ଦୁବାଇରେ ୩୫,୫୦୦ କୋଟିର ଘର କିଣିଛନ୍ତି ଭାରତୀୟ

ଦୁବାଇ,୬।୨: ୨୦୨୨ରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ୩୫,୫୦୦ କୋଟି ଟଙ୍କା (୧୬ ବିଲିୟନ ଡିରହାମ୍‌) ବିନିଯୋଗ କରିଥିବା ରିଅଲ ଇଷ୍ଟେଟ୍‌ ତଥ୍ୟରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ଏହା ଦୁଇଗୁଣ। ୨୦୨୧ରେ ଭାରତୀୟମାନେ ଦୁବାଇରେ ଘର କିଣାରେ ୯ ବିଲିୟନ ଡିରହାମ୍‌ ବିନିଯୋଗ କରିଥିଲେ। ଦୁବାଇରେ ଘର କିଣିଥିବା ବିଦେଶୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। ଗୃହ କ୍ରେତାଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀ-ଏନ୍‌ସିଆର୍‌, ଅହମଦାବାଦ, ସୁରଟ, ହାଇଦ୍ରାବାଦ ଏବଂ ପଞ୍ଜାବର ଧନୀ ବ୍ୟବସାୟୀ, ଶିଳ୍ପପତି ଏବଂ ପ୍ରଭାବଶାଳୀ ବ୍ୟକ୍ତି।

ପ୍ରଚୁର ଅର୍ଥ ସହ ବିଳାସପୂର୍ଣ୍ଣ ଜୀବନଶୈଳୀ ଆଶାରେ ସେମାନେ ଦୁବାଇରେ ରହିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଦୁବାଇ ସହ ସାରା ବିଶ୍ୱର ଯୋଗାଯୋଗ ଥିବାରୁ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଦାୟିତ୍ୱରେ ଅବସ୍ଥାପିତ କେତେଜଣ ବରିଷ୍ଠ ଅଫିସର ମଧ୍ୟ ସେଠାର ସମ୍ପତ୍ତି ଉପରେ ନଜର ପକାଉଥିବା ଏକ ରିଅଲ ଇଷ୍ଟେଟ୍‌ କନ୍‌ସଲ୍ଟାନ୍ସିର ସିଇଓ କହିଛନ୍ତି। ଅନେକ ଧନୀ ଭାରତୀୟ ନିଜ ଦେଶର ମେଟ୍ରୋ ମହାନଗରୀକୁ ପଛରେ ପକାଇ ଦୁବାଇରେ ଅତ୍ୟାଧୁନିକ ଭଡ଼ାଘରେ ରହୁଛନ୍ତି। ମହାମାରୀ ବେଳେ ଦୁବାଇର ଘରଭଡ଼ା ବଜାର ୩୦% ହ୍ରାସ ପାଇଥିବାବେଳେ ଏବେ ୨୦୧୫-୧୬ ସ୍ତରକୁ ଫେରିଛି।

ଯୁବ ଭାରତୀୟ ଉଦ୍ୟୋଗୀମାନଙ୍କୁ ଦୁବାଇ ଆକର୍ଷଣ କରିବାର ଅନ୍ୟତମ କାରଣ ହେଲା ସେଠାର ଅନ୍ତର୍ଜାତୀୟ ଫାଇନାନ୍ସିଆଲ ସେଣ୍ଟର ଫିନ୍‌ଟେକ୍‌ ଇକୋସିଷ୍ଟମ ପ୍ରଦାନ କରୁଛି ବୋଲି ଜେଭି ଭେଞ୍ଚର୍ସର ସହ ପ୍ରତିଷ୍ଠାତା ବିଶାଳ ଗୋଏଲ କହିଛନ୍ତି। ଭାରତୀୟମାନେ ଦୁବାଇରେ କିଣୁଥିବା ଘରଗୁଡ଼ିକର ହାରାହାରି ଦାମ୍‌ ୩.୬ କୋଟିରୁ ୩.୮ କୋଟି ଟଙ୍କା ହୋଇଥିବାବେଳେ ମାସିକ ଘରଭଡ଼ା ୩ରୁ ୩.୫ ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

ଶୁଭେନ୍ଦୁଙ୍କ ବଡ ଆକ୍ସନ, ଖୋଲୁଛନ୍ତି ନୂଆ ‘ଡିଟେନ୍ସନ ସେଣ୍ଟର’, ଜାଣନ୍ତୁ କେଉଁମାନଙ୍କୁ ଏଠି ଅଟକ ରଖାଯିବ

କୋଲକାତା,୨୪।୫: ପଶ୍ଚିମବଙ୍ଗର ଗୃହ ଏବଂ ପାହାଡ଼ି ବ୍ୟାପାର ବିଭାଗ ସମସ୍ତ ଜିଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଧରାପଡ଼ିଥିବା ବିଦେଶୀ ନାଗରିକ ଏବଂ ଜେଲରୁ…

ନନ୍ଦିପଦା ଥାନାକୁ ନ ଥିଲା ରାସ୍ତା, ଆଜି ଶିଳାନ୍ୟାସ କଲେ ଥାନାଧିକାରୀ

ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ…

ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ…

ଏମିତି ଘୋଷଣା କଲା ଇରାନ ଖୁସି ହୋଇଗଲା ସାରା ବିଶ୍ୱ, ଏଥର ଶେଷ ହେବ ଯୁଦ୍ଧ!

ନୂଆଦିଲ୍ଲୀ/ତେହରାନ,୨୪।୫: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କ ଏକ ବିବୃତ୍ତି ଅନ୍ତର୍ଜାତୀୟ ରାଜନୀତିରେ ଏକ ନୂତନ ଆଲୋଚନାର ସୂତ୍ରପାତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri