Posted inରାଜ୍ୟ

ଅସୁରକ୍ଷିତ ଜଙ୍ଗଲ ସମ୍ପଦ: ଜବରଦଖଲକାରୀଙ୍କ କବ୍‌ଜାରେ ୩୩ ହଜାର ହେକ୍ଟର

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରେ ବହୁମୂଲ୍ୟ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଜମି ସରକାରଙ୍କ ନିକଟକୁ ଫେରିପାରୁ ନାହିଁ। ଜଙ୍ଗଲ ଜମି କବ୍‌ଜା କରିବାରେ ସମଗ୍ର ଦେଶରେ ଓଡ଼ିଶା ୫ମ ସ୍ଥାନରେ ରହିଛି। ରାଜ୍ୟର ୩୩ ହଜାର ୧୫୪ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ବେଆଇନ ଭାବେ ଦଖଲ ହୋଇଛି। ନିକଟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟ ସଭାରେ ଦେଇଥିବା ଏକ ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆସାମରେ ସର୍ବାଧିକ ୩, ୭୭, ୫୩୨ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଛି। ଏହାପରେ ମଧ୍ୟପ୍ରଦେଶରେ ୫୪,୧୭୩ ହେକ୍ଟର, ଅରୁଣାଚଳ ପ୍ରଦେଶରେ ୫୩,୪୫୦ ହେକ୍ଟର, ଆନ୍ଧ୍ରପ୍ରଦେଶରେ ୩୪,୩୫୮ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଜବରଦଖଲରେ ରହିଛି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୧୦,୨୧୪ ହେକ୍ଟର ଜମି ଜବରଦଖଲରେ ଥିବାବେଳେ ଝାଡ଼ଖଣ୍ଡରେ ଏହି ପରିମାଣ ୨୯ ହଜାର ୪୮ ହେକ୍ଟର, ଉତ୍ତର ପ୍ରଦେଶରେ ୨୭, ୩୨୫, ଛତିଶଗଡ଼ରେ ୭୬୪୫ ହେକ୍ଟର ଏବଂ ତେଲଙ୍ଗାନାରେ ୨୦୦୪ ହେକ୍ଟର ରହିଛି। ଗୋଆ, ପୁଡୁଚେରି ଓ ଲାକ୍ଷାଦ୍ୱୀପରେ କୌଣସି ଜଙ୍ଗଲ ଜମି ଜବରଦଖଲ ହୋଇ ନ ଥିବାବେଳେ ଲଦାଖରେ ମାତ୍ର ଗୋଟିଏ ହେକ୍ଟର ରହିଛି। ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଆୟତନ ମୋଟ୍‌ ୧,୫୫,୭୦୭ ବର୍ଗକିଲୋମିଟର ହୋଇଥିବା ବେଳେ ଏଥିରେ ଜଙ୍ଗଲ ପରିମାଣ ହେଉଛି ୬୧,୨୦୪ ବର୍ଗକିଲୋମିଟର। ସେଥି ମଧ୍ୟରୁ ସୁରକ୍ଷିତ ଜଙ୍ଗଲର ପରିମାଣ ୩୬,୦୪୯ ବର୍ଗକିଲୋମିଟର ଥିବାବେଳେ ସଂରକ୍ଷିତ ଜଙ୍ଗଲର ପରିମାଣ ୨୫,୧୩୩ ବର୍ଗକିଲୋମିଟର ରହିଛି। ବର୍ଗୀକରଣ ହୋଇ ନ ଥିବା ଜଙ୍ଗଲ ପରିମାଣ ହେଉଛି ୨୨ ବର୍ଗକିଲୋମିଟର।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜଙ୍ଗଲକୁ ସୁରକ୍ଷା ଦେବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦାୟିତ୍ୱ। ଭାରତୀୟ ଜଙ୍ଗଲ ଆଇନ ୧୯୨୭, ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨, ଜଙ୍ଗଲ ସୁରକ୍ଷା ଆଇନ ୧୯୮୦ ବଳରେ ରାଜ୍ୟ ସରକାରମାନେ ଜବରଦଖଲକୁ ମୁକୁଳାଇ ପାରିବେ। କେନ୍ଦ୍ର ସରକାର ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖିବା ସହିତ ଜଙ୍ଗଲର ସୁରକ୍ଷା, ବିକାଶ ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଜଙ୍ଗଲ ସମ୍ପଦର ବେଆଇନ ଜବରଦଖଲ ବୃଦ୍ଧି ପାଇବା ନେଇ କେନ୍ଦ୍ରମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ରାଜ୍ୟଗୁଡ଼ିକଠାରୁ ଏନେଇ କେନ୍ଦ୍ରକୁ କୌଣସି ରିପୋର୍ଟ ମିଳି ନ ଥିବା ଉଲ୍ଲେଖ କରିଛନ୍ତି।

ରାଜ୍ୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ମଧୁସୂଦନ ଦାସ କହିଛନ୍ତି ଯେ ଏହି ତଥ୍ୟ କେଉଁଠୁ ଆସିଲା ସେ ବିଷୟରେ ମୋତେ କିଛି ଜଣା ନାହିଁ। ତେବେ ଜଙ୍ଗଲ ବିଭାଗର ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ବିଷୟ ତଦାରଖ କରୁଛନ୍ତି। ଜବରଦଖଲ ହଟାଇବା ନେଇ ଡିଏଫ୍‌ଓମାନେ ପଦକ୍ଷେପ ନେଉଛନ୍ତି।

ଜବରଦଖଲ ଛଡ଼ା ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଜଙ୍ଗଲ ସମ୍ପଦ ଉଜୁଡ଼ି ଯାଉଛି। ୨୦୧୨-୧୩ରୁ ୨୦୨୦-୨୧ ମଧ୍ୟରେ ପ୍ରାୟ ୨୬୬.୮ ଲକ୍ଷ ହେକ୍ଟର ଜଙ୍ଗଲ ଜମିକୁ ବିଭିନ୍ନ ପ୍ରକଳ୍ପ ପାଇଁ ନଷ୍ଟ କରାଯାଇଛି। ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୯ ସୁଦ୍ଧା ରାଜ୍ୟରେ ୫୧ ହଜାର ୬୧୯ ବର୍ଗ କି.ମି ଜଙ୍ଗଲ ରହିଛି। କେବଳ ସେତିକି ନୁହେଁ, ୨୦୧୭ ତୁଳନାରେ ୨୦୧୯ରେ ୨୭୪ ବର୍ଗ କି.ମି ଜଙ୍ଗଲ ବଢିଛି। ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ ଆକଳନ ଅନୁଯାୟୀ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ପରିମାଣ ୫୧ ହଜାର ୬୧୯ କି.ମି. ଏବଂ ବୃକ୍ଷ ଆଚ୍ଛାଦନ ପରିମାଣ ୪ ହଜାର ୬୪୮ ବର୍ଗ କି.ମି. ରହିଛି। ଏ ସବୁକୁ ମିଶାଇ ରାଜ୍ୟରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦନ ପରିମାଣ ୫୬ ହଜାର ୨୬୭ ବର୍ଗ କି.ମି. ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri