ଭାରତର ଚନ୍ଦ୍ର ଅଭିଯାନ

ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ଆମମାନଙ୍କ ସବୁଠାରୁ ଅଧିକ ପରିଚିତ ଜ୍ୟୋତିର୍ବିଦୀୟ ପିଣ୍ଡ। ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମହାକାଶ ଯୁଗ ଆରମ୍ଭ ହେବା ପରେ ରୁଷ୍‌ ଓ ଆମେରିକା ଚନ୍ଦ୍ର କକ୍ଷକୁ କେତେଗୁଡ଼ିଏ ଯାନ ପଠାଇ ଏହା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଛନ୍ତି। ସେମାନେ ମଧ୍ୟ ଚନ୍ଦ୍ରପୃଷ୍ଠକୁ କେତୋଟି ପ୍ରୋବ୍‌ ପଠାଇ ପରୀକ୍ଷା କରିଛନ୍ତି। ୧୯୬୯ ମସିହାରେ ଆମେରିକାର ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ଏବଂ ୧୯୭୨ ମସିହା ସୁଦ୍ଧା ଆମେରିକାର ମୋଟ ବାର ଜଣ ମହାକାଶଚାରୀ ସେଠାରେ ଅବତରଣ କରିଛନ୍ତି ଏବଂ ସେଠାରୁ ମୃତ୍ତିକା ଆଣି ପୃଥିବୀକୁ ଫେରିଛନ୍ତି। ଏହାପରେ ଚାଇନା ଓ ଜାପାନ ମଧ୍ୟ ଚନ୍ଦ୍ରକକ୍ଷକୁ ଯାନ ପଠାଇଛନ୍ତି।
ଭାରତ ଚନ୍ଦ୍ର ଅଭିଯାନରେ ସଫଳତା ପାଇଛି। ଏହା ତିନୋଟି ଅଭିଯାନରେ ଚନ୍ଦ୍ର ନିକଟକୁ ଯାନ ପଠାଇଛି ଏବଂ ଆଉ ଦୁଇଟି ଅଭିଯାନର ଯୋଜନା କରାଯାଇଛି। ଭାରତ ୨୦୦୮ ମସିହାରେ ଚନ୍ଦ୍ରଯାନ-୧ ପଠାଇଥିଲା। ଏଥିରେ ଚନ୍ଦ୍ର ପରିକ୍ରମଣକାରୀ ଗୋଟିଏ ଅର୍ବିଟର ଏବଂ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଗୋଟିଏ ସଂଘାତ ପ୍ରୋବ୍‌ ଥିଲା। ଏହି ଅଭିଯାନର ବିଶେଷତ୍ୱ ହେଉଛି, ଏଥିରେ ପ୍ରଥମେ ଚନ୍ଦ୍ରରେ ଜଳକୁ ଚିହ୍ନଟ କରାଯାଇଥିଲା। ପ୍ରୋବ୍‌ଟି ଅର୍ବିଟରରୁ ଚନ୍ଦ୍ରପୃଷ୍ଠରେ ପଡ଼ିବା ପାଇଁ ୨୨ ମିନିଟ୍‌ ନେଇଥିଲା ଏବଂ ଏହି ସମୟରେ ଏଥିରେ ଥିବା ଯନ୍ତ୍ରପାତି ପଠାଇଥିବା ତଥ୍ୟକୁ ବିଶ୍ଳେଷଣ କରି ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରରେ ଜଳକୁ ଚିହ୍ନଟ କରିଥିଲେ। ପୁନଶ୍ଚ ଅର୍ବିଟରରେ ଆମେରିକାର ଗୋଟିଏ ଯନ୍ତ୍ର ଥିଲା ଏବଂ ଏହା ପଠାଇଥିବା ଚିତ୍ରରୁ ନାସା ବୈଜ୍ଞାନିକମାନେ ମଧ୍ୟ ଚନ୍ଦ୍ରରେ ଚଳ ଚିହ୍ନଟ କରିଥିଲେ।
ଭାରତ ୨୦୧୯ ମସିହାରେ ଚନ୍ଦ୍ରଯାନ-୨ ପଠାଇଥିଲା। ଏଥିରେ ଅର୍ବିଟର ସହିତ ଚନ୍ଦ୍ରପୃଷ୍ଠରେ ନିରାପଦରେ ଅବତରଣ କରିବା ପାଇଁ ଗୋଟିଏ ଲ୍ୟାଣ୍ଡର ଓ ଗାଟିଏ ରୋଭର ଥିଲା। ମାତ୍ର ଲ୍ୟାଣ୍ଡର ଠିକ୍‌ ଭାବେ ଅବତରଣ କରି ନ ପାରି ଚନ୍ଦ୍ରପୃଷ୍ଠରେ ଜୋରରେ ପଡ଼ିଲା ଏବଂ ଫଳରେ ଲ୍ୟାଣ୍ଡର ଓ ଏହା ମଧ୍ୟରେ ଥିବା ରୋଭର ଅକାମୀ ହୋଇଗଲା। ମାତ୍ର ଏହାର ଅର୍ବିଟର ଆଜି ପର୍ଯ୍ୟନ୍ତ ଚନ୍ଦ୍ର କକ୍ଷରେ ପରିକ୍ରମଣ କରି ତଥ୍ୟ ପଠାଉଛି। ଭାରତ ଚନ୍ଦ୍ରଯାନ-୩କୁ ୨୦୨୩ ମସିହା ଜୁଲାଇ ୧୪ ତାରିଖରେ ଉତ୍‌କ୍ଷେପଣ କରିଥିଲା ଏବଂ ଏହା ସେହିବର୍ଷ ଅଗଷ୍ଟ ମାସରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ଥିଲା। ଏଥିରୁ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ବାହାରି ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ନିରାପଦରେ ଅବତରଣ କରିଥିଲେ ଏବଂ ଚଉଦ ଦିନ (ଚନ୍ଦ୍ରର ଗୋଟିଏ ଦିନ) ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କରିଥିଲେ। ଏହି ଅଭିଯାନରେ ଚନ୍ଦ୍ର ମୃତ୍ତିକାରେ ଆଲୁମିନିୟମ୍‌, କ୍ୟାଲସିୟମ୍‌, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅମ୍ଳଜାନ ସହିତ ଗନ୍ଧକକୁ ଚିହ୍ନଟ କରାଯାଇଥିଲା। ଚନ୍ଦ୍ରପୃଷ୍ଠରେ ନିରାପଦରେ ଅବତରଣ କରିବାରେ ଆମେରକା, ରୁଷିିଆ ଓ ଚାଇନା ପରେ ଭାରତ ଚତୁର୍ଥ ଦେଶ ଭାବରେ ଗୌରବ ଲାଭ କଲା।
ଚନ୍ଦ୍ରଯାନ-୩ର ଅଭୂତପୂର୍ବ ସଫଳତା ପରେ ଇସ୍ରୋ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ପଠାଇବା ପାଇଁ ସ୍ଥିର କରିଛି। ଏଥିପାଇଁ ୨୧୦୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥର ଲକ୍ଷ୍ୟ ଟିକିଏ ଜଟିଳ ଅଛି। ଚନ୍ଦ୍ରଯାନ-୪ରୁ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରି ସେଠାରୁ ମୃତ୍ତିକା ସଂଗ୍ରହ କରି ଅନ୍ୟ ଏକ ମଡ୍ୟୁଲରେ ଏହାକୁ ଚନ୍ଦ୍ର କକ୍ଷକୁ ଅଣାଯିବ। ସେଠାରୁ ଅନ୍ୟ ଏକ ମଡ୍ୟୁଲ ମୃତ୍ତିକାକୁ ପୃଥିତ୍ବୀ ପୃଷ୍ଠକୁ ଆଣିବ। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଆଣିବାରେ ଆମେରିକା, ରୁଷିଆ ଓ ଚାଇନା ପରେ ଭାରତ ଚତୁର୍ଥ ଦେଶ ହେବ। ଏହି ଅଭିଯାନରେ ମହାକାଶର ଦୁଇଟି ଯାନର ସଂଯୋଗ ବା ଡକିଂର ଆବଶ୍ୟକତା ପଡ଼ିବ। ଏହା ହେଉଛି ଏକ ଜଟିଳ ପ୍ରକ୍ରିୟା। ଇସ୍ରୋ ୨୦୨୪ ମସିହା ଡିସେମ୍ବରରେ ୨୨୦ କି.ଗ୍ରା. ଓଜନର ଦୁଇଟି ଉପଗ୍ରହକୁ ଉତ୍‌କ୍ଷେପଣ କରି ମହାକାଶରେ ଏହି ଦୁଇଟି ସଫଳ ସଂଯୋଗ ପରୀକ୍ଷା କରିଥିଲା ଏବଂ ଏହାପରେ ଦୁଇ ଉପଗ୍ରହକୁ ପୁନଶ୍ଚ ଅଲଗା କରାଯାଇଥିଲା।
ଭାରତ ଓ ଜାପାନ ମିଳିତ ଭାବେ ଚନ୍ଦ୍ରଯାନ-୫ର ପରିକଳ୍ପନା କରିଛନ୍ତି। ଏଥିରେ ୩୫୦ କି.ଗ୍ରା. ଓଜନର ଗୋଟିଏ ବଡ଼ ରୋଭର ରହିବ। ଏହାକୁ ଜାପାନ ନିର୍ମାଣ କରୁଛି। ଭାରତ ଏହାର ଲ୍ୟାଣ୍ଡର ନିର୍ମାଣ କରୁଛି ।
ଏଥିରେ ନାସା ଏବଂ ୟୁରୋପୀୟ ମହାକାଶ ସଂସ୍ଥାର କେତୋଟି ଯନ୍ତ୍ରପାତି ମଧ୍ୟ ରହିବ। ଏହି ଅଭିଯାନର ନାମ ‘ଚନ୍ଦ୍ର ମେରୁ ଅଭିଯାନ’ ରଖାଯାଇଛି।
ଚନ୍ଦ୍ରଯାନ-୩ ହେଉଛି ଭାରତୀୟ ମହାକାଶ ଅଭିଯାନର ଏକ ପ୍ରମୁଖ କୀର୍ତ୍ତି। ଏହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଯେଉଁ ସ୍ଥାନରେ ଅବତରଣ କରିଥିଲା, ସେହି ସ୍ଥାନର ନାମ ‘ଶିବ ଶକ୍ତି ବିନ୍ଦୁ’ ରଖାଯାଇଛି। ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ ମସିହା ଅଗଷ୍ଟ ୨୬ ତାରିଖରେ ଘୋଷଣା କରିଥିଲେ। ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୨୦୨୪ ମସିହା ମାର୍ଚ୍ଚ ୧୯ ତାରିଖରେ ଏହି ନାମକୁ ସ୍ବୀକୃତି ଦେଇଛି। ପୁନଶ୍ଚ ଚନ୍ଦ୍ରଯାନ-୩ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବାରୁ ଆମ ଦେଶରେ ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତଦନୁଯାୟୀ ୨୦୨୪ରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ ହୋଇଥିଲା। ଚଳିତ ବର୍ଷ ପାଳିତ ହେବ ଦ୍ୱିତୀୟ ଜାତୀୟ ମହାକାଶ ଦିବସ। ତେବେ ଏବର୍ଷ ଉକ୍ତ ଦିବସ ଲାଗି ବିଷୟବସ୍ତୁ ରହିଛି ‘ଆର୍ଯ୍ୟଭଟ୍ଟରୁ ଗଗନୟାନ: ପ୍ରାଚୀନ ଜ୍ଞାନରୁ ଅନନ୍ତ ସମ୍ଭାବନା’, ଯାହା ଭାରତର ଜ୍ୟୋତିର୍ବିଜ୍ଞାନ ଐତିହ୍ୟରୁ ଆଗାମୀ ମାନବ ମହାକାଶ ଉଡ଼ାଣ (ଗଗନୟାନ) ପର୍ଯ୍ୟନ୍ତ ଯାତ୍ରାକୁ ପ୍ରତିଫଳିତ କରେ।
ା ଛାତ୍ରୀଛାତ୍ରଙ୍କୁ ଜ୍ୟୋତିର୍ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଏବଂ ମହାକାଶ ଅଭିଯାନର ଗୁରୁତ୍ୱ ଓ ଉପକାରିତାକୁ ଜନସାଧାରଣଙ୍କୁ ଜଣାଇବା ହେଉଛି ଏହାର ଉଦ୍ଦେଶ୍ୟ।
ଇସ୍ରୋର କେତୋଟି ଉଲ୍ଲେଖନୀୟ ଭବିଷ୍ୟତ ମହାକାଶ କାର୍ଯ୍ୟକ୍ରମ ହେଉଛି ମଙ୍ଗଳଯାନ-୨, ଶୁକ୍ରଯାନ, ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ, ମହାକାଶକୁ ମହାକାଶଚାରୀ ପ୍ରେରଣ ଏବଂ ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କର ଅବତରଣ। ୨୦୨୭ ମସିହାରେ ଗଗନଯାନ ଅଭିଯାନରେ ଭାରତର ୩ ଜଣ ମହାକାଶଚାରୀ ଅନ୍ତରୀକ୍ଷକୁ ଯିବେ। ୨୦୩୫ ମସିହା ସୁଦ୍ଧା ଭୂକକ୍ଷରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ ଏବଂ ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଅବତରଣ ଭଳି କେତୋଟି ମହତ୍ତ୍ୱାକାଂକ୍ଷୀ ଯୋଜନା ଇସ୍ରୋ କରିଛି। ‘ଜାତୀୟ ମହାକାଶ ଅଭିଯାନ ଦିବସରେ ଛାତ୍ରୀଛାତ୍ର ଏବଂ ବିଜ୍ଞାନ ପ୍ରେମୀମାନେ ଏଥିପ୍ରତି ବିଶଦ୍‌ ଭାବେ ଅବଗତ ହେବେ ବୋଲି ଆଶା କରାଯାଏ।’
ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?