ଭିତରକନିକା, ଗହୀରମଥାକୁ ଜଗିବ ଡ୍ରୋନ

ରାଜନଗର, ୩୧।୧୨(ଡି.ଏନ.ଏ.): ପ୍ରକୃତିର ଗନ୍ତାଘର ଭିତରକନିକା ଓ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥାର ସୁରକ୍ଷା ପାଇଁ ଡ୍ରୋନ୍‌ କ୍ୟାମେରା ଜଗିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଭିତରକନିକାର ଆଦ୍ରଭୂମି, ହେନ୍ତାଳବଣ ଏବଂ ଏଥିରେ ବସବାସ କରୁଥିବା ଜୀବଜନ୍ତୁମାନଙ୍କର କ୍ଷତି ଘଟାଉଥିବା ଶିକାରୀମାନଙ୍କୁ ଧରିବା ପାଇଁ ଏହି ଡ୍ରୋନ କ୍ୟାମେରା ଜାଗ୍ରତ ପ୍ରହରୀ ଭାବେ କାମ କରିବ। ଏହାଛଡା ତଟାଞ୍ଚଳଠାରୁ ୨୦ କିମି ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ନିଷିଦ୍ଧାଞ୍ଚଳକୁ ପ୍ରତିବର୍ଷ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ସମୂହ ଅଣ୍ଡାଦାନ ପାଇଁ ଏକତ୍ରିତ ହେଉଥିବା ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷାରେ ବାଧା ଉପୁଜାଉଥିବା ଦେଶ ବିଦେଶର ଜଳଦସ୍ୟୁ ଏବଂ ସେମାନଙ୍କ ବ୍ୟବହାର କରୁଥିବା ଟ୍ରଲରଗୁଡିକୁ ଧରିବାରେ ଏହି କ୍ୟାମେରା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ବନବିଭାଗ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ଉଡାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ବନ ବିଭାଗକୁ ଚକମା ଦେଇ ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ବସବାସ କରୁଥିବା ପେଶାଦାର ଶିକାରୀମାନେ ଅବାଧରେ ହରିଣ, ବାର୍‌ହା ଓ ଅନ୍ୟ ଜୀବଜନ୍ତୁଙ୍କୁ ଶିକାର କରି ଏମାନଙ୍କର ମାଂସ, ଚମଡା, ଶିଙ୍ଗ ପ୍ରଭୃତି ବିଦେଶକୁ ଚାଲାଣ କରୁଥିବାରୁ ଏହି କ୍ୟାମେରା ପ୍ରଚଳନ କରାଗଲେ ସେମାନଙ୍କୁ ଧରି ପାରିବ। ଅପରପକ୍ଷରେ ଭିତରକନିକାର ଆଦ୍ରଭୂମି ଏବଂ ଜୈବ ବିବିଧତାକୁ ଅଧିକାଂଶ ସମୟରେ ପ୍ରଚୁର ଭାବେ କ୍ଷତି ଘଟାଇ ଆସୁଥିବା ଜାତୀୟ ଉଦ୍ୟାନ ସୀମା ସରହଦରେ ଗଢି ଉଠିଥିବା ବ୍ୟାପକ ବେଆଇନ ଚିଙ୍ଗୁଡି ଘେରିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ହେବ। ଏ ସମ୍ପର୍କରେ ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟଁାଙ୍କ କହିବା ଅନୁସାରେ, ଭିତରକନିକା ଆମର ଜାତୀୟ ସମ୍ପତ୍ତି, ଏହାର ଜୈବ ବିବିଧତା ଓ ଆର୍ଦ୍ରଭୂମି ଯୋଗୁ ଏଠାରେ ବସବାସ କରୁଥିବା ଖାଦ୍ୟ, ଖାଦକର ସମ୍ପର୍କ ଆମ ପରିବେଶ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରି ଆସୁଥିବା ବେଆଇନ ଚିଙ୍ଗୁଡି ଘେରିଗୁଡିକୁ ଚିହ୍ନଟ କରାଯିବା କ୍ଷେତ୍ରରେ ଡ୍ରୋନ କ୍ୟାମେରା ଅଧିକ ଫଳପ୍ରଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?