦୨୧ରେ ଚିଠି ଲେଖି ମହାରାଷ୍ଟ୍ର ରାଜ୍ୟ ସରକାରଙ୍କୁ ଏହି ରାୟ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଦେଶ ଦେଇଛନ୍ତି। କମିଶନଙ୍କ କହିବା ଅନୁଯାୟୀ, ଫୌଜଦାରି ଆବେଦନ ୧୬୧/୨୦୨୦ ସତୀଶ ବନାମ ମହାରାଷ୍ଟ୍ର ସରକାର ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଓକିଲ ଦକ୍ଷତାର ସହିତ ଲଢ଼ିପାରି ନାହାନ୍ତି। ଏଥିରେ କୁହାଯାଇଛି, ପୋକ୍‌ସୋ ଆଇନର ମୂଳ ଉଦ୍ଦେଶ୍ୟକୁ ବୁଝାଯାଇ ପାରିଥିଲେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ର ମତ ଭିନ୍ନ ହୋଇଥାନ୍ତା। ହୁଏତ ମହାରାଷ୍ଟ୍ର ସରକାରଙ୍କ ଓକିଲ ମାମଲାକୁ ଦୃଢ଼ ଭାବେ ଲଢ଼ିବାରେ ବିଫଳ ହୋଇଛନ୍ତି। ଆଇନଜୀବୀ ହୋଇ ନ ଥିଲେ ମଧ୍ୟ ଏତିକି ବୁଝିହେଉଛି ଯେ ବିଚାରପତିଙ୍କ ଦ୍ୱାରା ପୋକ୍‌ସୋ ଆଇନର ଦୁର୍ବଳତା ପଦାକୁ ଆସିଛି। ଯଦି ସେହି ଆଇନରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୫୪ ଧାରା ଭଳି ସ୍ପଷ୍ଟ ବ୍ୟବସ୍ଥା ରହିଥାନ୍ତା, ତେବେ ମୂଳ ତଦନ୍ତ ବେଳେ ତଦନ୍ତକାରୀମାନେ ଠିକ୍‌ ବାଟରେ ଯାଇଥାନ୍ତେ। କିନ୍ତୁ ଆଜିର ବ୍ୟବସ୍ଥାରେ ପିଲାଙ୍କ ସମ୍ପର୍କରେ କୌଣସି ମାମଲା ହେଲେ ପୋକ୍‌ସୋ ଆଇନଭୁକ୍ତ ହୋଇଯାଉଛି। ସେଥିପାଇଁ ଏନ୍‌ସିପିସିଆର୍‌ ତରଫରୁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ସଜାଗ କରାଇବା ଅଧିକ ମଙ୍ଗଳଦାୟକ ହୋଇଥାନ୍ତା। ପୋକ୍‌ସୋ ଭଳି ଗୋଟିଏ ଆଇନର ଦୁର୍ବଳତା ଜାଣିବା ପରେ ତା’ର ସଂଶୋଧନ କେବଳ କେନ୍ଦ୍ର ସରକାର କରିପାରିବେ। ଏହା ଭାରତରେ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି, କାରଣ ଆମ ଦେଶରେ ଶିଶୁ ନିର୍ଯାତନା ଉଦ୍‌ବେଗଜନକ ହୋଇପଡ଼ିଛି। ସେଥିପାଇଁ ପୋକ୍‌ସୋ ଆଇନର ସଂଶୋଧନ ଅତି ଶୀଘ୍ର ଆସିବା ଦରକାର।
