ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ନିୟମର ସେକ୍ସନ ୨୦(୧)ଅନୁସାରେ ୨୫ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି l ଗତ ୨ ଏପ୍ରିଲ ୨୦୨୪ ରେ ଉକ୍ତ ଆଦେଶ ପ୍ରକାଶ ପାଇଛି l ସେକେଣ୍ଡ ଅପିଲ ନଂ ୧୦୬୧/୨୦୨୩ ଅଟେ l ଆଦେଶ ପାଇବାର ଏକ ମାସ ମଧ୍ୟରେ ଉକ୍ତ ଟଙ୍କା ଜମା କରିବାକୁ ନିର୍ଦେଶରେ ଉଲ୍ଲେଖ ରହିଛି l ଏଥିରୁ ବ୍ୟତିକ୍ରମ ହେଲେ ଜନ ସୂଚନା ଅଧିକାରୀଙ୍କ ଦରମା କିମ୍ବା ପେନସ ରୁ କିସ୍ତି କରି ୫ ମାସ ରେ ଉକ୍ତ ଟଙ୍କା ଆଦାୟ ହେବ l ଏ ବାବଦରେ ହାଟଡିହୀ ବିଡ଼ିଓ ପଦକ୍ଷେପ ନେଇ କମିଶନ ରେଜିଷ୍ଟାରଙ୍କୁ ଜଣାଇବେ ବୋଲି ନିର୍ଦେଶ ମଧ୍ୟ ରହିଛି l ଆହୁରି ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୂଚନା କମିଶନ ତରଫରୁ କେନ୍ଦୁଝର ଜିଲାପାଳଙ୍କୁ ଉକ୍ତ ଆଦେଶନାମା ପଠାଯାଇଛି।
ସୂଚନାଯୋଗ୍ୟ, ହାଟଡିହୀ ବ୍ଲକ ସମ୍ପର୍କିତ ଏକ ସୂଚନା ନିମନ୍ତେ ଜଣେ ବ୍ୟକ୍ତି ୪ ନଭେମ୍ବର ୨୦୨୨ରେ ସୂଚନା ଅଧିକାର ବଳରେ ଆବେଦନ କରିଥିଲେ। କିନ୍ତୁ କୌଣସି ସୂଚନା ପ୍ରଦାନ ହେଲାନି। ଫଳରେ ଅପିଲେଟ ଅଧିକାରୀ ତଥା ବିଡ଼ିଓଙ୍କ ନିକଟରେ ପ୍ରଥମ ଅପିଲ ହୋଇଥିଲା l ତଥାପି ସୂଚନା ମିଳିଲାନି। ଫଳରେ ଓଡିଶା ସୂଚନା କମିଶନଙ୍କ ନିକଟରେ ଦିତୀୟ ଅପିଲ ହୋଇଥିଲା l ୧୮ ଜାନୁୟାରୀ ୨୦୨୪ ରେ ପ୍ରଥମ ଶୁଣାଣି ହୋଇଥିଲା l କିନ୍ତୁ ପ୍ରଥମ ଅପିଲେଟ ଅଧିକାରୀ ତଥା ବିଡ଼ିଓ ଏବଂ ଜନ ସୂଚନା ଅଧିକରୀ ଅନୁପସ୍ଥିତ ଥିଲେ l ଏକ ମାସ ମଧ୍ୟରେ ସୂଚନା ପ୍ରଦାନ କରିବା ସହ ପରବର୍ତ୍ତୀ ଶୁଣାଣି ରେ ଉଭୟ ଅଧିକାରୀ ଜବାବ ଦାଖଲ ପାଇଁ ନିର୍ଦେଶ ଜାରି ହୋଇଥିଲା l ପରବର୍ତ୍ତୀ ଶୁଣାଣି ପାଇଁ ୨ ଏପ୍ରିଲ ୨୦୨୪କୁ ତାରିଖ ଧାର୍ଯ୍ୟ ହୋଇଥିଲା l କିନ୍ତୁ ଏହି ତାରିଖ କେହି ହାଜର ହୋଇ ନ ଥିଲେ କି କୌଣସି ପ୍ରକାରର ଜବାବ ପ୍ରଦାନ କରି ନଥି ଲେ l


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?