ଇସିଜି କହୁଛି ମୃତ, ଚର୍ଚ୍ଚାରେ ଏୟାରଲିଫ୍ଟ

ଭୁବନେଶ୍ୱର(ବ୍ୟୁରୋ)/ସମ୍ବଲପୁର ଅଫିସ,୬।୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗତ ୨୯ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ଉପରକୁ ପୋଲିସ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ ଛାତିରେ ବାଜିଥିଲା। ଘଟଣାଟି ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଘଟିଥିଲା। ସେଠାରୁ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲା ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ଆପୋଲୋରେ ତାଙ୍କୁ ଅପରାହ୍ନ ପ୍ରାୟ ୩ଟା ୧୫ରେ ଭର୍ତ୍ତି କରାଯାଇ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସୂଚନା ଦିଆଯାଇଥିଲା। ପରେ ରାତି ପ୍ରାୟ ୭ଟା ୪୦ମିନିଟ୍‌ରେ ନବଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ନବଙ୍କ ମୃତ୍ୟୁ ସମୟକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ନବଙ୍କ ମୃତ୍ୟୁ ଭୁବନେଶ୍ୱର ନୁହେଁ, ବରଂ ଘଟଣାସ୍ଥଳରେ ହିଁ ହୋଇଛି। ତେଣୁ ଏୟାରଲିଫ୍‌ କରି ଭୁବନେଶ୍ୱର ନିଆଯିବା, ଅସ୍ତ୍ରୋପଚାର କରାଯିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ଏପରି କି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ସମାନ କଥାକୁ ଦୋହରାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲା ହସ୍ପିଟାଲରେ ହୋଇଥିବା ନବ ଦାସଙ୍କ ଇସିଜି ରିପୋର୍ଟ ଏହି ଚର୍ଚ୍ଚାକୁ ଅଧିକ ଦୃଢ଼ କରିଛି। ଗୁଳିମାଡ଼ ପରେ ନବଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଅପରାହ୍ନ ୧ଟା ୨୯ମିନିଟ୍‌ରେ ନବଙ୍କର ଇସିଜି କରିଥିଲେ। ତାହାର ରିପୋର୍ଟ ଏବେ ହସ୍ତଗତ ହୋଇଛି। ସେଥିରେ ନବ ଦାସଙ୍କ ନାମ ସହ ବୟସ ୬୧ବର୍ଷ ବୋଲି ଉଲ୍ଲେଖ ରହିଛି। ଇସିଜି କରାଯିବାର ସମୟ ଏବଂ ତାରିଖ ମଧ୍ୟ ଦର୍ଶାଯାଇଛି। ଜଣେ ଡାକ୍ତରଙ୍କ କହିବା ଅନୁସାରେ ଇସିଜି ରିପୋର୍ଟରେ ଯେଉଁ ତଥ୍ୟଗୁଡ଼ିକ ଉଲ୍ଲେଖ ରହିଛି, ତାହା ଜଣେ ବ୍ୟକ୍ତିଙ୍କ ମୃତ ପରେ ବାହାରିଥାଏ। ହାର୍ଟବିଟ୍‌ ବନ୍ଦ ହୋଇଯାଇଥିବା ମଧ୍ୟ ରିପୋର୍ଟରୁ ଜଣାପଡୁଥିବା ଡାକ୍ତର ଜଣକ କହିଛନ୍ତି। ଅନ୍ୟପକ୍ଷରେ ନବ ଦାସଙ୍କୁ ଭୁବନେଶ୍ୱର ନେବା ନିମନ୍ତେ ଏୟାର ଆମ୍ବୁଲାନ୍ସର ଆବଶ୍ୟକତା ନ ଥିବାରୁ ପ୍ରଥମ ରିକ୍ୟୁଜିଶନକୁ କୁଆଡ଼େ ରଦ୍ଦ କରାଯାଇଥିଲା। ଦ୍ୱିତୀୟ ରିକ୍ୟୁଜିଶନ ପରେ ଏୟାରଲିଫ୍ଟ କରାଯାଇଥିବା ଆଲୋଚନା ହେଉଛି। ଡାକ୍ତରଙ୍କ କହିବା ମୁତାବକ ଯଦି ଇସିଜି କରାଯିବା ବେଳେ ନବଙ୍କ ମୃତ୍ୟୁ ଘଟିଥିଲା, ତେବେ ଏହାପରେ କିଏ ଏବଂ କାହିଁକି ତାଙ୍କୁ ଭୁବନେଶ୍ୱର ନେବା ପାଇଁ ପରାମର୍ଶ ଦେଇଥିଲେ ତାହା ତଦନ୍ତ ସାକ୍ଷେପ।
ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଧରାଯିବା ସହ ୮ଦିନ ଧରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଥିଲେ ମଧ୍ୟ ହତ୍ୟା ପଛର କାରଣ କୁହାଯାଉନାହିଁ। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିକଟରେ କହିଥିଲେ, ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। କିନ୍ତୁ ଗୋପାଳ କାହିଁକି ଗୁଳି କଲେ, ସେନେଇ ବୋଥ୍ରା ଏପର୍ଯ୍ୟନ୍ତ କିଛି କହୁନାହାନ୍ତି। ଏସବୁରୁ ସନ୍ଦେହ ବଢ଼ୁଥିବାରୁ ନାନା ଚର୍ଚ୍ଚା ମଧ୍ୟ ହୋଇ ଆସୁଛି। ବିଶେଷକରି ମନ୍ତ୍ରୀ ଦାସଙ୍କ ହତ୍ୟା ପଛରେ ଏକ ସୁଚିନ୍ତିତ ଯୋଜନା ଥିବା ପ୍ରଥମ ଦିନରୁ ହିଁ ଆଲୋଚନା ଜୋର ଧରିଛି। ସେହିପରି କର୍ପୋରେଟ ତଥା ବ୍ୟବସାୟିକ ଶତ୍ରୁତାରୁ ଏହି ଘଟଣାର ରୂପ ଦିଆଯାଇଥିବା ଏବଂ ଏଥିରେ ବହୁ ପ୍ରଭାବଶାଳୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି। ଏଥିଯୋଗୁ ତଦନ୍ତ ବିଳମ୍ବ ଓ ବାଟମଣା ହେଉଥିବା ମଧ୍ୟ କୁହାଯାଉଛି। ଘଟଣା ଅତ୍ୟନ୍ତ ରହସ୍ୟଜନକ ଥିବାବେଳେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ‘ଘଟଣା ସମ୍ପର୍କରେ ଶ୍ରୀଜଗନ୍ନାଥ ଜାଣିଥିବେ’ ମନ୍ତବ୍ୟ ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚାରେ। ଏହି ମନ୍ତବ୍ୟରୁ ସାଧାରଣରେ ଆଲୋଚନା ହେଉଛି ଯେ, ଅଭିଯୁକ୍ତଙ୍କୁ ହେପାଜତରେ ରଖି ପୋଲିସ ଏତେ ଅସହାୟ କାହିଁକି ହୋଇପଡ଼ିଛି। ନବ ଦାସଙ୍କ ମୃତ୍ୟୁ ସମୟ, ସ୍ଥାନ, ଏୟାରଲିଫ୍ଟ, କ୍ରାଇମ୍‌ବ୍ରାଞ୍ଚର ମୌନ ବ୍ରତ ଏବଂ ଡିଜିପିଙ୍କ ଭଗବାନ ଭରସା ମନ୍ତବ୍ୟ ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?