Posted inଖେଳ

ନୂତନତ୍ୱର ପ୍ରବର୍ତ୍ତନ, ଟେକ୍ନୋଲୋଜି ଦ୍ୱାରା କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇ ପାରିବ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧୫ା୭ (ସ୍ପୋଟର୍‌ସ ବ୍ୟୁରୋ)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଦୁଇଦିନିଆ ବୈଠକ ମଙ୍ଗଳବାର ଆରମ୍ଭ ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭାଗ ନେଇଥିଲେ। ନୂତନତ୍ୱର ପ୍ରବର୍ତ୍ତନ, ସହଯୋଗ ଏବଂ ଟେକ୍ନୋଲୋଜି ଦ୍ୱାରା ପୁନର୍ବାର କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ କ୍ରୀଡ଼ାର ପୁନଃ ଆରମ୍ଭ ଦିଗରେ ଓଡ଼ିଶା ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହାର ସେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଅଭୂତପୂର୍ବ କରୋନା ଭାଇରସ୍‌ ସଂକଟ ଯୋଗୁ ଅନିଶ୍ଚିତ ଭବିଷ୍ୟତ ଯୋଗୁ ଦେଶର କ୍ରୀଡ଼ା ମହଲ ଏବେ ଦ୍ୱନ୍ଦ୍ୱରେ। ତେବେ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ କୋହଳ ଅବଲମ୍ବନ କରିବା ସହ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ପ୍ରସ୍ତୁତ ଗାଇଡ୍‌ ଲାଇନ୍‌ ଯୋଗୁ କ୍ରୀଡ଼ା କ୍ଷେତ୍ରରେ କିଛି ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟରେ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କିଛି କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଆମର କ୍ରୀଡ଼ା ସ୍ଥଳରେ ସମସ୍ତ ଏସ୍‌ଓପି ଜାରି କରିଛୁ। ଏଲିଟ୍‌ ଆଥଲେଟ୍‌ମାନେ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ସ୍ପୋଟର୍‌ସ କମ୍ପ୍ଲେକ୍ସଗୁଡ଼ିକରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ କୋଚିଂ ସମୟରେ ସମସ୍ତ କୋଭିଡ୍‌-୧୯ ପ୍ରୋଟୋକଲ୍‌ ଅନୁପାଳନ ହେଉଛି। ଦୈନିକ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଖେଳ ପଡ଼ିଆ/ପିଚ୍‌ ଏବଂ ଆବାସିକ କମ୍ପ୍ଲେକ୍ସ ସମୟକୁ ସମୟ ସାନିଟାଇଜ୍‌ କରାଯାଉଛି। ସ୍ପୋଟର୍‌ସ ହଷ୍ଟେଲ ଅନ୍ତେବାସୀମାନେ ମେଣ୍ଟାଲ ଓ ଫିଜିକାଲ କଣ୍ଡିଶନିଂ ସମ୍ପର୍କରେ କୋଚମାନଙ୍କଠାରୁ ବ୍ୟକ୍ତିଗତ ଦିଗ୍‌ଦର୍ଶନ ପାଉଛନ୍ତି। ଓ୍ବେବିନାରରୁ ମଧ୍ୟ ସେମାନେ ଉପକୃତ ହେଉଛନ୍ତି। ଆଗକୁ କ୍ରୀଡ଼ା ଟ୍ରେନିଂର କେତେକ ଭାଗ ଅନଲାଇନ୍‌ରେ କରାଯାଇ ପାରିବ। ଟେକ୍ନୋଲୋଜିର ସହାୟତା ଦ୍ୱାରା ଅଧିକ ଜ୍ଞାନର ଆଦାନପ୍ରଦାନ ହୋଇ ପାରିବ। ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ରାଜ୍ୟରେ କ୍ରୀଡ଼ା ଇଭେଣ୍ଟମାନ କ୍ରମେ ଆରମ୍ଭ ହେବ। ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୧ ଫେବୃୟାରୀ-ମାର୍ଚ୍ଚରେ ହେବ ବୋଲି ଫିଫା ଇତିମଧ୍ୟରେ ଘୋଷଣା କରିଛି। ମ୍ୟାଚ ଆୟୋଜନ ବେଳେ କିପରି ସ୍ବାସ୍ଥ୍ୟ ସୁରକ୍ଷା ନିୟମକୁ ଠିକଣାରୂପେ କାର୍ଯ୍ୟକାରୀ କରି ହେବ ସେ ନେଇ ଆମେ ସ୍ଥାନୀୟ ଆୟୋଜକ କମିଟି ସହ ମିଳିମିଶି କାର୍ଯ୍ୟକରିବୁ ବୋଲି ତୁଷାରକାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri