ଅଗ୍ନିମାନ୍ଦ୍ୟ ରୋଗ

ପାଚନ ବିକାରର ମୂଳ କାରଣକୁ ଭୋକ ନ ଲାଗିବା ବା ଅଗ୍ନିମାନ୍ଦ୍ୟ କୁହାଯାଏ। ଅଗ୍ନିମାନ୍ଦ୍ୟ ରୋଗ କାରଣରୁ ପାଚନ ଶକ୍ତିର ହ୍ରାସ ଓ ଖାଦ୍ୟ ପଦାର୍ଥ ଭଲ ଭାବରେ ହଜମ ନ ହୋଇ ବିଭିନ୍ନ ପ୍ରକାରର ଆମଜି ରୋଗ (ପେଟରୋଗ) ହୋଇଥାଏ। ଉକ୍ତ କାରଣରୁ ରୋଗୀକୁ ଭୋକ ଲାଗେନାହିଁ। ଅଳ୍ପ ଖାଦ୍ୟ ଗ୍ରହଣ କଲେ ମଧ୍ୟ ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗିଥାଏ। ପେଟ ଭାରି ଭାରି ଲାଗିଥାଏ। ମୁଣ୍ଡ ବ୍ୟଥା ହେବା, କାଶ, ଗ୍ୟାଷ୍ଟ୍ରିକ, ଲାଳସ୍ରାବଳ, ଶରୀର ପୀଡା ଆଦି ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ।
କାରଣ : ଏହି ରୋଗର କେତେକ କାରଣ ରହିଛି। ଭୋକ ହେଉ ନ ଥିଲେ ଖାଦ୍ୟ ଗ୍ରହଣ କରିବା, ଅଟା, ବେସନ, ମଇଦା ତିଆରି ଜିନିଷ ଅଧିକ ଖାଇବା, ଭଲ ଭାବେ ସିଝି ନ ଥିବା ଖାଦ୍ୟ ଗ୍ରହଣ କରିବା, ଦିନରେ ଖାଦ୍ୟ ଖାଇ ସାରିବା ପରେ ଶୋଇବା, ମଦ, ଅଧିରୋଗ, କ୍ଷୀରଜାତୀୟ ପଦାଥର୍, ତେଲ ମସଲା, ଖଟା, ବାସି, ଆମିଷ ଖାଦ୍ୟ ଅଧିକ ମାତ୍ରାରେ ଖାଇବା, ଅତିଗରମ, ଅତି ଥଣ୍ଡା ପାନୀୟ, ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇବା, ଷ୍ଟ୍ରଙ୍ଗ୍‌ ଟି’ ଏବଂ କଫି ଅଧିକ ମାତ୍ରାରେ ସେବନ କରିବା, ଖାଦ୍ୟରେ ଅନିୟମିତତା, ତରତର ହୋଇ ଖାଇବା, ମାଦକ ଦ୍ରବ୍ୟ ଗୁଟ୍‌ଖା, ଖଇନି, ବିଡ଼ି, ସିଗାରେଟ୍‌, ତମାଖୁଜାତୀୟ ପଦାର୍ଥ ଅଧିକ ସେବନ କରିବା ଦ୍ୱାରା ଅଗ୍ନିମାନ୍ଦ୍ୟ ହେବାର ଆଶଙ୍କା ରହିଛି। ଯଦି ଖାଦ୍ୟନଳୀକା ଆମାଶୟ ବା ଗ୍ରହଣୀରେ ଜନ୍ମରେ ବିକୃତ ଅବସ୍ଥା ବା ଅର୍ବୁଦ, ହାର୍ନିଆ, ଆମାଶୟ ଶୋଥ, ପୌଷ୍ଟିକ ବ୍ରଣ, ଆମାଶୟ କ୍ୟାନ୍‌୍‌ସର, ଅନ୍ତପୁଚ୍ଛ ଶୋଥ, ପିତାଶୟ ଶୋଥ, ଅଗ୍ନାଶୟ ଶୋଥ, ସଂଗ୍ରହଣୀ, ଅନ୍ତଃକୃମି, କୃମିରୋଗ ଆଦି କାରଣ ହୋଇଥାଏ। ହୃଦ୍‌ରୋଗ, ଯକ୍ଷ୍ମା, ରକ୍ତହୀନତା, ୟୁରିମିଆ ଯୋଗୁ ମଧ୍ୟ ଏପରି ସମସ୍ୟା ହୋଇଥାଏ।
