![](https://www.dharitri.com/wp-content/uploads/2022/09/jhalak.jpg)
ବମ୍ବେ: ପାଞ୍ଚ ବର୍ଷର ଅପେକ୍ଷା ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’। ଏଥିରେ ଅନେକ ବଡ଼ କଳାକାର ଭାଗ ନେଉଛନ୍ତି। ଶୋ’ର ବିଚାରପତି ଭାବେ ନଜର ଆସିବେ ମାଧୁରୀ ଦିକ୍ଷୀତ, କରନ୍ ଜୋହର ଏବଂ ନୋରା ଫତେହୀ। ଶନିବାର ଏହାର ପ୍ରଥମ ଏପିସୋଡ ପ୍ରସାରିତ ହେବ।
ଏଥର ଶୋ’ରେ ନିଆ ଶର୍ମା, ରୁବିନା ଦିଲେକ, ଗଶମୀର ମହାଜନୀ, ଶିଳ୍ପା ସିନ୍ଦେ, ଅଲି ଅସଗର, ଫୈଜଲ ଶେଖ, ଧୀରଜ ଧୁପର, ନୀତି ଟେଲର, ପାରସ ପଲନାବତ, ଜୋରାବର କାଲରା, ଅମୃତା ଖାନ୍ଓ୍ବିଲକରଙ୍କ ଭଳି ଚର୍ଚ୍ଚିତ ଟେଲି କଳାକାର ନଜର ଆସିବେ। ପ୍ରତି ଶନିବାର ଏବଂ ରବିବାର ରାତି ୮ଟାରେ କଲର୍ସ ଚ୍ୟାନେଲରେ ଏହା ପ୍ରସାରିତ ହେବ। ଏହାଛଡ଼ା ଭୁଟ୍ ଆପ୍ ଏବଂ ଜିଓ ଟିଭିରେ ଶୋ’କୁ ଅନ୍ଲାଇନ୍ରେ ଦେଖିହେବ।