ଆର୍‌ଟିଆଇରେ ତଥ୍ୟ ଦେଉନାହାନ୍ତି ସୂଚନା ଅଧିକାରୀ

ସୁନାବେଡ଼ା/ସେମେଳିଗୁଡ଼ା,୨୨।୪: (ସ୍ବ.ପ୍ର.) ଆର୍‌ଟିଆଇ ମାଧ୍ୟମରେ ଯେକୌଣସି ବ୍ୟକ୍ତି ତଥ୍ୟ ମାଗିପାରିବେ। ସେ ଚାହୁଁଥିବା ବିଭାଗର ତଥ୍ୟ ସୂଚନା ଅଧିକାର ଆଇନ ଅନୁସାରେ ସୂଚନା ଦେବାକୁ ସୂଚନା ଅଧିକାରୀ ବାଧ୍ୟ। ଏପରି ନିୟମ ସୂଚନା ଅଧିକାର ଆଇନରେ ରହିଥିଲେ ମଧ୍ୟ ଏହି ନିୟମକୁ କେତେକ କ୍ଷେତ୍ରରେ ଅଧିକାରୀମାନେ ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି। ଖବରରୁ ଜଣାପଡିଛି, ସେମିଳିଗୁଡ଼ା ଅଞ୍ଚଳର ସତ୍ୟଜିତ୍‌ ସାମଲ ଗତ ୩୦ା୧୨ା ୨୦୨୨ ଓ ୨ା୧ା୨୦୨୩ରେ କୋରାପୁଟ ପୂର୍ତ୍ତ ବିଭାଗରୁ କିଛି ତଥ୍ୟ ଲାଗି ଦୁଇ ଦୁଇ ଥର ଆବେଦନ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ସାମଲ ତଥ୍ୟ ତ ଦୂରର କଥା ତାଙ୍କ ଆବେଦନର ଉତ୍ତର ମଧ୍ୟ ପାଇ ପାରିନାହାନ୍ତି। ଏ ନେଇ ସେ କୋରାପୁଟ ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝିଙ୍କୁ ଜଣାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କୁ ଆର୍‌ଟିଆଇ ଆଧାରରେ ତଥ୍ୟ ମାଗି ସେ ନିରାଶ ହୋଇଛନ୍ତି। ତାଙ୍କୁ ତଥ୍ୟ ନ ମିଳିଲେ ସେ ଆଗାମୀ ଦିନରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ମଧ୍ୟ କରିବେ। ଆବଶ୍ୟକ ହେଲେ ଏ ସମ୍ପର୍କରେ ସେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମଲ କହିଛନ୍ତି। ଅନ୍ୟ ପକ୍ଷରେ ଅତିରିକ୍ତ ଜିଲାପାଳ ମାଝି ସତ୍ୟଜିତ୍‌ଙ୍କ ଆବେଦନ ଗ୍ରହଣ ନ କରି ଏହି ଅଭିଯୋଗ ସମ୍ପୃକ୍ତ ବିଭାଗୀୟ ଉପରିସ୍ଥ ଅଧିକାରୀ କିମ୍ବା ସୂଚନା ବିଭାଗୀୟ ସଚିବଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri