ନିମ୍ନମାନର କାମ, ବାରମ୍ବାର ଭୁଶୁଡୁଛି ସ୍ପର

ରାଜନଗର, ୩ା୮(ଡି.ଏନ୍‌.ଏ.): ରାଜନଗର ବ୍ଲକର ଜୀବନରେଖା କେରେଡ଼ାଗଡ଼-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି। ହଂସୁଆ ମୁହଁରେ ଥିବା ବନ୍ୟା ପ୍ରତିରୋଧକ ବନ୍ଧକୁ ସୁରକ୍ଷା ଦେବାକୁ ନାବାର୍ଡ ସହାୟତାରେ ଆରଆଇଡିଏଫ୍‌ ଯୋଜନାରେ ସ୍ପର ଓ ପଥର ପ୍ୟାକିଂ ପାଇଁ ଜିଏସ୍‌ଟି ବାଦ୍‌ ୧୪ କୋଟି ୭୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ମାତ୍ର ଅତି ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ସ୍ପର ବାରମ୍ବାର ଭୁଶୁଡି ପଡୁଛି। ସ୍ପର ବାରମ୍ବାର ଭୁଶୁଡିବା ଯୋଗୁ ରାଜନଗର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ରାଜନଗରବାସୀଙ୍କ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହି କାମ ନିମ୍ନମାନର କରାଯାଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯିବା ସହ ଏହାର ଭିଜିଲାନ୍ସ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ ପ୍ରେସ୍‌ ବିବୃତିରେ ଦେଇଥିବା ସୂଚନା ମୁତାବକ, ହଂସୁଆ ନଦୀ କିଛିବର୍ଷ ହେଲା ନଦୀପଠାକୁ ଖାଇ ବନ୍ଧ ପାଖକୁ ଚାଲି ଆସିଥିଲା। ରାଜନଗରର ଜୀବନରେଖା କୁହାଯାଉଥିବା କେରେଡାଗଡ-ଅଳତାଙ୍ଗ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଲେ ରାଜନଗର ବ୍ଲକର ସାନବଡ଼ ଗୋପାଳପୁର, କେରେଡାଗଡ, ବାଲିସାହିପାଟଣା, ରାଜପୁର, ଓସ୍ତିଆ, ବେଲପାଳ, ବନ୍ଧପଡା ପଞ୍ଚାୟତ ନଦୀରେ ମିଶିବ। ଏହି ନଦୀବନ୍ଧ ଓ ଅଞ୍ଚଳକୁ ସୁରକ୍ଷା ଦେବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇବା ପରେ ନାବାର୍ଡ ସହାୟତାରେ ଆରଆଇଡିଏଫ୍‌ ଯୋଜନାରେ ୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଯୋଗାଇ ଦିଆଯାଇଛି। ଓଡ଼ିଶା କନଷ୍ଟ୍ରକସନ କମ୍ପାନୀ ଏହି କାମର ଠିକା ନେଇଛି। ଓଡ଼ିଶା କନଷ୍ଟ୍ରକସନ କମ୍ପାନୀଠାରୁ ଭଗବତୀ କନଷ୍ଟ୍ରକସନ ଏହି କାମର ଠିକା ନେଇଛି। ଭଗବତୀ କନଷ୍ଟ୍ରକସନ ଠିକା ନେଇଥିଲେ ମଧ୍ୟ ଅନ୍ୟମାନେ ଏହି କାମ କରୁଛନ୍ତି। ଏହି କାମ ଅତି ନିମ୍ନମାନର କରାଯାଉଛି। ୨୮୦ ମିଟର ପଥର ପ୍ୟାକିଂ ଓ ଲଞ୍ଚତ୍ ସହ ୩ଟି ସ୍ପର ନିର୍ମାଣ ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି। ୨୦୨୧ ନଭେମ୍ବରରେ ଏହି କାମ ଆରମ୍ଭ ହୋଇଥିଲା। ଦୁଇଟି ସ୍ପର ଓ ୨ଶହ ମିଟର ପଥର ପ୍ୟାକିଂ କାମ ୨ ମାସ ତଳୁ ଶେଷ ହୋଇଥିଲା। ଅବଶିଷ୍ଟ ୮୦ ମିଟର ପଥର ପ୍ୟାକିଂ ଓ ଗୋଟିଏ ସ୍ପର କାମ ଜାରି ରହିଛି। ଗତ ୧୦ଦିନ ମଧ୍ୟରେ ନିର୍ମାଣାଧୀନ ୩ନଂ. ସ୍ପର ୨ଥର ଭୁଶୁଡି ପଡିଲାଣି। ନଦୀର ଶେଷ ଅଂଶରେ କିଛିଭାଗ ପଥର ଧସେଇ ପଡିବା ଯୋଗୁ ସ୍ପରଟି ଖସିଯାଇଛି। ସ୍ପରଟି ଧସେଇ ପଡିବା ପରେ ତଟବନ୍ଧ ବିଭାଗ ଓ ଓଡ଼ିଶା କନଷ୍ଟ୍ରକସନ କମ୍ପାନୀର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅତି ତରବରିଆ ଭାବେ ଏହାକୁ ଲୁଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନଦୀ ଭିତରେ ପଥର ପକାଇବା ଆରମ୍ଭ କରିଛନ୍ତି। ଏଷ୍ଟିମେଣ୍ଟ ଅନୁସାରେ, ନଦୀ ଭିତରେ ୨ କୁଇଣ୍ଟାଲ ଓଜନର ବଡବଡ ପଥର ପକାଇ ବେସ ବନାଇ ସ୍ପର ନିର୍ମାଣ କରାଯିବା କଥା। ହେଲେ ତାହା ପରିବର୍ତ୍ତେ ମାତ୍ର ୫ କେଜି, ୧୦ କେଜି, ୨୦ କେଜି ଓଜନର ଛୋଟଛୋଟ ପଥର ଖଣ୍ଡ ପକାଇ ସ୍ପର ନିର୍ମାଣ କରାଯାଇଛି। ଛୋଟଛୋଟ ପଥର ଖଣ୍ଡରେ ସ୍ପର ନିର୍ମାଣ କରାଯାଇଥିବାରୁ ନଦୀର ଜୁଆର ସ୍ରୋତକୁ ଏହା ଅଟକାଇ ପାରୁନାହିଁ। ଫଳରେ ସ୍ପର ତଳୁ ପଥର ବାରମ୍ବାର ଖସି ଭୁଶୁଡି ପଡୁଛି। କେରେଡାଗଡ-ଅଳତାଙ୍ଗ ଲୁଣା ଘେରିବନ୍ଧର ହଂସୁଆ ନଦୀର ଭାଟପଡା ନିକଟରେ ନଦୀ ବାରମ୍ବାର କୂଳକୁ ମାଡି ଆସୁଥିବାବେଳେ ଏହି ନିମ୍ନମାନର କାମ ଅଞ୍ଚଳକୁ ସୁରକ୍ଷା ଦେଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସାହୁ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ରାଜନଗରର ସ୍ବାର୍ଥ ପାଇଁ ବିଜେଡି ସବୁବେଳେ ରହିଛି। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସହ ଭିଜିଲାନ୍ସ ତଦନ୍ତ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri