Posted inଜାତୀୟ

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ ଅତିକ୍ରମ କଲେ ଆଗାମୀ ଦିନରେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ। ବିଶେଷକରି ଭାରତ ଭଳି ଦେଶରେ ଏହାର ପ୍ରଭାବ ଅଧିକ ଭୟଙ୍କର ହୋଇପାରେ ବୋଲି ଗବେଷଣାରୁ ସତର୍କ କରାଯାଇଛି।

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (UNEP)ର ରିପୋର୍ଟ ଅନୁସାରେ, ଗ୍ଲୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବାର ସୁଯୋଗ ଏବେ ବି ରହିଛି। ଗ୍ରୀନ୍‌ହାଉସ ଗ୍ୟାସ ନିର୍ଗମନ ହ୍ରାସ କରି ତାପମାତ୍ରା ବୃଦ୍ଧିକୁ ସୀମିତ କରାଯାଇପାରେ। କିନ୍ତୁ ଏଥିପାଇଁ ବିଶ୍ୱସ୍ତରରେ ତୁରନ୍ତ ଓ ଦୃଢ଼ ପଦକ୍ଷେପ ଆବଶ୍ୟକ।

ଭାରତ ପାଇଁ ତାପମାତ୍ରା ବୃଦ୍ଧି ଅଧିକ ଚିନ୍ତାଜନକ। ଦେଶର ବିଶାଳ ଜନସଂଖ୍ୟା, କୃଷି ଓ ଅର୍ଥନୀତି ପାଣିପାଗ ଓ ଜଳବାୟୁ ଉପରେ ବହୁ ପରିମାଣରେ ନିର୍ଭରଶୀଳ। ଅତ୍ୟଧିକ ଗରମ, ବନ୍ୟା, ମରୁଡ଼ି ଓ ଘୂର୍ଣ୍ଣିଝଡ଼ ଭଳି ବିପର୍ଯ୍ୟୟର ଆଶଙ୍କା ଏହା ଫଳରେ ବଢ଼ିପାରେ।

ଗବେଷଣା ଅନୁସାରେ, ୧୯୮୧ରୁ ୨୦୨୦ ମଧ୍ୟରେ ଭାରତର ଗ୍ରୀଷ୍ମ ଋତୁର ସର୍ବାଧିକ ତାପମାତ୍ରାରେ ପ୍ରାୟ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇଛି। ଏହା ସହିତ ଲୁ’ର ପ୍ରକୋପ ମଧ୍ୟ ବଢ଼ିଛି। ଅତ୍ୟଧିକ ଗରମ ଓ ଆର୍ଦ୍ରତା ଏପରି ସ୍ଥିତି ସୃଷ୍ଟି କରୁଛି, ଯେଉଁଠାରେ ମାନବ ଶରୀର ନିଜକୁ ସ୍ବାଭାବିକ ଭାବେ ଥଣ୍ଡା ରଖିବାରେ ଅସମର୍ଥ ହୋଇପାରେ। ଏହି ସମସ୍ୟା କେବଳ ଗ୍ରୀଷ୍ମ ଋତୁରେ ନୁହେଁ, ମୌସୁମୀ ବର୍ଷା ସମୟରେ ମଧ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳିଆ ପାଣିପାଗର ଆଶଙ୍କା ବଢ଼ାଉଛି।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାରତର ଜଳ ଓ ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ପଡ଼ିପାରେ। ଗ୍ରୀନ୍‌ହାଉସ ଗ୍ୟାସ ନିର୍ଗମନ ଯୋଗୁ ଏଲ ନିନୋ ଓ ଭାରତୀୟ ମୌସୁମୀ ବର୍ଷା ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଫଳରେ ମରୁଡ଼ିର ଆଶଙ୍କା ବଢ଼ିବା ସହ କୃଷି ଓ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୋଇପାରେ। ପୂର୍ବରୁ ଜଳସଙ୍କଟ ସହ ଲଢ଼ୁଥିବା ଭାରତ ପାଇଁ ଏହା ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ବୈଜ୍ଞାନିକଙ୍କ ମତରେ, ବିଶ୍ୱ ଯଦି ଏବେଠାରୁ ଗ୍ରୀନ୍‌ହାଉସ ଗ୍ୟାସ ନିର୍ଗମନ କମାଇବା, ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବଢ଼ାଇବା ଓ ଜଳବାୟୁ ଅନୁକୂଳନ ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ୧.୫ ଡିଗ୍ରୀ ସେଲସିୟସ ସୀମା ଅତିକ୍ରମ କରିପାରେ। ଏହାର ପ୍ରଭାବ ଭାରତ ଭଳି ଜଳବାୟୁ ସମ୍ବେଦନଶୀଳ ଦେଶଗୁଡ଼ିକ ପାଇଁ ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇପାରେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri