Posted inଖେଳ

ସଇନିଙ୍କ ଯୋଗୁ ଭାରତୀୟ ଟିମ୍‌ରେ ନୂଆ ସମସ୍ୟା! ବାଧ୍ୟ ହୋଇ ନେଟ୍‌ ବୋଲର୍‌ଙ୍କୁ…

କଲମ୍ବୋ,୨୯।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜିତ ହୋଇଛି ଭାରତ। ଭାରତୀୟ ଦଳ ଏହି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ ହେଁ ହାର୍‌କୁ ଏଡାଇ ପାରି ନ ଥିଲା। ତେବେ କୋଭିଡ ସଂକ୍ରମିତ ହେବାର ଗୋଟିଏ ମାମଲା ଏହିଭଳି ଦଳକୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। କୋଚ୍‌ ରାହୁଲ ଦ୍ରାବିଡ ମଧ୍ୟ ତାଙ୍କର ଏକ ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ଦ୍ୱିତୀୟ ଟି-୨୦ରେ ପରାଜୟ ପରେ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି।

ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର କୋଚ୍‌ ଦ୍ରାବିଡଙ୍କୁ କିଏ ଫିଲ୍ଡିଂ କରିବାକୁ ଯାଉଛନ୍ତି ତାହା ପଚରାଯାଇଥିଲା। ଏଥିରେ ସେ ହସି ‘ଚୟନ ପାଇଁ ଆମର କେବଳ ୧୧ଜଣ ଖେଳାଳି ଥିଲେ। ସମସ୍ତେ ପଡ଼ିଆକୁ ଓହ୍ଲାଇବେ’ ବୋଲି ସେ କହିଥିଲେ। ଦେଖିବାକୁ ଗଲେ କ୍ରୁନାଲ ପାଣ୍ଡ୍ୟା କୋଭିଡ ପଜିଟିଭ୍‌ ହେବା ପରେ ୯ଜଣ ଖେଳାଳି କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏଣୁ ଚୟନ ପାଇଁ ୧୫ ଖେଳାଳି ବାକିଥିଲେ। ସେଥିରେ ମୁଖ୍ୟ ଟିମ୍‌ର ସମସ୍ତ ଚାରୋଟି ନେଟ୍‌ ବୋଲରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲେ।

ଅପରପକ୍ଷେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ର ଓଭରରେ ମାତ୍ର କିଛି ମିନିଟ୍‌ ବାକିଥିବା ବେଳେ ନବଦୀପ ସଇନି କ୍ୟାଚ୍‌ ଧରିବାକୁ ପ୍ରୟାସ କରୁଥିବା ବେଳେ ଆହତ ହୋଇଥିଲେ। ଏହାପରେ ଫିଜିଓଙ୍କୁ ପଡ଼ିଆକୁ ଆସିବାକୁ ପଡ଼ିଥିଲା। ଏଭଳିସ୍ଥିତିରେ ଯଦି ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟି୨୦ ମ୍ୟାଚ୍‌ ଖେଳାଯାଏ ତେବେ ଦଳ ପାଇଁ ବଡ ସମସ୍ୟା ଦେଖାଦେବ। ସାଇନି ଫିଲ୍ଡିଂ କରିବାକୁ ସକ୍ଷମ ନ ହେଲେ ଦଳକୁ ଜଣେ ନେଟ ବୋଲରଙ୍କୁ ସୁଯୋଗ ଦେବାକୁ ହେବ।

ଭାରତୀୟ ଦଳ ସହ ଯାଇଥିବା ନେଟ୍‌ ବୋଲରଙ୍କ ମଧ୍ୟରେ ଇଶାନ୍‌ ପୋରେଲ୍‌, ସନ୍ଦୀପ ଓ୍ବାରିଅର୍‌, ସିମରଜିତ ସିଂହ, ଆର୍‌ ସାଇ କିଶୋର ଅଛନ୍ତି। ଏମାନଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଅଭିଜ୍ଞତା ନାହିଁ। ତଥାପି ଆବଶ୍ୟକ ପଡ଼ିଲେ ଦଳ ଏମାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ଦିନିକିଆ: କାଉଣ୍ଟରରେ ଉପଲବ୍ଧ ୧୦,୦୩୯ ଟିକେଟ୍‌

କଟକ ଅଫିସ,୧୯ା୧୨- ଆସନ୍ତା ରବିବାର ଦିନ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ୩ୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ...

କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ

ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍‌-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା...

ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍‌

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି।...

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର...

‘ମାତ୍ର ୨୦ ମିନିଟ୍‌ରେ କୋହଲିଙ୍କ ସଙ୍କଟ ଦୂର କରିଦେବି’

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ ବହୁ ପୂର୍ବତନ କ୍ରିକେଟର୍‌ ଦାବି କରିଛନ୍ତି।...

ମନ ଭାଙ୍ଗିଦେଲା ବର୍ଷା

ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...

ଶୂନରେ ଅଟିକିଛି ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆଉ ଏକ ବୃହତ୍‌ ପରାଜୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ...

ହାରିଲା ଭାରତ

ସେଣ୍ଟ କିଟ୍ସ,୨।୮: ସେଣ୍ଟ କିଟ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ ଭାରତକୁ ପରାସ୍ତ କରିଛି। ତିନି ବର୍ଷ ପରେ ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ବିପକ୍ଷରେ...

Advertisement
Archives

Model This Week