ଏହା ସତ୍ୟ ଯେ, ବିଚାରାଳୟ ଓ ବିଚାରପତିମାନେ ଲିଖିତ ନ୍ୟାୟ ଅନୁଯାୟୀ ଯିବାକୁ ବାଧ୍ୟ। ମନଇଚ୍ଛାରେ ସେମାନଙ୍କର ନିଜସ୍ବ ବିବେକ ଓ ବୁଦ୍ଧି ଲଗାଇ କାର୍ଯ୍ୟ କରିବା ସମ୍ଭବପର ହେବା କଥା ନୁହେଁ। ସେଥିପାଇଁ ଆମ ସମ୍ବିଧାନରେ ବିଚାରାଳୟକୁ ଯେଉଁ ପ୍ରକାରର ଗୁରୁତ୍ୱ ଦିଆଯାଇଛି, ସେଥିରେ ବିଚାରପତିମାନେ ଅନେକ ସ୍ବାଧୀନତା ପାଇଥାନ୍ତି। ଆଜିର ପରିସ୍ଥିତିକୁ ଦେଖିଲେ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଭାବେ ବିଚାରପତିମାନେ ନିଜର ମତକୁ ରାୟର ରୂପ ଦେଉଛନ୍ତି। ହୁଏତ ସେଥିପାଇଁ ହାସ୍ୟ କଳାକାର ମୁନାଓ୍ବାର ଫାରୁକୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ତରଫରୁ ଜାମିନ ମିଳୁନାହିଁ। ତାଙ୍କର ଅପରାଧ ଅତ୍ୟନ୍ତ ଚିନ୍ତାର ବିଷୟ। ଚିନ୍ତା ଏଇଥିପାଇଁ ଯେ ଗୋଟିଏ କାର୍ଯ୍ୟକ୍ରମରେ ଫାରୁକୀ ଭାଗ ନେଇ ନ ଥିବା ସତ୍ତ୍ୱେ ମଧ୍ୟପ୍ରଦେଶ ପୋଲିସ ତାଙ୍କୁ ସେଠାରେ ହିନ୍ଦୁ ଧର୍ମବିରୋଧୀ ମନ୍ତବ୍ୟ ଦେବାର ଅଭିଯୋଗରେ ଗିରଫ କରିଛି। ଏପରି କି ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ମାନସିକତା ଅନୁଯାୟୀ କୁହାଯାଇଛି ଯେ, ଏଭଳି ଲୋକଙ୍କୁ କେବେ ହେଲେ ବରଦାସ୍ତ କରାଯିବା ଉଚିତ ନୁହେଁ। ଏଥିରୁ ବୁଝିବାକୁ ହେବ, ଯେଉଁଭଳି କୁହାଯାଇଛି ଯେ ଆଇନ ତା’ ନିଜ ବାଟରେ ଯିବ, ସେଇ ଆପ୍ତବାକ୍ୟ ଏବେ ଅସତ୍ୟ ବୋଲି ପ୍ରମାଣିତ ହେଉଛି। ଆଇନ କେବେହେଲେ ତା’ ନିଜ ବାଟରେ ଯାଇପାରେ ନାହିଁ। ଆଖିରେ ପୁଟୁଳି ବାନ୍ଧି ତରାଜୁ ଧରିଥିବା ଆଇନର ଚିତ୍ରଣ ଭାରତରେ ବାରମ୍ବାର ସତ୍ୟ ପ୍ରମାଣିତ ହେଉଛି। ମୁନାଓ୍ବାର ଫାରୁକୀ ମୁସଲମାନ୍‌ ହୋଇଥାଇ ପାରନ୍ତି, କିନ୍ତୁ ତାଙ୍କ ଦ୍ୱାରା ଯଦି କୌଣସି ଆଇନ ଭଙ୍ଗ ହୋଇନାହିଁ, ତେବେ ଜଣେ ସ୍ବାଧୀନ ଭାରତର ନାଗରିକ ଭାବେ ତାଙ୍କୁ ଜେଲ୍‌ରେ ରଖିବା ସମ୍ପୂର୍ଣ୍ଣ ବେଆଇନ। ଏହାବ୍ୟତୀତ ଜାମିନ ଆବେଦନକୁ ଶୁଣି ତାଙ୍କ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ପରେ ସେହି ଆବେଦନର ରାୟକୁ ସ୍ଥଗିତ ରଖିବା ନିଶ୍ଚିତ ଭାବେ ଭାରତର ଆଇନ ବ୍ୟବସ୍ଥା ପ୍ରତି ଏକ କୁଠାରାଘାତ। ଏହାର ଅର୍ଥ ହେଲା ଭାରତରେ ଆଇନର ବ୍ୟାଖ୍ୟାନକୁ ଯିଏ ଯେମିତି ବୁଝୁଛନ୍ତି ସେମିତି ମୋଡ଼ି ପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?