ଭାରତର ଦୁଇ ପଡ଼ୋଶୀ ଦେଶ

ପଡ଼ୋଶୀଟିଏ ଉତ୍ତମ ବନ୍ଧୁତ୍ୱର ନିଦର୍ଶନ ହୋଇପାରେ କିମ୍ବା ଶତ୍ରୁତା ଆଚରଣ ବି କରିପାରେ। ଏହା ପରିବାର, ଗୋଷ୍ଠୀ, ସମାଜ ଏବଂ ସର୍ବୋପରି ଦେଶ ଦେଶ ମଧ୍ୟରେ ଦେଖାଯାଏ। ଜଣେ ଉତ୍ତମ ପଡ଼ୋଶୀ ସେହି ଯେ ସୁଖଦୁଃଖରେ ଆନ୍ତରିକତାର ସହଭାଗିତା ସ୍ଥାପନ କରେ। ଗୋଟିଏ ଦେଶର ପଡ଼ୋଶୀ ଯଦି ଉତ୍କଟ ଶତ୍ରୁତା ଆଚରଣ କରେ ତେବେ ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧିପାଏ ଓ ଉଭୟ ଦେଶର ସାଧାରଣ ଜନତା ଏଥିରେ ଦୁଃଖ ଭୋଗ କରନ୍ତି। ଭାରତର ଦ୍ରୁତ ବିକାଶ ତା’ର ପଡ଼ୋଶୀ ଦେଶ ବିଶେଷ ଭାବେ ପାକିସ୍ତାନକୁ ଈର୍ଷାନ୍ବିତ କରିଛି। ଫଳ ସ୍ବରୂପ ପାକିସ୍ତାନ ପ୍ରତ୍ୟକ୍ଷ ବା ପରୋକ୍ଷରେ ଭାରତରେ ଆତଙ୍କୀ କାର୍ଯ୍ୟକଳାପ ଜାରିରଖିଛି। ପାକିସ୍ତାନର ସାଧାରଣ ଜନତା ମଧ୍ୟ ସେ ଦେଶର ସରକାରୀ ବ୍ୟବସ୍ଥାକୁ ବିରୋଧ କରିବା ଆରମ୍ଭ କଲେଣି। ଭାରତ ପରି ପାକିସ୍ତାନ କାହିଁକି ସଫଳତା ଅର୍ଜନ କରି ପାରୁନାହିଁ ବୋଲି ସେ ଦେଶର ଶିକ୍ଷିତ ନାଗରିକ ପ୍ରଶ୍ନ ଉଠାଇଲେଣି। ଏପରି କି ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଏ ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ସମ୍ପ୍ରତି ଲଣ୍ଡନରେ ଥିବା ସରିଫ୍‌ ପ୍ରଶ୍ନ କରିଛନ୍ତି ଭାରତ ପରି ପାକିସ୍ତାନ କାହିଁକି ସଫଳତା ହାସଲ କରିପାରୁନାହିଁ- ଏ ବିଷୟରେ ପାକିସ୍ତାନ ନେତୃମଣ୍ଡଳୀ ସମୀକ୍ଷା କରିବା ଆବଶ୍ୟକ। ଚନ୍ଦ୍ରୟାନ-୩ର ସଫଳତା ଓ ଜି-୨୦ ସମ୍ମିଳନୀରେ ସଫଳ ଆୟୋଜନ ପରେ ପାକ୍‌ ଗଣମାଧ୍ୟମଗୁଡ଼ିକ ଭାରତକୁ ପ୍ରଶଂସା କରିଛନ୍ତି, ଯାହା ସେ ଦେଶର ଶାସକଙ୍କୁ ବିବ୍ରତ କରିଛି। ବଡ଼କଥା ହେଲା, ପାକିସ୍ତାନ ଜନ୍ମିତ ସ୍ବିଡେନ ରାଜନୀତି ବିଶେଷଜ୍ଞ ଭାବେ ସୁପରିଚିତ ଇସ୍ତିଆଜ ଅହମ୍ମଦ କହିଛନ୍ତି ଯେ, ଭାରତରେ ବସବାସ କରୁଥିବା ମୁସଲମାନମାନେ ପାକିସ୍ତାନ ମୁସଲମାନଙ୍କ ତୁଳନାରେ ଯଥେଷ୍ଟ ଭଲରେ ଅଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଏତେ ସଂଖ୍ୟକ ମୁସଲମାନ ଯଦି ଭାରତରେ ସୁଖରେ ରହି ପାରୁଛନ୍ତି, ତେବେ ପାକିସ୍ତାନରେ ଏହା କାହିଁକି ସମ୍ଭବ ହେଉନାହିଁ ? ଇସ୍ତିଆଜ ଭାରତର ସମାନ ନାଗରିକ ସଂହିତା (ୟୁସିସି)କୁ ସମର୍ଥନ କରି କହିଛନ୍ତି ଯେ ଏହାଦ୍ୱାରା ସବୁ ସମ୍ପ୍ରଦାୟ ସମାନଭାବେ ଆଇନଗତ ସୁବିଧା ପାଇବେ, ଯାହାଫଳରେ ବିକାଶ ଅବଶ୍ୟମ୍ଭାବୀ। ଇସ୍ତିଆଜ ପୁଣି କହିଛନ୍ତି ଭାରତଠାରୁ ଅଲଗା ହେବା ଥିଲା ଏକ ଭୁଲ୍‌ ନିଷ୍ପତ୍ତି। ଅବଶ୍ୟ ବିଭାଜନ ପରେ ଆମେରିକା ଓ ବିଶ୍ୱବ୍ୟାଙ୍କ ସହାୟତାରେ ପାକିସ୍ତାନ ଆର୍ଥିକ ପ୍ରଗତି ହାସଲ କରିଥିଲା। କିନ୍ତୁ ୧୯୬୫ର ଯୁଦ୍ଧ ପାକିସ୍ତାନକୁ ପ୍ରଭୂତ କ୍ଷତି ପହଞ୍ଚାଇଲା ଓ ପାକ୍‌ ଅର୍ଥନୀତି ଭୟଙ୍କର ପ୍ରଭାବିତ ହେଲା। ବିଶେଷକରି ୧୯୭୧ରେ ବାଂଲାଦେଶ ପାକିସ୍ତାନଠାରୁ ଅଲଗା ହେବାପରେ ପାକିସ୍ତାନର ଆର୍ଥିକ ଅଧୋଗତି ତୀବ୍ରତର ହେଲା। ବାଂଲାଦେଶ ଶିଳ୍ପ ସମୃଦ୍ଧ ହୋଇ ବିକାଶ ପଥରେ ଅଗ୍ରସର ହେଲା। ବାଂଲାଦେଶର ବୟନଶିଳ୍ପ ଉପତ୍ାଦ ବିଶ୍ୱବିଖ୍ୟାତ। ପାକିସ୍ତାନ ପ୍ରାୟତଃ ଶିଳ୍ପଶୂନ୍ୟ ହୋଇଗଲା। ଇସ୍ତିଆଜ କହିଛନ୍ତି ଆତଙ୍କବାଦ ପ୍ରୋତ୍ସାହନ ବ୍ୟୟଭାର ପାକିସ୍ତାନର ଆର୍ଥିକ ଦୁର୍ଗତିର ଅନ୍ୟତମ କାରଣ। ଉଦ୍‌ବେଗର କଥା ପାକିସ୍ତାନର ଗଣତାନ୍ତ୍ରିକ ସରକାର ପରିବର୍ତ୍ତେ ଶାସନ ବ୍ୟବସ୍ଥା ଅଙ୍କୁଶ ସେନାହାତକୁ ଚାଲିଯିବା ଦ୍ୱାରା ପାକିସ୍ତାନରେ ଅରାଜକତା ବ୍ୟାପିଗଲା। ମୋଟାମୋଟି ଇସ୍ତିଆଜଙ୍କ ମତହେଲା ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦକଲେ ଭାରତ ସହ ସମ୍ପର୍କ ସୁଧୁରିବାର ସୁଯୋଗ ସୃଷ୍ଟିହେବ ଓ ଦୁଇଦେଶ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପିତ ହୋଇ ପ୍ରଗତିର ପଥ ଉନ୍ମୁକ୍ତ ହେବ। ଇସ୍ତିଆଜଙ୍କ ସର୍ବଶେଷ ମତହେଲା ଯେ ଭାରତରେ ସାମାଜିକ ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କର ସ୍ବାଧୀନତା ସେ ଦେଶକୁ ଆଗକୁ ନେଇଥିବା ବେଳେ, ପାକିସ୍ତାନ ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଛି।
