ଅଗ୍ନିମାନ୍ଦ୍ୟ ରୋଗ

ପାଚନ ବିକାରର ମୂଳ କାରଣକୁ ଭୋକ ନ ଲାଗିବା ବା ଅଗ୍ନିମାନ୍ଦ୍ୟ କୁହାଯାଏ। ଅଗ୍ନିମାନ୍ଦ୍ୟ ରୋଗ କାରଣରୁ ପାଚନ ଶକ୍ତିର ହ୍ରାସ ଓ ଖାଦ୍ୟ ପଦାର୍ଥ ଭଲ ଭାବରେ ହଜମ ନ ହୋଇ ବିଭିନ୍ନ ପ୍ରକାରର ଆମଜି ରୋଗ (ପେଟରୋଗ) ହୋଇଥାଏ। ଉକ୍ତ କାରଣରୁ ରୋଗୀକୁ ଭୋକ ଲାଗେନାହିଁ। ଅଳ୍ପ ଖାଦ୍ୟ ଗ୍ରହଣ କଲେ ମଧ୍ୟ ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗିଥାଏ। ପେଟ ଭାରି ଭାରି ଲାଗିଥାଏ। ମୁଣ୍ଡ ବ୍ୟଥା ହେବା, କାଶ, ଗ୍ୟାଷ୍ଟ୍ରିକ, ଲାଳସ୍ରାବଳ, ଶରୀର ପୀଡା ଆଦି ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ।
କାରଣ : ଏହି ରୋଗର କେତେକ କାରଣ ରହିଛି। ଭୋକ ହେଉ ନ ଥିଲେ ଖାଦ୍ୟ ଗ୍ରହଣ କରିବା, ଅଟା, ବେସନ, ମଇଦା ତିଆରି ଜିନିଷ ଅଧିକ ଖାଇବା, ଭଲ ଭାବେ ସିଝି ନ ଥିବା ଖାଦ୍ୟ ଗ୍ରହଣ କରିବା, ଦିନରେ ଖାଦ୍ୟ ଖାଇ ସାରିବା ପରେ ଶୋଇବା, ମଦ, ଅଧିରୋଗ, କ୍ଷୀରଜାତୀୟ ପଦାଥର୍, ତେଲ ମସଲା, ଖଟା, ବାସି, ଆମିଷ ଖାଦ୍ୟ ଅଧିକ ମାତ୍ରାରେ ଖାଇବା, ଅତିଗରମ, ଅତି ଥଣ୍ଡା ପାନୀୟ, ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇବା, ଷ୍ଟ୍ରଙ୍ଗ୍‌ ଟି’ ଏବଂ କଫି ଅଧିକ ମାତ୍ରାରେ ସେବନ କରିବା, ଖାଦ୍ୟରେ ଅନିୟମିତତା, ତରତର ହୋଇ ଖାଇବା, ମାଦକ ଦ୍ରବ୍ୟ ଗୁଟ୍‌ଖା, ଖଇନି, ବିଡ଼ି, ସିଗାରେଟ୍‌, ତମାଖୁଜାତୀୟ ପଦାର୍ଥ ଅଧିକ ସେବନ କରିବା ଦ୍ୱାରା ଅଗ୍ନିମାନ୍ଦ୍ୟ ହେବାର ଆଶଙ୍କା ରହିଛି। ଯଦି ଖାଦ୍ୟନଳୀକା ଆମାଶୟ ବା ଗ୍ରହଣୀରେ ଜନ୍ମରେ ବିକୃତ ଅବସ୍ଥା ବା ଅର୍ବୁଦ, ହାର୍ନିଆ, ଆମାଶୟ ଶୋଥ, ପୌଷ୍ଟିକ ବ୍ରଣ, ଆମାଶୟ କ୍ୟାନ୍‌୍‌ସର, ଅନ୍ତପୁଚ୍ଛ ଶୋଥ, ପିତାଶୟ ଶୋଥ, ଅଗ୍ନାଶୟ ଶୋଥ, ସଂଗ୍ରହଣୀ, ଅନ୍ତଃକୃମି, କୃମିରୋଗ ଆଦି କାରଣ ହୋଇଥାଏ। ହୃଦ୍‌ରୋଗ, ଯକ୍ଷ୍ମା, ରକ୍ତହୀନତା, ୟୁରିମିଆ ଯୋଗୁ ମଧ୍ୟ ଏପରି ସମସ୍ୟା ହୋଇଥାଏ।
ଅଗ୍ନିମାନ୍ଦ୍ୟ ରୋଗ ପ୍ରାୟତଃ ସାମାନ୍ୟ କାରଣରୁ ହିଁ ହୋଇଥାଏ। ଚା’ରେ ଟେନିନ୍‌ ନାମକ ଦ୍ରବ୍ୟ ବା ପଦାର୍ଥ ଥାଏ। ତେଣୁ ଅଧିକ ମାତ୍ରାରେ ଚା ପିଇବା ଦ୍ୱାରା ଜଠରାଗ୍ନି ଦୁର୍ବଳ ହୋଇ ଭୋକ କମିଯାଏ। ସେହିପରି କଫିରେ କେଫିନ୍‌ ଥାଏ, ଯାହା ଦ୍ୱାରା ଭୋକ କମିଯାଏ ଏବଂ ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ‘ପାୟରିଆ’ ମଧ୍ୟ ଏହି ରୋଗର ପ୍ରମୁଖ କାରଣ ହୋଇଥାଏ। ପିତ୍ତାଶୟ ପଥୁରୀ ବା ପିତ୍ତାଶୟ ରୋଗ, ଅଗ୍ନାଶୟ ରୋଗ, ପେପ୍ଟିକ୍‌ ଅଲ୍‌ସର୍‌, ଯକୃତ ଶୋଥ, ଶିରୋସିସ୍‌ ,ହୃଦ୍‌ଜନିତ ରୋଗ, କିଡ୍‌ନୀ ରୋଗ ଆଦି କାରଣରୁ ମଧ୍ୟ ଅଗ୍ନିମାନ୍ଦ୍ୟ ରୋଗ ହୋଇଥାଏ।
ଯଦି ରୋଗର ପ୍ରକୃତ କାରଣ ଜଣା ନ ପଡ଼େ ନେବେ ସମସ୍ତ ପ୍ରକାର ପରୀକ୍ଷା କରାଇବା ଉଚିତ।
ଲକ୍ଷଣ : ଉଦରକୂଳ, ମଳକ ରୋଧ (କୋଷ୍ଠକାଠିନ୍ୟ), ଅଧୋବାୟୁ ନିର୍ଗମରେ ବାଧା, ହାତ, ଗୋଡ଼, ପିଠି, ମୁଣ୍ଡବ୍ୟଥା, ପାଟି ଶୁଖିବା, ଭୋକ ନ ଲାଗିବା, ଆମ୍ବିଳା ହାକୁଟି, ଖାଦ୍ୟପ୍ରତି ଅନିଚ୍ଛା, ଶରୀର ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇହେବା, ଶୋଷ ଲାଗିବା, ଅଧିକ ଝାଳ ବୋହିବା, ଭୟ ଲାଗିବା, ବାନ୍ତି ଲାଗିବା, ବାନ୍ତି ହେବା, ଆଳସ୍ୟ, ସ୍ତବ୍‌ଧଥା, ପେଟବ୍ୟଥା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଯଦି ରୋଗୀ ଏପରି ଅନୁଭବ କରେ ତେବେ ଅଭିଜ୍ଞ ଚିକିତ୍ସକଙ୍କୁ ପରାମର୍ଶ କରନ୍ତୁ।

ଡା. ରଙ୍ଗନାଥ ମିଶ୍ର
-ପୁରୀଘାଟ ଥାନା ପାଖ, କଟକ
ମୋ : ୯୪୩୭୦୧୯୯୬୦


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri