ପୁସ୍ତକ ଅସୁମାରି ସ୍ବପ୍ନ ସମାଜ ପାଇଁ ଆଲୋକ ବର୍ତ୍ତିକା

ସୋନପୁର,୨୬ା୧(ନି.ପ୍ର.) – ପୁସ୍ତକ ଅସୁମାରି ସ୍ବପ୍ନ ଏକ ପ୍ରବନ୍ଧ ସଙ୍କଳନ। ଏହା ସମାଜରେ ସୁଧାର ଆଣିବ। ସମସାମୟିକ ସାମାଜିକ ସମସ୍ୟା ସମ୍ପର୍କରେ ଏଥିରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଶିଶୁ ଅଧିକାର, ସୁରକ୍ଷା, ବାଲ୍ୟ ବିବାହ ଓ ପ୍ରାଥମିକ ଶିକ୍ଷା ସମ୍ପର୍କିତ ରୁଚି ସମ୍ପନ୍ନ ଲେଖା ରହିଛି। ସରକାର ଓ ବ୍ୟବସ୍ଥାକୁ କେବଳ ସମାଲୋଚନା କରା ନ ଯାଇ ସମାଧାନର ବାଟ ଦର୍ଶାଯାଇଛି। ତେଣୁ ପୁସ୍ତକଟି ସମାଜ ପାଇଁ ଆଲୋକ ବର୍ତ୍ତିକ ସଦୃଶ ବୋଲି ସ୍ତମ୍ଭକାର ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଙ୍କଳନ ଅସୁମାରି ସ୍ବପ୍ନର ସମୀକ୍ଷା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଇଙ୍କଫେଷ୍ଟ୍‌ ଓ ଆ କାର ପ୍ରକାଶନ ଦ୍ୱାରା ସୋନପୁର ଏନଜିଓସିସି ସଭାଗୃହରେ ସୋମବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଡ. ଦେବାଶିଷ ପାଣ୍ଡିଆ ଓ ସାମାଜିକକର୍ମୀ ଗୌରିଶ୍ୟାମ ପଣ୍ଡା ସମୀକ୍ଷକଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଲେଖକ ସ୍ତମ୍ଭକାର ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡା ଲେଖନୀୟ ଅନୁଭୂତି ପ୍ରକାଶ କରିଥିଲେ। ପୁସ୍ତକ ଲେଖକଙ୍କ ନିଜସ୍ବ ଅନୁଭୂତି ଆଧାରିତ ଅଟେ। ପ୍ରବନ୍ଧଗୁଡିକ ଭିତରେ ପ୍ରାଥମିକ ବିଦ୍ୟାଳୟ ବନ୍ଦର ପ୍ରଭାବଠାରୁ ଆରମ୍ଭ କରି ଭେଦଭାବ ମୁକ୍ତ ବିଦ୍ୟାଳୟ, ଶିକ୍ଷା ପାଇଁ ବ୍ୟୟ ବୋଝ ନହେଁ, ବିଦ୍ୟାଳୟ ବାହାରେ କେତେ ପିଲା, ବିଦ୍ୟାଳୟରେ ଯୌନ ନିର୍ଯାତନା ଓ ଅଧିକାରୀଙ୍କ ଦାୟିତ୍ୱ, ଦେଶାନ୍ତରୀ ଶିଶୁଙ୍କ ଶିକ୍ଷାଧିକାର, ବାଲ୍ୟ ବିବାହ ବଢେଇବ କରୋନା, ବିବାହ ବୟସ, ଶିଶୁ ଓ ସାଇବର ଅପରାଧ, କରୋନା ଓ ପ୍ରଭାବିତ ଶୈଶବ, କେଉଁ ଯଶବାନା ଉଡାଇବ ହେ ! ଭଳି କିଛି ପ୍ରସଙ୍ଗ ବେଶ ପ୍ରଶଂସିତ ହୋଇଛି । ଲେଖକ ପଣ୍ଡାଙ୍କ ମୋଟ ୩୬ଟି ପ୍ରବନ୍ଧ ପୁସ୍ତକରେ ପ୍ରକାଶ ପାଇଛି। ଏଭଳି ଲେଖା ବୌଦ୍ଧିକ ପରିସରରେ ନିଶ୍ଚୟ ଅପୂରଣୀୟ ରହିବ ବୋଲି ଅତିଥି ଓ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି । ଇଙ୍କ୍‌ଫେଷ୍ଟର ସଭାପତି ସ୍ବାଧୀନ କୁମାର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅମ୍ବୁଜ ବିହାରୀ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆ କାର ପ୍ରକାଶନ ସଂସ୍ଥାର ପ୍ରଭୁଦତ୍ତ ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡ. ପୁରୁଷୋତ୍ତମ ମିଶ୍ର, ନାଟ୍ୟଶ୍ରୀ ଗଦାଧର ବାରିକ୍‌, ଗତିକୃଷ୍ଣ ମିଶ୍ର, ବେଣୁଧର ପ୍ରଧାନ, ଶ୍ୟାମା ଓଁ ପ୍ରସାଦ ମିଶ୍ର ଓ ଆର୍ତ୍ତତ୍ରାଣ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?