ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା ଅନୁଯାୟୀ ମାଛ ମିଳୁ ନ ଥିବା ଯୋଗୁ ଅନେକ ସମୟରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ଜିଲର ଆବଶ୍ୟକତା ପୂରଣ ପାଇଁ ସରକାର ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି । ତେଣୁ ଭଞ୍ଜନଗର ବ୍ଲକରେ ମଧ୍ୟ ମତ୍ସ୍ୟ ଚାଷ କିଭଳି ବୃଦ୍ଧି ପାଇବ ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଣୀ ସୁଦେଷ୍ଠା ପାତ୍ର ସରକାରଙ୍କ ଲକ୍ଷ୍ୟକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତେଣୁ ସେ ନୂଆଧ ଓ ପୁରୁଣା ଚାଷୀଙ୍କୁ ଭେଟି ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇବା ସହ ମାଛ ଚାଷ କରିବା ପାଇଁ ବୁଝାଉଛନ୍ତି। ଏଥିସହ ଧୀବର ମାନକୁ ମଧ୍ୟ ଭେଟି ସଚେତନ କରାଉଛନ୍ତି। ସରକାରଙ୍କ ଯୋଜନାର ସୁଫଳ ଚାଷୀମାନେ ଉଠାଇଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ।
ଅନ୍ୟପଟେ ମାଛ ଚାଷ ପ୍ରତି ମଧ୍ୟ ବ୍ଲକରେ ଦିନକୁ ଦିନ ମତ୍ସ୍ୟ ଚାଷୀଙ୍କ ଆଗ୍ରହ ବଢୁଛି। ସରକାର ମାଛ ଚାଷ କରିବା ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସବସିଡି ଦେଉଛନ୍ତି। ଭଞ୍ଜନଗର ବ୍ଲକରେ ୩୦୦ଦ୍ଧ୍‌ରୁ ଉର୍ଦ୍ଧ୍ୱ ମତ୍ସ୍ୟ ଚାଷୀ ଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଅଧା ଅଗ୍ରଣୀ ଚାଷୀ ଅଛନ୍ତି। ମାଛ ଚାଷ ପାଇଁ ମହିଳା ସୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରାଯାଉଛି। ସରକାରଙ୍କ ପକ୍ଷରୁ ନୂଆ ଚାଷୀ ପୋଖରୀ ଖୋଳିଲେ ସେମାନଙ୍କୁ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି । ଏଥିସହ ପୁରୁଣା ପୋଖରୀରେ ମାଛ ଚାଷ କରିବା ପାଇଁ ମଧ୍ୟ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି । ଏଥିସହ ଜାଲ କିଣିବା, ଗାଡ଼ି କିଣିବା, ସୋଲାର ଲାଇଟ ସମେତ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସବସିଡି ଦିଆଯାଉଛି ବୋଲି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଣୀ ପାତ୍ର ଏଠାରେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?