ଅଗ୍ନିମାନ୍ଦ୍ୟ ରୋଗ ପ୍ରାୟତଃ ସାମାନ୍ୟ କାରଣରୁ ହିଁ ହୋଇଥାଏ। ଚା’ରେ ଟେନିନ୍‌ ନାମକ ଦ୍ରବ୍ୟ ବା ପଦାର୍ଥ ଥାଏ। ତେଣୁ ଅଧିକ ମାତ୍ରାରେ ଚା ପିଇବା ଦ୍ୱାରା ଜଠରାଗ୍ନି ଦୁର୍ବଳ ହୋଇ ଭୋକ କମିଯାଏ। ସେହିପରି କଫିରେ କେଫିନ୍‌ ଥାଏ, ଯାହା ଦ୍ୱାରା ଭୋକ କମିଯାଏ ଏବଂ ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ‘ପାୟରିଆ’ ମଧ୍ୟ ଏହି ରୋଗର ପ୍ରମୁଖ କାରଣ ହୋଇଥାଏ। ପିତ୍ତାଶୟ ପଥୁରୀ ବା ପିତ୍ତାଶୟ ରୋଗ, ଅଗ୍ନାଶୟ ରୋଗ, ପେପ୍ଟିକ୍‌ ଅଲ୍‌ସର୍‌, ଯକୃତ ଶୋଥ, ଶିରୋସିସ୍‌ ,ହୃଦ୍‌ଜନିତ ରୋଗ, କିଡ୍‌ନୀ ରୋଗ ଆଦି କାରଣରୁ ମଧ୍ୟ ଅଗ୍ନିମାନ୍ଦ୍ୟ ରୋଗ ହୋଇଥାଏ।
ଯଦି ରୋଗର ପ୍ରକୃତ କାରଣ ଜଣା ନ ପଡ଼େ ନେବେ ସମସ୍ତ ପ୍ରକାର ପରୀକ୍ଷା କରାଇବା ଉଚିତ।
ଲକ୍ଷଣ : ଉଦରକୂଳ, ମଳକ ରୋଧ (କୋଷ୍ଠକାଠିନ୍ୟ), ଅଧୋବାୟୁ ନିର୍ଗମରେ ବାଧା, ହାତ, ଗୋଡ଼, ପିଠି, ମୁଣ୍ଡବ୍ୟଥା, ପାଟି ଶୁଖିବା, ଭୋକ ନ ଲାଗିବା, ଆମ୍ବିଳା ହାକୁଟି, ଖାଦ୍ୟପ୍ରତି ଅନିଚ୍ଛା, ଶରୀର ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇହେବା, ଶୋଷ ଲାଗିବା, ଅଧିକ ଝାଳ ବୋହିବା, ଭୟ ଲାଗିବା, ବାନ୍ତି ଲାଗିବା, ବାନ୍ତି ହେବା, ଆଳସ୍ୟ, ସ୍ତବ୍‌ଧଥା, ପେଟବ୍ୟଥା ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଯଦି ରୋଗୀ ଏପରି ଅନୁଭବ କରେ ତେବେ ଅଭିଜ୍ଞ ଚିକିତ୍ସକଙ୍କୁ ପରାମର୍ଶ କରନ୍ତୁ।

ଡା. ରଙ୍ଗନାଥ ମିଶ୍ର
-ପୁରୀଘାଟ ଥାନା ପାଖ, କଟକ
ମୋ : ୯୪୩୭୦୧୯୯୬୦


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri