ଇମ୍ରାନ୍‌ଙ୍କୁ ଭାରତର କଡ଼ା ଜବାବ: ଏବେ ଖାଲି କରିବାକୁ ପଡ଼ିବ ପିଓକେ

ଜେନେଭା, ୨୬।୯: ଜାତିସଂଘ ଜେନେରାଲ ଆସେମ୍ବ୍ଲିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଭାରତ ପକ୍ଷରୁ ପୁଣି କଡ଼ା ଜବାବ ଦିଆଯାଇଛି। ଇମ୍ରାନ୍‌ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଜାତିସଂଘରେ ଇଣ୍ଡିଆ ମିଶନର ଭାରତର ପ୍ରଥମ ସଚିବ ମିଜିତୋ ଭିନିତୋ ଏବେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଖାଲି କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଭାରତ ପକ୍ଷରୁ ଉତ୍ତର ଦେବା ଅଧିକାରର ପ୍ରୟୋଗ କରି ସେ ଶନିବାର ଏପରି କହିଛନ୍ତି। କଶ୍ମୀର ପ୍ରସଙ୍ଗରେ କେବଳ ପିଓକେ ଉପରେ ଆଲୋଚନା ବାକି ରହିଛି। ଏବେ ପାକିସ୍ତାନକୁ ଏହି ଅଞ୍ଚଳ ଖାଲି କରିବାକୁ ପଡ଼ିବ। ପାକିସ୍ତାନ ସଂସଦରେ ଆତଙ୍କବାଦୀ ଓସାମ ବିନ୍‌ ଲାଡେନ୍‌କୁ ଶହୀଦ୍‌ ବୋଲି ଇମ୍ରାନ୍‌ କହିଥିଲେ। ଏଥିରୁ ତାଙ୍କର ପୃଥିବୀ ପ୍ରତି ଥିବା ଦାୟିତ୍ୱବୋଧ ବେଶ୍‌ ଜଣାପଡୁଛି ବୋଲି ଭିନିତୋ କହିଛନ୍ତି। ପାକିସ୍ତାନରେ ୩୦ରୁ ୪୦ ହଜାର ଆତଙ୍କବାଦୀ ତାଲିମ୍‌ ନେଉଥିବା ୨୦୧୯ରେ ଇମ୍ରାନ୍‌ ଆମେରିକା ସମ୍ମୁଖରେ ସ୍ବୀକାର କରିଥିଲେ। ପରେ ସେମାନଙ୍କୁ ଭାରତ ଏବଂ ଆଫଗାନିସ୍ତାନକୁ ପଠାଯାଇଥିଲା ବୋଲି ଭିନିତୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଚୁମ୍ବନ ଦିବସ: ୧୦ସେକେଣ୍ଡର ୮୦ ନିୟୁତ ଅଣୁଜୀବ ଚୁମ୍ବନରେ ହୋଇଥାନ୍ତି ସଂକ୍ରମିତ

ଲଣ୍ଡନ,୬।୭: ଜୁଲାଇ ୬ରେ ବ୍ରିଟେନ୍‌ରେ ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏଠାରେ ଗତ ୧୪ ବର୍ଷ ଧରି ଏହା ପାଳିତ ହେଉଛି। ସ୍ନେହ ଓ...

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ବୋ,୨୫।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ସହରର ମାଜିଷ୍ଟ୍ରେଟ ଅଦାଲତଙ୍କ ପଛପଟେ ଥିବା ଖାଲି ସ୍ଥାନରେ ଗୁରୁବାର ଏକ ବିସ୍ଫୋରଣ ହୋଇଥିବା...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର...

ଓମିକ୍ରନକୁ ନେଇ ଏପରି ଚେତାବନୀ ଦେଲା ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଉଛି। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରଭାବ ମଧ୍ୟ ଭାରତ...

ପିଲାଙ୍କୁ ଟିକା ନଦେଲେ ୨ଲକ୍ଷ ଟଙ୍କା ଜରିମାନା

ମ୍ୟୁନିକ୍‌,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍‌ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍‌ ସଂସଦରେ...

ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର...

ପୁଣି ତେଜିଲା ଉତ୍ତେଜନା: ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ…

ବେଜିଂ/ତାଇପେ,୨୭।୫ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନାର ବିମାନ ପରିବହନକାରୀ ଯୁଦ୍ଧପୋତ ଶାଣ୍ଡୋଙ୍ଗ ଶନିବାର ଅନ୍ୟ ଦୁଇଟି ଜାହାଜ ସହିତ ତାଇୱାନ ଷ୍ଟ୍ରାଇଟ ଦେଇ...

Advertisement
Archives

Model This Week