ସ୍ମାର୍ଟଫୋନ୍‌ରେ ଶପିଂ ସାଇଟ୍‌ ଅଧିକ ସର୍ଚ୍ଚ କରୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୧୯।୭ : ସ୍ମାର୍ଟଫୋନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରତିଦିନ ଫୋନ ବ୍ୟବହାର ବହୁବିଧ କ୍ଷେତ୍ରରେ କରାଯାଇଥାଏ। ଯେପରିକି ସାଇଟ୍‌ ସର୍ଚ୍ଚ, ସୋସିଆଲ ମିଡିଆ ପରିଦର୍ଶନ, ଖେଳ ଖେଳିବା ଏବଂ ଭିଡିଓ ଦେଖିବା ଇତ୍ୟାଦି। ନିକଟରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରୁ ଜଣାପଡିଛି ଭାରତୀୟ ଲୋକମାନେ ନିଜ ସ୍ମାର୍ଟଫୋନରେ ଅଧିକ ବ୍ୟବହାର କେଉଁଥିରେ କରନ୍ତି। ରିପୋର୍ଟରେ ସବୁକିଛି ପ୍ରକାଶ ପାଇଛି।

ସ୍ମାର୍ଟଫୋନ ଗୁଡିକ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ସାଧାରଣତ ଃ ୟୁଟିଲିଟି ବିଲ ପୈଠ ପାଇଁ ବ୍ୟବହୃତ ହୁଏ। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୬ ପ୍ରତିଶତ ଲୋକ ସ୍ମାର୍ଟଫୋନ ମାଧ୍ୟମରେ ୟୁଟିଲିଟି ବିଲ ପୈଠ କରନ୍ତି। ଏହା ଅତ୍ୟନ୍ତ ସୁବିଧାଜନକ ପଦ୍ଧତି, ଏବଂ ଏହା ସମୟ ମଧ୍ୟ ସଞ୍ଚୟ କରିଥାଏ।

ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦.୮ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଅନଲାଇନ ଶପିଂ କରନ୍ତି। ପ୍ରାୟ ୬୧.୮ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଅତ୍ୟାବଶ୍ୟକ ସାମଗ୍ରୀ ଅର୍ଡର କରନ୍ତି। ପ୍ରାୟ ୬୬.୨ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଅନଲାଇନ ସେବା ବୁକ କରନ୍ତି । ପ୍ରାୟ ୭୩.୨ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ତେଜରାତି ସାମଗ୍ରୀ ଅର୍ଡର କରନ୍ତି। ପ୍ରାୟ ୫୮.୩ ପ୍ରତିଶତ ଲୋକ ନିଜ ସ୍ମାର୍ଟଫୋନରୁ ଡିଜିଟାଲ ନଗଦ ଦେୟ ପ୍ରଦାନ କରନ୍ତି।

ଭାରତରେ ସ୍ମାର୍ଟଫୋନ ବ୍ୟବହାର କରୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଅପେକ୍ଷା ଅଧିକ। ପ୍ରାୟ ୬୨ ପ୍ରତିଶତ ପୁରୁଷଙ୍କର ସ୍ମାର୍ଟଫୋନ ଥିବାବେଳେ କେବଳ ୩୮ ପ୍ରତିଶତ ମହିଳାଙ୍କର ସ୍ମାର୍ଟଫୋନ ଅଛି। ସ୍ମାର୍ଟଫୋନ ବ୍ୟବହାରରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ସହରାଞ୍ଚଳର ପ୍ରାୟ ୫୮ ପ୍ରତିଶତ ