Posted inଜାତୀୟ

ଭାରତର ଭାକ୍ସିନ୍‌ ଆଶା

ନୂଆଦିଲ୍ଲୀ, ୨୦ା୧୧:କରୋନା ମହାମାରୀର ମୁକାବିଲା ଲାଗି ଟିକା ପ୍ରସ୍ତୁତିକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ପ୍ରତିଯୋଗିତା ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆମେରିକୀୟ କମ୍ପାନୀ ଫାଇଜର ଏବଂ ମଡର୍ନା ଇତିମଧ୍ୟରେ ସେମାନଙ୍କ ଟିକାର ଚୂଡ଼ାନ୍ତ ପରୀକ୍ଷା ଫଳାଫଳ ଘୋଷଣା କରି ବିଭିନ୍ନ ଦେଶ ପାଇଁ ଆଶା ସଞ୍ଚାର କରିଛନ୍ତି। ୯୫ ପ୍ରତିଶତ ଫଳପ୍ରଦ ଫାଇଜର ଟିକା ଏବେ ବ୍ୟବହାର ନିମନ୍ତେ ଅନୁମୋଦନ ପାଇଁ ଆବେଦନ କରିଛି। ତେବେ ଏହି ଟିକା ପାଇଁ ଆବଶ୍ୟକ ହେଉଥିବା ସୁପର-କୋଲ୍ଡ ଷ୍ଟୋରେଜ୍‌ ଭାରତରେ ମିଳିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ୧୩୦ କୋଟି ଦେଶବାସୀଙ୍କ ପାଇଁ ଟିକା ଉତ୍ପାଦନ ଓ ସଂଗ୍ରହ ନିମନ୍ତେ ଭାରତ ଫାଇଜର ସମେତ କେତେକ କମ୍ପାନୀ ସହ ଆଲୋଚନା ଚଳାଇଛି।
ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା
ଭାରତ ଏପର୍ଯ୍ୟନ୍ତ କରିଥିବା ଭାକ୍ସିନ୍‌ ଡିଲ୍‌ ମଧ୍ୟରୁ ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା ସବୁଠୁ ଅଧିକ ନିର୍ଭରଯୋଗ୍ୟ ବୋଲି କୁହାଯାଉଛି। ୧୦୦ କୋଟି କୋଭିଡ୍‌ ଟିକା ଉତ୍ପାଦନ ଓ ଯୋଗାଣ ଲାଗି ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଷ୍ଟ୍ରାଜେନିକା ସହ କାର୍ଯ୍ୟ କରୁଛି। କୋଭିଶିଲ୍ଡ ନାମରେ ଆସିବାକୁ ଥିବା ଏହି ଭାକ୍ସିନ୍‌ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରିବାକୁ ଯାଉଛି। ମହାମାରୀ ରୋକିବାରେ ଏହା ବାସ୍ତବ ସମାଧାନ ହୋଇପାରିବ ବୋଲି ଦ୍ୱିତୀୟ ଓ ତୃତୀୟ ପରୀକ୍ଷା ତଥ୍ୟକୁ ଆଧାର କରି ଆଇସିଏମ୍‌ଆର୍‌ କହିଛି। ଏହାର ଅନ୍ତରୀଣ ଫଳାଫଳ ଖୁବ୍‌ଶୀଘ୍ର ଆସିବା ଆଶା କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ। କ୍ଷତିକାରକ ହୋଇ ନଥିବା ସାଧାରଣ ଥଣ୍ଡା ରୋଗ ଭୂତାଣୁ ଏବଂ ଆଡେନୋ ଭୂତାଣୁର ଦୁର୍ବଳ ଭର୍ସନକୁ ଆଧାର କରି ଅକ୍ସଫୋର୍ଡ ଉକ୍ତ ଟିକା ପ୍ରସ୍ତୁତ କରିଛି। ଏହାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ।
ଫାଇଜର ଓ ମଡର୍ନା
ଆମେରିକାର ଫାଇଜର-ବାୟୋଏନ୍‌ଟେକ୍‌ ଏବଂ ମଡର୍ନା କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଟିକା ଯଥାକ୍ରମେ ୯୫% ଓ ୯୪.୫% ସଫଳ ବୋଲି ଚୂଡ଼ାନ୍ତ ପରୀକ୍ଷା ଫଳାଫଳରୁ ଜଣାପଡ଼ିଥିବା ସେମାନେ ଦାବି କରିଛନ୍ତି। ତେବେ ଫାଇଜର ଟିକା ପାଇଁ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ପଡ଼ୁଥିବାରୁ ଏହା ଭାରତ ପକ୍ଷେ ସମ୍ଭବ ନୁହେଁ। ଅନ୍ୟପକ୍ଷରେ ମଡର୍ନା ଟିକାକୁ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇପାରିବ। ଏଭଳି କମର୍ସିଆଲ ଡିପ୍‌ ଫ୍ରିଜ୍‌ ଭାରତରେ ଉପଲବ୍ଧ।
କୋଭାକ୍ସିନ୍‌
ଭାରତ ବାୟୋଟେନ୍‌ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ସହ ମିଶି କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛି। ଦୁଇଟି ପର୍ଯ୍ୟାୟ ପରୀକ୍ଷାରୁ ଏହା ନିରାପଦ ଏବଂ କୌଣସି ପ୍ରତିକୂଳ ପ୍ରଭାବ ନ ଥିବା ଜଣାପଡିଛି। ପରୀକ୍ଷାରେ ଭାଗ ନେଇଥିବା ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ପ୍ରବେଶ କରିଥିବା ଏହି ଭାକ୍ସିନ୍‌କୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରଖାଯାଇପାରିବ।
ସ୍ପୁଟ୍‌ନିକ ଭି
ସ୍ପୁଟ୍‌ନିକ୍‌ ଭି ଟିକା ପାଇଁ ଭାରତ ରୁଷିଆର ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ସହ ଡିଲ୍‌ କରିଛି। ଏହି ଟିକା ୯୨ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉକ୍ତ ଟିକା ଭାରତରେ ପ୍ରସ୍ତୁତ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର ବ୍ରିକ୍ସ ସମିଟ୍‌ରେ ପ୍ରସ୍ତାବ ଦେଇଥିଲେ। ଭାରତରେ ଡ. ରେଡିସ୍‌ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଖୁବ୍‌ଶୀଘ୍ର ଆରମ୍ଭ କରିବ। ଏହାକୁ ବିଯୁକ୍ତ ୨୦ରୁ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରା ମଧ୍ୟରେ ରଖାଯାଇପାରିବ।
ନୋଭାଭାକ୍ସ
ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ନ ଥିବା ବେଳେ ସଫଳ ହେଲେ ଆସନ୍ତାବର୍ଷ ଦ୍ୱିତୀୟାର୍ଦ୍ଧରେ ଉପଲବ୍ଧ ହେବା ଆଶା କରାଯାଉଛି। ବର୍ଷକୁ ୨୦୦ କୋଟି ନୋଭାଭାକ୍ସ ପ୍ରସ୍ତୁତ ଲାଗି ଉକ୍ତ କମ୍ପାନୀ ସହ ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଚୁକ୍ତି ସ୍ବାକ୍ଷର କରିଛନ୍ତି।
ଜାଇଡସ୍‌ କାଡିଲା
ଭାରତର ଟିକା ଉତ୍ପାଦନକାରୀ କମ୍ପାନୀ ଜାଇଡସ୍‌ କାଡିଲା ଡିଏନ୍‌ଏ ଆଧାରିତ ଭାକ୍ସିନ ଜାଇକୋଭ୍‌-ଡିର ପରୀକ୍ଷା ଆରମ୍ଭ କରିଛି। ଡିସେମ୍ବରରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ହେବ। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ଉକ୍ତ ଟିକା ନିରାପଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri