Posted inରାଜ୍ୟ

ଅସୁରକ୍ଷିତ ଜଙ୍ଗଲ ସମ୍ପଦ: ଜବରଦଖଲକାରୀଙ୍କ କବ୍‌ଜାରେ ୩୩ ହଜାର ହେକ୍ଟର

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରେ ବହୁମୂଲ୍ୟ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଜମି ସରକାରଙ୍କ ନିକଟକୁ ଫେରିପାରୁ ନାହିଁ। ଜଙ୍ଗଲ ଜମି କବ୍‌ଜା କରିବାରେ ସମଗ୍ର ଦେଶରେ ଓଡ଼ିଶା ୫ମ ସ୍ଥାନରେ ରହିଛି। ରାଜ୍ୟର ୩୩ ହଜାର ୧୫୪ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ବେଆଇନ ଭାବେ ଦଖଲ ହୋଇଛି। ନିକଟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟ ସଭାରେ ଦେଇଥିବା ଏକ ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆସାମରେ ସର୍ବାଧିକ ୩, ୭୭, ୫୩୨ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଛି। ଏହାପରେ ମଧ୍ୟପ୍ରଦେଶରେ ୫୪,୧୭୩ ହେକ୍ଟର, ଅରୁଣାଚଳ ପ୍ରଦେଶରେ ୫୩,୪୫୦ ହେକ୍ଟର, ଆନ୍ଧ୍ରପ୍ରଦେଶରେ ୩୪,୩୫୮ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ଜବରଦଖଲରେ ରହିଛି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ୧୦,୨୧୪ ହେକ୍ଟର ଜମି ଜବରଦଖଲରେ ଥିବାବେଳେ ଝାଡ଼ଖଣ୍ଡରେ ଏହି ପରିମାଣ ୨୯ ହଜାର ୪୮ ହେକ୍ଟର, ଉତ୍ତର ପ୍ରଦେଶରେ ୨୭, ୩୨୫, ଛତିଶଗଡ଼ରେ ୭୬୪୫ ହେକ୍ଟର ଏବଂ ତେଲଙ୍ଗାନାରେ ୨୦୦୪ ହେକ୍ଟର ରହିଛି। ଗୋଆ, ପୁଡୁଚେରି ଓ ଲାକ୍ଷାଦ୍ୱୀପରେ କୌଣସି ଜଙ୍ଗଲ ଜମି ଜବରଦଖଲ ହୋଇ ନ ଥିବାବେଳେ ଲଦାଖରେ ମାତ୍ର ଗୋଟିଏ ହେକ୍ଟର ରହିଛି। ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଆୟତନ ମୋଟ୍‌ ୧,୫୫,୭୦୭ ବର୍ଗକିଲୋମିଟର ହୋଇଥିବା ବେଳେ ଏଥିରେ ଜଙ୍ଗଲ ପରିମାଣ ହେଉଛି ୬୧,୨୦୪ ବର୍ଗକିଲୋମିଟର। ସେଥି ମଧ୍ୟରୁ ସୁରକ୍ଷିତ ଜଙ୍ଗଲର ପରିମାଣ ୩୬,୦୪୯ ବର୍ଗକିଲୋମିଟର ଥିବାବେଳେ ସଂରକ୍ଷିତ ଜଙ୍ଗଲର ପରିମାଣ ୨୫,୧୩୩ ବର୍ଗକିଲୋମିଟର ରହିଛି। ବର୍ଗୀକରଣ ହୋଇ ନ ଥିବା ଜଙ୍ଗଲ ପରିମାଣ ହେଉଛି ୨୨ ବର୍ଗକିଲୋମିଟର।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜଙ୍ଗଲକୁ ସୁରକ୍ଷା ଦେବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦାୟିତ୍ୱ। ଭାରତୀୟ ଜଙ୍ଗଲ ଆଇନ ୧୯୨୭, ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨, ଜଙ୍ଗଲ ସୁରକ୍ଷା ଆଇନ ୧୯୮୦ ବଳରେ ରାଜ୍ୟ ସରକାରମାନେ ଜବରଦଖଲକୁ ମୁକୁଳାଇ ପାରିବେ। କେନ୍ଦ୍ର ସରକାର ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖିବା ସହିତ ଜଙ୍ଗଲର ସୁରକ୍ଷା, ବିକାଶ ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଜଙ୍ଗଲ ସମ୍ପଦର ବେଆଇନ ଜବରଦଖଲ ବୃଦ୍ଧି ପାଇବା ନେଇ କେନ୍ଦ୍ରମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ରାଜ୍ୟଗୁଡ଼ିକଠାରୁ ଏନେଇ କେନ୍ଦ୍ରକୁ କୌଣସି ରିପୋର୍ଟ ମିଳି ନ ଥିବା ଉଲ୍ଲେଖ କରିଛନ୍ତି।

ରାଜ୍ୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ମଧୁସୂଦନ ଦାସ କହିଛନ୍ତି ଯେ ଏହି ତଥ୍ୟ କେଉଁଠୁ ଆସିଲା ସେ ବିଷୟରେ ମୋତେ କିଛି ଜଣା ନାହିଁ। ତେବେ ଜଙ୍ଗଲ ବିଭାଗର ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ବିଷୟ ତଦାରଖ କରୁଛନ୍ତି। ଜବରଦଖଲ ହଟାଇବା ନେଇ ଡିଏଫ୍‌ଓମାନେ ପଦକ୍ଷେପ ନେଉଛନ୍ତି।

ଜବରଦଖଲ ଛଡ଼ା ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଜଙ୍ଗଲ ସମ୍ପଦ ଉଜୁଡ଼ି ଯାଉଛି। ୨୦୧୨-୧୩ରୁ ୨୦୨୦-୨୧ ମଧ୍ୟରେ ପ୍ରାୟ ୨୬୬.୮ ଲକ୍ଷ ହେକ୍ଟର ଜଙ୍ଗଲ ଜମିକୁ ବିଭିନ୍ନ ପ୍ରକଳ୍ପ ପାଇଁ ନଷ୍ଟ କରାଯାଇଛି। ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୯ ସୁଦ୍ଧା ରାଜ୍ୟରେ ୫୧ ହଜାର ୬୧୯ ବର୍ଗ କି.ମି ଜଙ୍ଗଲ ରହିଛି। କେବଳ ସେତିକି ନୁହେଁ, ୨୦୧୭ ତୁଳନାରେ ୨୦୧୯ରେ ୨୭୪ ବର୍ଗ କି.ମି ଜଙ୍ଗଲ ବଢିଛି। ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ ଆକଳନ ଅନୁଯାୟୀ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ପରିମାଣ ୫୧ ହଜାର ୬୧୯ କି.ମି. ଏବଂ ବୃକ୍ଷ ଆଚ୍ଛାଦନ ପରିମାଣ ୪ ହଜାର ୬୪୮ ବର୍ଗ କି.ମି. ରହିଛି। ଏ ସବୁକୁ ମିଶାଇ ରାଜ୍ୟରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦନ ପରିମାଣ ୫୬ ହଜାର ୨୬୭ ବର୍ଗ କି.ମି. ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri