ଦୁବାଇରେ ୩୫,୫୦୦ କୋଟିର ଘର କିଣିଛନ୍ତି ଭାରତୀୟ

ଦୁବାଇ,୬।୨: ୨୦୨୨ରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ୩୫,୫୦୦ କୋଟି ଟଙ୍କା (୧୬ ବିଲିୟନ ଡିରହାମ୍‌) ବିନିଯୋଗ କରିଥିବା ରିଅଲ ଇଷ୍ଟେଟ୍‌ ତଥ୍ୟରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ଏହା ଦୁଇଗୁଣ। ୨୦୨୧ରେ ଭାରତୀୟମାନେ ଦୁବାଇରେ ଘର କିଣାରେ ୯ ବିଲିୟନ ଡିରହାମ୍‌ ବିନିଯୋଗ କରିଥିଲେ। ଦୁବାଇରେ ଘର କିଣିଥିବା ବିଦେଶୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। ଗୃହ କ୍ରେତାଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀ-ଏନ୍‌ସିଆର୍‌, ଅହମଦାବାଦ, ସୁରଟ, ହାଇଦ୍ରାବାଦ ଏବଂ ପଞ୍ଜାବର ଧନୀ ବ୍ୟବସାୟୀ, ଶିଳ୍ପପତି ଏବଂ ପ୍ରଭାବଶାଳୀ ବ୍ୟକ୍ତି।

ପ୍ରଚୁର ଅର୍ଥ ସହ ବିଳାସପୂର୍ଣ୍ଣ ଜୀବନଶୈଳୀ ଆଶାରେ ସେମାନେ ଦୁବାଇରେ ରହିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଦୁବାଇ ସହ ସାରା ବିଶ୍ୱର ଯୋଗାଯୋଗ ଥିବାରୁ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଦାୟିତ୍ୱରେ ଅବସ୍ଥାପିତ କେତେଜଣ ବରିଷ୍ଠ ଅଫିସର ମଧ୍ୟ ସେଠାର ସମ୍ପତ୍ତି ଉପରେ ନଜର ପକାଉଥିବା ଏକ ରିଅଲ ଇଷ୍ଟେଟ୍‌ କନ୍‌ସଲ୍ଟାନ୍ସିର ସିଇଓ କହିଛନ୍ତି। ଅନେକ ଧନୀ ଭାରତୀୟ ନିଜ ଦେଶର ମେଟ୍ରୋ ମହାନଗରୀକୁ ପଛରେ ପକାଇ ଦୁବାଇରେ ଅତ୍ୟାଧୁନିକ ଭଡ଼ାଘରେ ରହୁଛନ୍ତି। ମହାମାରୀ ବେଳେ ଦୁବାଇର ଘରଭଡ଼ା ବଜାର ୩୦% ହ୍ରାସ ପାଇଥିବାବେଳେ ଏବେ ୨୦୧୫-୧୬ ସ୍ତରକୁ ଫେରିଛି।

ଯୁବ ଭାରତୀୟ ଉଦ୍ୟୋଗୀମାନଙ୍କୁ ଦୁବାଇ ଆକର୍ଷଣ କରିବାର ଅନ୍ୟତମ କାରଣ ହେଲା ସେଠାର ଅନ୍ତର୍ଜାତୀୟ ଫାଇନାନ୍ସିଆଲ ସେଣ୍ଟର ଫିନ୍‌ଟେକ୍‌ ଇକୋସିଷ୍ଟମ ପ୍ରଦାନ କରୁଛି ବୋଲି ଜେଭି ଭେଞ୍ଚର୍ସର ସହ ପ୍ରତିଷ୍ଠାତା ବିଶାଳ ଗୋଏଲ କହିଛନ୍ତି। ଭାରତୀୟମାନେ ଦୁବାଇରେ କିଣୁଥିବା ଘରଗୁଡ଼ିକର ହାରାହାରି ଦାମ୍‌ ୩.୬ କୋଟିରୁ ୩.୮ କୋଟି ଟଙ୍କା ହୋଇଥିବାବେଳେ ମାସିକ ଘରଭଡ଼ା ୩ରୁ ୩.୫ ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri