Posted inଜାତୀୟ

ଭାରତର ସବୁଠାରୁ ବଡ଼ ୟୁ-ଟର୍ନ ନେତା ହେଉଛନ୍ତି କେଜରିଓ୍ବାଲ …

ଅହମଦାବାଦ, ୩।୯ : ଭାରତୀୟ ଜନତା ପାର୍ଟିର ଏମ୍‌ପି ତଥା ଭାଜପାର ଯୁବ ସଂଗଠନ ଭାରତୀୟ ଜନତା ମୋର୍ଚ୍ଚା (ବିଜଓ୍ବୋଇଏମ୍‌) ଜାତୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଶନିବାର ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦେଶର ସବୁଠାରୁ ବଡ ୟୁ-ଟର୍ନ ନେତା ବୋଲି କହିଛନ୍ତି। ସୂର୍ଯ୍ୟା କହିଛନ୍ତି ଯେ ଗୁଜରାଟର ଯୁବକମାନେ ତାଙ୍କର ରେଭଡ଼ି ଏବଂ ବେଭଡି ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ। ରାଜନୀତିରେ କେଜରିୱାଲଙ୍କର କୌଣସି ବିଶ୍ୱାସନୀୟତା ଏବଂ ନିଷ୍ଠା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ରାଜକୋଟରେ କେଜରିୱାଲଙ୍କ ଗଣମାଧ୍ୟମ ସମ୍ମିଳନୀ ଆୟୋଜନ ହେବାର କିଛି ସମୟ ପରେ ସୂର୍ଯ୍ୟା କହିଛନ୍ତି ଯେ ଦିଲ୍ଲୀର ଭଲ ବିଦ୍ୟାଳୟ, ମୋହଲା କ୍ଲିନିକ ଏବଂ ସ୍ବଚ୍ଛ ରାଜନୀତିରେ ଏଏପି ନେତାଙ୍କ ଦାବିର ପର୍ଦ୍ଦାଫାଶ ଭାଜପା କରିଛି। ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଚଢ଼ାଉ କେଜରିୱାଲଙ୍କ ସ୍ବଚ୍ଛ ରାଜନୀତି ଦାବିକୁ ଲୋକଙ୍କ ଆଗରେ ପ୍ରକାଶ କରିଛି।

ଗୁଜୁରାଟର ଯୁବକମାନେ ରାଜ୍ୟର ବିକାଶ ଯାତ୍ରାକୁ ଉତ୍ସାହିତ କରିବାକୁ ଶପଥ ନେଇଛନ୍ତି ଦିଲ୍ଲୀ ସରକାରଙ୍କ ବିବାଦୀୟ ଏକ୍ସାଇଜ ନୀତି ସମ୍ପର୍କରେ ବେଙ୍ଗାଲୁରୁ ଦକ୍ଷିଣ ଆସନର ଏମ୍‌ପି ତେଜସ୍ବୀ ସୂର୍ଯ୍ୟା କହିଛନ୍ତି ଯେ ଗୁଜରାଟର ଯୁବକମାନେ ରାଜ୍ୟର ୩୦ ବର୍ଷର ବିକାଶ ଯାତ୍ରାକୁ ଉତ୍ସାହିତ କରିବେ ବୋଲି ଶପଥ ନେଇଛନ୍ତି। ଏହା ନିଶ୍ଚିତ ଯେ ଗୁଜରାଟର ଯୁବକମାନେ ରେଭଡି ଏବଂ ବେଭଡି ରାଜନୀତିକୁ ରାଜ୍ୟରେ କୌଣସି ସ୍ଥାନ ଦେବେ ନାହିଁ।

ସୂର୍ଯ୍ୟା କେଜରିୱାଲଙ୍କ ରାଜନୀତିରେ ବିଶ୍ୱାସନୀୟତା ଏବଂ ସଚ୍ଚୋଟତାର ଅଭାବ ରହିଛି। ତାଙ୍କ ରାଜନୀତି ଏକ ଅଦ୍ଭୁତ ଭିତ୍ତିରେ ଚାଲିଥାଏ। ଗୁଜୁରାଟ ଏବଂ ଦେଶର ଯୁବକମାନେ ତାଙ୍କ ବିବୃତ୍ତିକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ। ଗୁଜରାଟରେ ସ୍ବଚ୍ଛ, ଉତ୍ତରଦାୟୀ ଶାସନ ଦେଖିବାକୁ ମିଳିଛି। ଯାହା ରାଜ୍ୟର ବଞ୍ଚିତ ତଥା ଗରିବ ଲୋକଙ୍କ ପାଇଁ ସମୃଦ୍ଧତା ଏବଂ ପ୍ରଗତି ସୁନିଶ୍ଚିତ କରିଛି। କେଜରିଓ୍ବାଲ ମିଥ୍ୟା ପ୍ରତିଶ୍ରୁତିକୁ ଭୋଟର ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri