Posted inଜାତୀୟ

ଅସହ୍ୟ ତାତି: ଦେଶରେ ବ୍ଲାକଆଉଟ ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ,୧୯।୪ : ଏହା ଗ୍ରୀଷ୍ମର ଆରମ୍ଭ ମାତ୍ର, କିନ୍ତୁ ସୂର୍ଯ୍ୟର ଉତ୍ତାପ ଯୋଗୁ ଅସହ୍ୟ ତାତି ଲୋକଙ୍କୁ ଅସୁବିଧାରେ ପକାଉଛି। ଚଳିତ ସପ୍ତାହରେ ସାରା ଦେଶରେ ତାପମାତ୍ରା ବୃଦ୍ଧି ପାଉଛି। ଝାଞ୍ଜି ପବନ ଯୋଗୁ ଲୋକମାନେ ଅସୁବିଧାରେ ପଡୁଛନ୍ତି। ତେବେ ବଢୁଥିବା ଉତ୍ତାପ ଯୋଗୁ ବ୍ଲାକଆଉଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ହରିୟାଣା, ପଶ୍ଚିମବଙ୍ଗ, ବିହାର, ଓଡିଶା ଏବଂ ଉତ୍ତରପ୍ରଦେଶରେ ଝାଞ୍ଜି ବହିବା ନେଇ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସୂଚନାନୁସାରେ, ଓଡିଶାର ବାରିପଦାରେ ସୋମବାର ଦିନ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଅନେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ପାଞ୍ଚ ଡିଗ୍ରୀ ଅଧିକ ରହିଛି।

ଚଳିତ ବର୍ଷ ଉତ୍ତାପ ସ୍ବାଭାବିକଠାରୁ ଅଧିକ ଥିବାରୁ ଲୋକମାନେ ଚିନ୍ତିତ ଅଛନ୍ତି। ପ୍ରବଳ ଉତ୍ତାପ ଯୋଗୁ ଏଥର ଗହମ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ। ଅତ୍ୟଧିକ ଏସି ଚାଲିବା ପାୱାର୍‌ ଗ୍ରୀଡର ସୀମା ଅତିକ୍ରମ କରିପାରେ, ଯାହା ଦ୍ୱାରା ବ୍ଲାକଆଉଟ ଏବଂ ପାୱାର୍‌ କଟ ହୋଇପାରେ। ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ଅସୁବିଧାରେ ପଡ଼ିବେ। ଉତ୍ତାପ ଅପେକ୍ଷା ଆର୍ଦ୍ରତା ଅଧିକ ବିପଜ୍ଜନକ ଅଟେ। ଭାରତର ଲୋକ କୌଣସି ଉତ୍ତାପ ସୁରକ୍ଷା ବିନା ବାହାରେ କାମ କରନ୍ତି। ସେମାନ ମଧ୍ୟରେ ଶ୍ରମିକ, ହକର, ରିକ୍ସା ଡ୍ରାଇଭର, କ୍ଷେତରେ କାମ କରୁଥିବା ଲୋକେ ଅଛନ୍ତି। ଉତ୍ତାପ ସୁରକ୍ଷା ପଦ୍ଧତିର ଅଭାବ ପାଇଁ ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥାଏ। ଭାରତ ବିଶ୍ୱର ଏଭଳିଦେଶ ତାଲିକାରେ ଅନ୍ତର୍ଭୁକ୍ତ ଯେଉଁଠାରେ ଉତ୍ତାପ ଯୋଗୁ ସର୍ବାଧିକ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟେ।

ଏନେଇ ନିରନ୍ତର ପାନୀୟ ଜଳ ପିଇବା ଜାରି ରଖିବାକୁ ଅଧିକାରୀମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାହାରକୁ ଯିବା ସମୟରେ ହାଲୁକା,ସୂତା ପୋଷାକ ପିନ୍ଧିବା ସହ ମୁଣ୍ଡ ଘୋଡାଇବାକୁ ପରାମର୍ଶ ଦିଆଯାଇଛି।

ଚଳିତ ସପ୍ତାହରେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ସରକାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ନେଇଥିଲେ। ଉତ୍ତାପ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ପଶ୍ଚିମବଙ୍ଗ ସରକାର ଅତ୍ୟଧିକ ଉତ୍ତାପ ଯୋଗୁଁ ଏହି ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅନ୍ୟ ରାଜ୍ୟରେ ମଧ୍ୟ ସ୍କୁଲ ସମୟ ହ୍ରାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri