Posted inଜାତୀୟ

ହଜିଗଲା ୫୦ ଲକ୍ଷ ଟଙ୍କାର ‘କେଶ’

ଇନ୍ଦୋର,୨୮।୭: ମଧ୍ୟପ୍ରଦେଶର ଇନ୍ଦୋର ରେଳ ଷ୍ଟେଶନର ପାର୍ଶଲ କାର୍ଯ୍ୟାଳୟରେ କିଛି ଲୋକ ବୁଧବାର ହଙ୍ଗାମା ସୃଷ୍ଟି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ୫୦ ଲକ୍ଷ ଟଙ୍କା ମୂଲ୍ୟର ୧୯ଟି କେଶ ପାର୍ଶଲ ଚୋରି ହୋଇଯାଇଛି। ଅଭିଯୋଗକାରୀ ରାକେଶ କରିଛନ୍ତି ଯେ, ୬ ଜୁଲାଇ ୨୦୨୧ରେ ଇନ୍ଦୋରରୁ କୋଲକତାର ହାଓ୍ବଡା ଷ୍ଟେଶନ ଯିବା ପାଇଁ କେଶ ପାର୍ଶଲ କରିଥିଲେ। କିନ୍ତୁ ହାଓ୍ବାଡା ଷ୍ଟେଶନରେ ମାତ୍ର ୩ ବସ୍ତା ପାର୍ଶଲ ରିସିଭ୍‌ ହୋଇଥିଲା। ରେଳ ବିଭାଗର କିଛି କର୍ମଚାରୀଙ୍କ ଉପରେ ରାକେଶ ଚୋରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ୨୨ ବସ୍ତା ପାର୍ଶଲ ଲୋଡ୍‌ ହୋଇଥିଲା। କିନ୍ତୁ କୋଲକତାରେ ମାତ୍ର ୩ ବସ୍ତା ପାର୍ଶଲ ହିଁ ରିସିଭ୍‌ ହୋଇଥିଲା। ବାକି ୧୯ ବସ୍ତା କୁଆଡେ କଲା ବୋଲି ରାକେଶ ପ୍ରଶ୍ନ କରିଛନ୍ତି। ରେଳ ବିଭାଗ କର୍ମଚାରୀମାନେ ବଡ ଘୋଟାଲା କରିଥିବା ସେ ଅଭିଯୋଗ କରିଛନ୍ତି। ରାକେଶଙ୍କ ପାଖରେ ଲୋଡ୍‌ କରାଯାଇଥିବା ରସିଦ୍‌ ମଧ୍ୟ ଅଛି। ଯଦି ମୋ ପାର୍ଶଲ ନ ମିଳିଲା ତେବେ ମୁଁ ରେଳ ଷ୍ଟେଶନ ଆଗରେ ମୋ ଜୀବନ ଦେଇଦେବି ବୋଲି ରାକେଶ କହିଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ରେଳ ବିଭାଗର ପିଆର୍‌ଓ ଜିତେନ୍ଦ୍ର ଜୟନ୍ତ ଏହି ଘଟଣା ଆରପିଏଫ୍‌ ଦ୍ୱାରା ଯାଞ୍ଚ୍‌ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାକେଶ ପ୍ରାୟ ୧୦ କୁଇଣ୍ଟାଲ କେଶ ପାର୍ଶଲ କରିଥିଲେ। ଗୋଟିଏ କିଲୋ କେଶ ପ୍ରାୟ ୫ ହଜାର ଟଙ୍କା ହିସାବରେ ୧୦ କୁଇଣ୍ଟାଲ କେଶର ମୂଲ୍ୟ ୫୦ ଲକ୍ଷ ଟଙ୍କା। ଭାରତରୁ ଅଧିକାଂଶ ଝଡା କେଶ ଚାଇନା ରପ୍ତାନୀ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡୋ ଯାତ୍ରା କଂଗ୍ରେସକର୍ମୀଙ୍କୁ ଦେଇଛି ସଞ୍ଜିବନୀ: ଖାର୍ଗେ…

ନୂଆଦିଲ୍ଲୀ,୨୮।୧୨ : ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ବୁଧବାର ଏହାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦିଲ୍ଲୀର ଅଲ ଇଣ୍ଡିଆ କଂଗ୍ରେସର...

ଅଯୋଧ୍ୟାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୋଦିଙ୍କୁ ଉପହାରରେ କ’ଣ ଦେବେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ,୩୧।୭: ଆଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ଭୂମିପୂଜା କାର୍ଯ୍ୟକ୍ରମ ଅଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର...

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ...

କଂଗ୍ରେସର ରିସର୍ଟ ରାଜନୀତି

ପଣଜୀ,୧୦।୩(ପି.ଟି.): ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ଗୋଆରେ ସରକାର ଗଠନ କରିପାରି ନ ଥିଲା। ଏଥର ଯେପରି ସେଭଳି...

ଉତ୍ତରପୂର୍ବରେ ବନ୍ଦ ପାଳନ

ନୂଆଦିଲ୍ଲୀ,୧୧ା୧୨: ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଓ ରାଜ୍ୟ ସଭାରେ ଉପସ୍ଥାନ କରାଯିବାର ଦିନକ ପୂର୍ବରୁ ଏହାକୁ ଉତ୍ତର-ପୂର୍ବାଞ୍ଚଳରେ...

ସେଓକୁ କମଳା ସହିତ ଅବା ନରସଂହାରକୁ ହତ୍ୟା ସହ ତୁଳନା କରାଯାଇ ପାରିବ ନାହିଁ: ବିଲକିସ ବାନୋ ମାମଲାରେ କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୮।୪ : ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ଖଲାସ କରିବା ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ମେ ୨ ତାରିଖରେ ଶୁଣାଣି କରିବେ।...

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ...

ବ୍ୟାଙ୍କ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୬ା୩: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପୁଣିଥରେ ବିଭିନ୍ନ ବ୍ୟାଙ୍କ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛି। ବିଭିନ୍ନ ବ୍ୟାଙ୍କ୍‌ଗୁଡ଼ିକ ସଠିକ୍‌ ଭାବରେ ନିୟମର ଅନୁପାଳନ...

Advertisement
Archives

Model This Week