Posted inଜାତୀୟ

ଭାକ୍ସିନ ଉପରେ ଅଧିକ ଭରସା କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୨।୧: ପୂରା ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ ୧ ନିୟୁତରୁ ଅଧିକ ଭାରତୀୟ କରୋନା ଭାକ୍ସିନ ନେଇସାରିଛନ୍ତି। ପ୍ରଥମ ଦିନ ଦେଶରେ ୨ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ଭ୍ୟାକସିନେଟ କରାଯାଇଥିଲା। ଯେ କୌଣସି ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ଦିନରେ ଏତେ ସଂଖ୍ୟାରେ ଲୋକେ ଟିକା ନେବା ଏକ ରେକର୍ଡ। ଅବଶ୍ୟ ଭାକ୍ସିନ ନେବା ପରେ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବାବେଳେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ବିଭିନ୍ନ ରାଜ୍ୟରୁ ଆସିଛି।

କୋଭାକ୍ସିନ ଟିକାର ତୃତୀୟ ଟ୍ରାଏଲର ରିପୋର୍ଟ ଉପଲବ୍ଧ ନ ଥିବାବେଳେ ଟିକା ନେଉଥିବା ବ୍ୟକ୍ତିଙ୍କଠାରେ ପାର୍ଶ୍ୱ ପତିକ୍ରିୟା ଦେଖାଦେଉଥିବାରୁ କିଛି ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ମନା କରି ଦେଇଛନ୍ତି। କିନ୍ତୁ ଅନ୍ୟ ଦେଶ ତୁଳନାରେ, କୋଭିଡ୍‌-୧୯ ଭାକ୍ସିନ ଉପରେ ଭାରତୀୟମାନେ ଅଧିକ ଭରସା କରୁଛନ୍ତି। ୧୦ରୁ ୮ ଜଣ ଭାରତୀୟ ଭାକ୍ସିନ ନେବାକୁ ଇଛୁକ ବୋଲି ଏଡେଲମ୍ୟାନ ପିଆର ଟ୍ରଷ୍ଟ ବାରୋମିଟର ୨୦୨୧ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ଆମେରିକା, ବ୍ରିଟେନ, ଜର୍ମାନୀ ଓ ରୁଷିଆ ସମେତ ୨୮ ଦେଶକୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଭାରତରେ ସର୍ବାଧିକ ପ୍ରତିଶତ ଲୋକ କୋଭିଡ୍‌-୧୯ ଭାକ୍ସିନ ଉପରେ ଭରସା କରୁଛନ୍ତି। ସର୍ଭେରୁ କୁହାଯାଇଛି, ପ୍ରାୟ ୫୧ ପ୍ରତିଶତ ଲୋକେ ଯଥା ଶୀଘ୍ର ଭାକ୍ସିନ ନେବାକୁ ପ୍ରସ୍ତୁତ। ଆଉ ୨୯ ପ୍ରତିଶତ ଲୋକେ ୬ ମାସରୁ ବର୍ଷକ ମଧ୍ୟରେ ଟିକା ନେବେ। ଆମେରିକାରେ କେବଳ ୫୯ ପ୍ରତିଶତ ଲୋକେ ଟିକା ନେବାକୁ ଚାହୁଁଛନ୍ତି। କରୋନା ସୃଷ୍ଟି ହୋଇଥିବା ଚାଇନାରେ ୭୪ ପ୍ରତିଶତ ଲୋକେ ଶଟ ନେବାକୁ ଇଚ୍ଛୁକ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri