ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କିତ ପୂର୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ ଅଦାଲତ ଅବମାନନା ମାମଲା ଦାଏର କରିଥିଲେ। ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଉକ୍ତ ଆବେଦନର ଶୁଣାଣି କରି ପରବର୍ତ୍ତୀ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ଜାନୁୟାରୀ ୩୦ରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅଧୀନ କଳାରାହାଙ୍ଗଠାରେ ମଡେଲ ସୌମ୍ୟ ଆତ୍ମହତ୍ୟା କରିଥିଲେ। ସୌଭାଗ୍ୟଲକ୍ଷ୍ମୀ ଏନେଇ ଫେବୃୟାରୀ ୨ତାରିଖରେ ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ଉପଯୁକ୍ତ ପଦକ୍ଷେପ ନେଇ ନ ଥିଲା ବୋଲି ସେ ଅଭିଯୋଗ କରିଥିଲେ। ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ସେ ଫେବୃୟାରୀ ୧୯ରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଣି ସେ ପୋଲିସ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫେବୃୟାରୀ ୨୩ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସୌଭାଗ୍ୟଲକ୍ଷ୍ମୀଙ୍କ ଅଭିଯୋଗ ଉପରେ ତିନି ସପ୍ତାହ ଭିତରେ ପଦକ୍ଷେପ ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ପ୍ରସଙ୍ଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବା ଦର୍ଶାଇ ସୌଭାଗ୍ୟଲକ୍ଷ୍ମୀ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ମାସର ପିଡିଏସ୍‌ ଚାଉଳ ହଡ଼ପ

ସିନାପାଲି,୧୩।୨(ଡି.ଏନ.ଏ.):ନୂଆପଡା ଜିଲା ଅନ୍ତର୍ଗତ ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତରେ ପିଡିଏସ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ...

ଶୁଦ୍ଧି କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଅଟୋ ଦୁର୍ଘଟଣା: ୮ ଆହତ

ବାଲିଗୁଡ଼ା,୨୪ା୮(ଡି.ଏନ୍‌.ଏ.): ସମ୍ପର୍କୀୟଙ୍କ ଶୁଦ୍ଧି କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଅଘଟଣ ଘଟିଛି। ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଲିଗୁଡ଼ା...

ମୁସଲମାନ ବୋଲି ହେଲାନି ଡାଏଲିସିସ୍‌, ଚାଲିଗଲା ଜୀବନ

କଟକ ଅଫିସ୍‌,୩୦।୪: ମୁସଲମାନ ହୋଇଥିବା ଯୋଗୁ ଜଣେ କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ କରିବାକୁ ବୁଧବାର କଟକର ଏକ ଘରୋଇ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ମନାକରି ଦେଇଥିଲେ। ପରେ...

୧ରୁ କୋଣାର୍କ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ...

ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ହୋମଗାର୍ଡଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ଚରମ୍ପା ରିଜର୍‌ ପଡିଆରେ ଶୁକ୍ରବାର ତମ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଯୋଗଦେଇ...

ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ ଅଫିସ, ୧୭ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି। ଏବେ ସେଠାରେ ଦାରୁଦିଅଁଙ୍କ...

ଧ୍ୱଂସ ହେବ ପାରାଭାଡ଼ି ପାହାଡ଼

ଚଣ୍ଡିଖୋଲ,୩୦।୧୧(ଡି.ଏନ.ଏ.): ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଯାଜପୁର ଜିଲାର ଐତିହାସିକ ପାହାଡ଼ ପାରାଭାଡ଼ିକୁ ଖନନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାଜପୁର ଜିଲା...

ପାଣି ନାହିଁ: ଜମି ପଡ଼ିଆ, ମରୁଡ଼ି ଆଶଙ୍କା

ରଣପୁର,୨୫ା୮(ସୁକାନ୍ତ କିଶୋର ଡ଼ାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ସହ ବ୍ଲକର ୩୭ଟି ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହେବାରୁ ଜମି ପଡ଼ିଆ...

Advertisement
Archives

Model This Week