Posted inଜାତୀୟ

ଭାକ୍ସିନ ଉପରେ ଅଧିକ ଭରସା କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୨।୧: ପୂରା ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ ୧ ନିୟୁତରୁ ଅଧିକ ଭାରତୀୟ କରୋନା ଭାକ୍ସିନ ନେଇସାରିଛନ୍ତି। ପ୍ରଥମ ଦିନ ଦେଶରେ ୨ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ଭ୍ୟାକସିନେଟ କରାଯାଇଥିଲା। ଯେ କୌଣସି ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ଦିନରେ ଏତେ ସଂଖ୍ୟାରେ ଲୋକେ ଟିକା ନେବା ଏକ ରେକର୍ଡ। ଅବଶ୍ୟ ଭାକ୍ସିନ ନେବା ପରେ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବାବେଳେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ବିଭିନ୍ନ ରାଜ୍ୟରୁ ଆସିଛି।

କୋଭାକ୍ସିନ ଟିକାର ତୃତୀୟ ଟ୍ରାଏଲର ରିପୋର୍ଟ ଉପଲବ୍ଧ ନ ଥିବାବେଳେ ଟିକା ନେଉଥିବା ବ୍ୟକ୍ତିଙ୍କଠାରେ ପାର୍ଶ୍ୱ ପତିକ୍ରିୟା ଦେଖାଦେଉଥିବାରୁ କିଛି ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ମନା କରି ଦେଇଛନ୍ତି। କିନ୍ତୁ ଅନ୍ୟ ଦେଶ ତୁଳନାରେ, କୋଭିଡ୍‌-୧୯ ଭାକ୍ସିନ ଉପରେ ଭାରତୀୟମାନେ ଅଧିକ ଭରସା କରୁଛନ୍ତି। ୧୦ରୁ ୮ ଜଣ ଭାରତୀୟ ଭାକ୍ସିନ ନେବାକୁ ଇଛୁକ ବୋଲି ଏଡେଲମ୍ୟାନ ପିଆର ଟ୍ରଷ୍ଟ ବାରୋମିଟର ୨୦୨୧ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ଆମେରିକା, ବ୍ରିଟେନ, ଜର୍ମାନୀ ଓ ରୁଷିଆ ସମେତ ୨୮ ଦେଶକୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଭାରତରେ ସର୍ବାଧିକ ପ୍ରତିଶତ ଲୋକ କୋଭିଡ୍‌-୧୯ ଭାକ୍ସିନ ଉପରେ ଭରସା କରୁଛନ୍ତି। ସର୍ଭେରୁ କୁହାଯାଇଛି, ପ୍ରାୟ ୫୧ ପ୍ରତିଶତ ଲୋକେ ଯଥା ଶୀଘ୍ର ଭାକ୍ସିନ ନେବାକୁ ପ୍ରସ୍ତୁତ। ଆଉ ୨୯ ପ୍ରତିଶତ ଲୋକେ ୬ ମାସରୁ ବର୍ଷକ ମଧ୍ୟରେ ଟିକା ନେବେ। ଆମେରିକାରେ କେବଳ ୫୯ ପ୍ରତିଶତ ଲୋକେ ଟିକା ନେବାକୁ ଚାହୁଁଛନ୍ତି। କରୋନା ସୃଷ୍ଟି ହୋଇଥିବା ଚାଇନାରେ ୭୪ ପ୍ରତିଶତ ଲୋକେ ଶଟ ନେବାକୁ ଇଚ୍ଛୁକ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ଛାଡିବେ ମୋଦି: ଟ୍ରେଣ୍ଡ କରୁଛି ‘ହାସ ନୋସାର୍‌’

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଟୁଇଟ୍‌ କରି ସେ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ...

କାର୍ଯ୍ୟକର୍ତ୍ତାଙ୍କୁ ଭାଜପା ନେତାଙ୍କ ନିର୍ଦ୍ଦେଶ: ଯେଉଁ ଘରେ ତ୍ରିରଙ୍ଗା ଲାଗିନାହିଁ, ମୋତେ ତାର ଫଟୋ ଦିଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂରଣ ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା...

ଡ୍ରଗ୍ସ ମାମଲା: ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମମ୍ବାଇ,୧୪ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବାକୁ...

ମାଲିକାଣୀଙ୍କୁ ଝୁଣି ମାଂସ ଖାଇଗଲା ପୋଷା କୁକୁର

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ନିଜ ମାଲିକାଣୀଙ୍କୁ କାମୁଡି ତାଙ୍କ ମାଂସ ଖାଇଯାଇଛି। ଏଥିପାଇଁ ସ୍ଥାନୀୟ...

ପଶ୍ଚିମବଙ୍ଗ ସରକାରଙ୍କୁ ଝଟ୍‌କା

କୋଲକାତା,୨ ।୮: କୋଲକାତା ହାଇକୋର୍ଟ ସୋମବାର ପଶ୍ଚିମବଙ୍ଗ ସରକାରଙ୍କୁ ଝଟ୍‌କା ଦେଇଛନ୍ତି । ମିଛ ସରକାରୀ ଚାକିରି ଘୋଟାଲା ମାମଲାରେ ଗିରଫ ହୋଇଥିବା ଭାରତୀୟ ଜନତା...

ରାହୁଲଙ୍କ ଘରେ ପୋଲିସ…

ନୂଆଦିଲ୍ଲୀ,୧୯।୩ : ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛନ୍ତି। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ତାଙ୍କ ବିବୃତ୍ତି...

ଆଜୀବନ ବନ୍ଦୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୨:୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ସେ ୧୭ ବର୍ଷ ହେଲା...

ସେନା ପୋଷାକରେ ଧଳା କାର୍‌ରେ ଦିଲ୍ଲୀରେ ପ୍ରବେଶ କଲେ ୫ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦେଶର ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେନା ପୋଷାକରେ ଧଳା କାର୍‌ରେ ୫ ଆତଙ୍କବାଦୀ ଦିଲ୍ଲୀ ଏନସିଆର୍‌ ଅଞ୍ଚଳରେ ପ୍ରବେଶ କରିଛନ୍ତି। ସେମାନଙ୍କ...

Advertisement
Archives

Model This Week