  ଅପରପକ୍ଷେ ଅନ୍ୟତମ ଦକ୍ଷିଣ ଏସୀୟ ପଡ଼ୋଶୀ ଦେଶ ଭୁଟାନ କଥା ଚିନ୍ତା କରାଯାଉ। ଭୁଟାନର ସମୁଦାୟ ବାଣିଜି୍ୟକ କାରବାରର ଦୁଇ/ତୃତୀୟାଂଶ କେବଳ ଭାରତ ସହ ହୋଇଥାଏ। ଭୁଟାନ ଜଳବିଦ୍ୟୁତ ଉପତ୍ାଦନରେ ପୃଥିବୀ ବିଖ୍ୟାତ। ବଳକା ଜଳବିଦ୍ୟୁତ ଭାରତ ସମେତ ପୃଥିବୀର ଅନେକ ଦେଶକୁ ଯୋଗାଇଦିଏ ଭୁଟାନ। ଯଦିଓ ଚାଇନା ଭାରତ ବିରୋଧରେ ଭୁଟାନକୁ ଉସୁକାଉଛି, ଭୁଟାନ କିନ୍ତୁ ଭାରତ ସହ ତା’ର ବନ୍ଧୁଭାବାପନ୍ନ ମନୋଭାବକୁ ପରିହାର କରିନାହିଁ। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେଗିଂ ନିକଟରେ ସୂଚନା ଦେଇଛନ୍ତି ଯେ, ଯେଉଁ ବିଶ୍ୱସ୍ତରୀୟ କମ୍ପାନୀମାନେ ଭାରତରେ ପୁଞ୍ଜିନିବେଶ କରୁଛନ୍ତି ଓ ଅନ୍ୟ ଯେଉଁମାନେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ସେମାନଙ୍କୁ ଭୁଟାନ ପ୍ରତି ଆକର୍ଷିତ କରିବା ପାଇଁ ନୂଆଦିଲ୍ଲୀକୁ ଅନୁରୋଧ କରାଯାଇଛି। ଭୁଟାନର ପର୍ଯ୍ୟଟନ ଶିଳ୍ପ ଅତ୍ୟନ୍ତ ବ୍ୟବସ୍ଥିତ। ଅନ୍ୟ ଦେଶ ତୁଳନାରେ ଭାରତୀୟ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ଖର୍ଚ୍ଚର ଏକ ବଡ଼ ରିହାତି ଘୋଷଣା ଭାରତୀୟଙ୍କୁ ସେ ଦେଶପ୍ରତି ଆକୃଷ୍ଟ କରିବ ବୋଲି ଭୁଟାନ ଆଶାବାଦୀ। ଭୁଟାନ ସମ୍ପ୍ରତି ଉକତ୍ଟ ବେକାରିକୁ ସାମନା କରୁଥିବା ବେଳେ ଖୁବ୍‌ଶୀଘ୍ର ଏଥିରୁ ମୁକ୍ତିଲାଭ କରିବା ପାଇଁ ଆଶାବାଦୀ। ବଡ଼କଥା ହେଲା ଭୁଟାନ ପାକିସ୍ତାନ ପରି ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦିଏନାହିଁ। ଚାଇନାର ବିସ୍ତାରବାଦୀ ରାଜନୀତିକୁ ଭୁଟାନ ଭଲଭାବରେ ବୁଝିସାରିଛି। ନେପାଳପରି ଚାଇନାକୁ ସେ ସମର୍ଥନ କରିନାହିଁ। ଭୁଟାନ ଦୃଷ୍ଟିରେ ଭାରତ ହିଁ ଏକମାତ୍ର ନିର୍ଭରଯୋଗ୍ୟ ପଡ଼ୋଶୀ ଦେଶ। ବିଗତ ୨୦୦୦ ମସିହାଠାରୁ ୨୦୨୩ ମଧ୍ୟରେ ଭାରତ ଭୁଟାନରେ ୮୬ ନିୟୁତ ଡଲାର ପୁଞ୍ଜି ନିବେଶ କରିସାରିଛି, ଯାହା ଭୁଟାନର ପ୍ରଗତି ପ୍ରତି ଭାରତର ଏକ ବଡ଼ ଅବଦାନ। ଭୁଟାନ ବୁଝିସାରିଛି ଯେ ଭାରତର ସେପରି କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଭାରତ ମଧ୍ୟ ଭୁଟାନର ବିକାଶରେ ସହଭାଗିତା ପାଇଁ ହାତ ବଢ଼ାଇଛି।
– ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri