୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିପାରିନାହିଁ। କେବଳ ଭାରତ ନୁହେଁ, ସାରା ବିଶ୍ୱରେ ବିମାନ ଚଳାଚଳ କ୍ଷେତ୍ରର ଅଣ୍ଟାକୁ କରୋନା ଭାଇରସ୍‌ ଭାଙ୍ଗିଦେଇଛି। ବିମାନ କମ୍ପାନୀଗୁଡ଼ିକ ସେମାନଙ୍କ କାରବାରକୁ ବଞ୍ଚାଇବା ଲାଗି ବିକଳ୍ପ ପନ୍ଥା ଆପଣାଉଛନ୍ତି। ଦେଶର ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ପରିସ୍ଥିତିକୁ ଧ୍ୟାନରେ ରଖି ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ସ୍ଥିତି ବଜାୟ ରଖିବା ଲାଗି ଏଭଳି ନିଷ୍ପତ୍ତି କମ୍ପାନୀ ଗ୍ରହଣ କରିଥିବା କୁହାଯାଉଛି। ଇଣ୍ଡିଗୋରେ ବର୍ତ୍ତମାନ ୨୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷ କମ୍ପାନୀକୁ କର୍ମଚାରୀଙ୍କ ବାବଦ ୪୩୯୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।
ବିମାନ ଚଳାଚଳ କ୍ଷେତ୍ରକୁ ସରକାର କୌଣସି ସହାୟତା ପ୍ରଦାନ କରି ନାହାନ୍ତି। ଅପରପକ୍ଷରେ କରୋନା ଲାଗି ବିମାନସେବା ବାଧାପ୍ରାପ୍ତ ହୋଇଥିବା ବେଳେ ବିମାନ ଇନ୍ଧନ ବୃଦ୍ଧି ଯୋଗୁ କମ୍ପାନୀଗୁଡିକର ଚିନ୍ତା ବଢ଼ିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିକୁ ବିଚାରକରି କାରବାରକୁ ବଞ୍ଚାଇବା ଯୋଜନା କରାଯିବା ସହ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀର ସିଇଓ ରଣଜୟ ଦତ୍ତ କହିଛନ୍ତି। ଇଣ୍ଡିଗୋ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ପ୍ରଭାବିତ ହୋଇଥିବା କର୍ମଚାରୀଙ୍କ ଲାଗି କମ୍ପାନୀ ୬ଇ କେୟାର ପ୍ୟାକେଜ ଘୋଷଣା କରିଛି। ଏହାଦ୍ୱାରା କର୍ମଚାରୀଙ୍କୁ ନୋଟିସ ପେ ପ୍ରଦାନ ବ୍ୟବସ୍ଥା କରାଯାଇଛି। କର୍ମଚାରୀଙ୍କୁ ଅନ୍ତତଃ ପକ୍ଷେ ୩ ମାସର ବେତନ ପ୍ରଦାନ ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ବଜାର ସ୍ଥିତି ଠିକ୍‌ ନ ଥିବା ବେଳେ ବିଭିନ୍ନ କମ୍ପାନୀ ସେମାନଙ୍କ ବାଣିଜ୍ୟକୁ ବ୍ୟବସ୍ଥିତ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଯୋଜନା ଅନ୍ତର୍ଗତ କମ୍ପାନୀଗୁଡିକ ଖର୍ଚ୍ଚକାଟ କରିବା ଲାଗି ବିକଳ୍ପ ପନ୍ଥା ଗ୍ରହଣ କରୁଛନ୍ତି। ଏହା ମଧ୍ୟରେ କର୍ମଚାରୀଙ୍କୁ ବୃହତ୍‌ ପରିମାଣର ଛଟେଇ ହେବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri