ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ…

ଜେନେଭା,୧୩।୧୦ : ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ପୁଣି ଥରେ ସାମ୍ନାକୁ ଆସିଛି। ଏଥିପାଇଁ ଭାରତ ପୁଣି ଥରେ କଡ଼ା ଜବାବ ଦେବା ସହିତ ନିନ୍ଦା କରିଛି। ସାଧାରଣ ସଭାରେ ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗ ଚାଲିଥିଲା ।

ଏହି ସମୟରେ ପାକିସ୍ତାନୀ କୂଟନୀତିଜ୍ଞ ମୁନିର ଆକ୍ରାମ କ୍ରମାଗତ ଭାବରେ କଶ୍ମୀରର ସ୍ଥିତିକୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସହିତ ତୁଳନା କରୁଥିଲେ। ଏହା ପରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମୁନିରଙ୍କର ଏଭଳି କାର୍ଯ୍ୟକୁ କଡ଼ା ସ୍ବରରେ ନିନ୍ଦା କରିଥିଲେ। ରୁଚିରା କାମ୍ବୋଜ କହିଛନ୍ତି ଯେ ମିଳିତ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନ ଏବଂ ରୁଷିଆ ଯୁଦ୍ଧ ଭଳି ଗୁରୁତର ପ୍ରସଙ୍ଗ ଉପରେ ବିତର୍କ ଚାଲିଛି। କିନ୍ତୁ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଯେ ପୁନର୍ବାର ଏହି ଫୋରମକୁ ଏକ ପ୍ରତିନିଧୀ ଦଳ ଦ୍ୱାରା ଅପବ୍ୟବହାର କରାଯାଉଛି। ମୋ ଦେଶ ବିରୁଦ୍ଧରେ ତୁଚ୍ଛ ଏବଂ ଅର୍ଥହୀନ ମନ୍ତବ୍ୟ ଦିଆଯାଉଛି ।

କାମ୍ବୋଜ କହିଛନ୍ତି ଯେ ବାରମ୍ବାର ମିଥ୍ୟା ମାନସିକତା ଥିବା ଦେଶ ସବୁବେଳେ ସହାନୁଭୂତି ପାଇବାକୁ ଚେଷ୍ଟା କରନ୍ତି କିନ୍ତୁ ଏହାର କୌଣସି ଲାଭ ନାହିଁ। ସେ କହିଛନ୍ତି ଯେ ଏଭଳି ବିବୃତ୍ତି ପରେ ପାକିସ୍ତାନ ସାମୁହିକ ଅବମାନନାର ଯୋଗ୍ୟ। ଜମ୍ମୁ-କଶ୍ମୀରର ସମଗ୍ର ଅଞ୍ଚଳ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନର ପ୍ରତିନିଧୀ ଏହାକୁ ବିଶ୍ୱାସ କରୁଛନ୍ତି କି ନାହିଁ ତାହା ଜଣା ନାହିଁ। ଆମେ ପାକିସ୍ତାନକୁ ଆତଙ୍କବାଦ ବନ୍ଦ କରିବାକୁ କହୁଛୁ ଯାହା ଦ୍ୱାରା ଆମର ନାଗରିକମାନେ ସେମାନଙ୍କର ଜୀବନ ଏବଂ ସ୍ବାଧୀନତାର ଅଧିକାର ଉପଭୋଗ କରିପାରିବେ। ମାତ୍ର ଏକ୍ଷେତ୍ରରେ ପଡୋଶୀ ଦେଶ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି କାମ୍ବୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri