International Women’s Day 2024: ଓଡିଶା ରାଜନୀତିରେ ମହିଳାଙ୍କ ଦବ୍‌ଦବା, ଏମାନେ ହେଉଛନ୍ତି…

ଭୁବନେଶ୍ୱର, ୬।୩: ଏବେ ନୁହେଁ ଓଡିଶା ସ୍ବତନ୍ତ୍ର ରାଜ୍ୟ ପାଇବା ପୂର୍ବରୁ ମହିଳାମାନେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି। ଆଜି ବି ପ୍ରତ୍ୟେକ ଦଳରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ରାଜନୀତିରେ ବଡ ବଡ ପଦବୀରେ ରହି ସେମାନେ ଗୁରୁ ଦାୟିତ୍ୱ ସମ୍ଭାଳୁଛନ୍ତି। ନନ୍ଦିନୀ ଶତପଥୀ, ରମା ଦେବୀ, ସାରଳା ଦେବୀ, ଦୌପଦୀ ମୁର୍ମୁ ଇତ୍ୟାଦି ମହିଳା ରାଜ୍ୟ ରାଜନୀତିରେ ବଡ ବଡ ପଦବୀରେ ରହିଛନ୍ତି। ‘ଆନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଆସନ୍ତୁ ଜାଣିବା ରାଜ୍ୟର କିଛି ଲୋକପ୍ରିୟ ରାଜନୈତିକ ମହିଳା ନେତାଙ୍କ ବିଷୟରେ।

ନନ୍ଦିନୀ ଶତପଥୀ
ରାଜ୍ୟର ଜଣେ ଦକ୍ଷ ମହିଳା ନେତ୍ରୀ ତଥା ଲେଖକ ହେଉଛନ୍ତି ନନ୍ଦିନୀ ଶତପଥୀ। ଓଡିଶାରେ ସେ Iron Lady of Odisha ଭାବେ ଜଣାଶୁଣା। ସେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ୧୯୩୯ରେ ଆଠବର୍ଷ ବୟସରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା ଓହ୍ଲାଇ ସାହାସିକତାର ପରିଚୟ ଦେଇଥିଲେ। ୧୯୫୧ରେ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇ ପୋଲିସ ଲାଠି ମାଡର ଶିକାର ହୋଇଥିଲେ। ୧୯୬୨ରେ ରାଜ୍ୟ ସଭାକୁ ନିର୍ବାଚିତ ହେବା ସହ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୭୧ରୁ ୭୩ ଓ ୧୯୭୪-୭୬ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

ରମାଦେବୀ ଚୌଧୁରୀ
ଓଡିଶାର ପ୍ରଥମ ମହିଳା ରାଜନେତ୍ରୀ ତଥା ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ । ସେ ୧୫ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ୧୯୨୧ ଗାନ୍ଧିଜୀଙ୍କୁ ଭେଟି ସେ ଓ ତାଙ୍କ ସ୍ବାମୀ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ। ୧୯୩୦ରେ ଓଡିଶାରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ବ୍ରିଟିଶଙ୍କୁ ବିରୋଧ କରି ସେ ବହୁବାର କାରାଦଣ୍ଡ ଭୋଗିଥିଲେ।

ବସନ୍ତ ମଞ୍ଜରୀ ଦେବୀ
ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ।୧୯୫୨ରେ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ସେ ସ୍ବାସ୍ଥ୍ୟ ବିଭାଗର ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ରଣପୁରରୁ ଲଢି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ।

ଦ୍ରୌପଦୀ ମୁର୍ମୁ
ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ବାଧୀନ ମନ୍ତ୍ରୀ ଓ ମତ୍ସ୍ୟ-ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସୁଲୋଚନା ଦାସ
୨୦୨୨ ଭୁବନେଶ୍ୱର ମୁନିସପାଲଟି ନିର୍ବାଚନରେ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିଲେ ସୁଲୋଚନା ଦାସ। ସୁଲୋଚନା ପୂର୍ବରୁ ଜଣେ ସାମ୍ବାଦିକା ଭାବରେ କାର୍ଯ୍ୟରତ ଥିଲେ। ୨୦୧୯ରେ ନବୀନ ସରକାର ତାଙ୍କୁ ରାଜ୍ୟ ଆୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ।

ଅପରାଜିତା ଷଡ଼ଙ୍ଗୀ
ଅପରାଜିତା ରାଜ୍ୟ ରାଜନୀତିରେ ଅତି ଚର୍ଚ୍ଚିତ ଚେହେରା ଅଟନ୍ତି। ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ । ୧୯୯୪ ମସିହା ଆଇଏଏସ ବା ସର୍ବଭାରତୀୟ ପ୍ରଶାସନିକ ସେବା ବ୍ୟାଚର ସେ ସଦସ୍ୟା ଥିଲେ । ୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ୱର ମ୍ୟୁନସିପାଲ କମିଶନର ଭାବରେ ମଧ୍ୟ କାମ କରିଥିଲେ ।

୨୦୧୦ରେ ଗଣଶିକ୍ଷା ବିଭାଗରେ ସେ ରାଜ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୧୪ ମସିହାରୁ ୨୦୧୮ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସେ ଯୁକ୍ତ ସଚିବ ଭାବରେ ପାଞ୍ଚ ବର୍ଷ ଧରି କାମ କରିଥିଲେ ।
ସେ ନିଜର ଚାକିରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ୨୭ ନଭେମ୍ବର ୨୦୧୮ରେ ଭାଜପାରେ ଯୋଗ ଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ । ପରେ ତାଙ୍କୁ ସଂସଦୀୟ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ଏଥିସହ ତାଙ୍କୁ ପାର୍ଟିର ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା।

ପ୍ରମିଳା ମଲ୍ଲିକ
ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ହେଉଛନ୍ତି ପ୍ରମିଳା ମଲ୍ଲିକ । ୧୯୯୦ରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ । ୨୦୨୩ରେ ବିଜେଡି ପକ୍ଷରୁ ତାଙ୍କୁ ବିଧାନ ସଭାରେ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିଲା। ସେ ର୍ନିଦ୍ୱନ୍ଦ୍ୱରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ।

ସରସ୍ବତୀ ହେମ୍ରମ
ଓଡିଶାର ପ୍ରଥମ ଆଦିବରସୀ ମହିଳା ମନ୍ତ୍ରୀ ସରସ୍ବତୀ ହେମ୍ରମ। କଂଗ୍ରେସ ଟିକେଟ୍‌ରେ ସେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ସୁଶ୍ରୀ ନିବେଦିତା ପ୍ରଧାନ
ଓଡିଶାର ପ୍ରଥମ ମହିଳା ମେୟର ସୁଶ୍ରୀ ପ୍ରଧାନ। ୨୦୦୩ରେ ସେ କଟକ ମୁନିସପାଲଟି Cuttack Municipal Corporation) ର ମେୟର ଭାବେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?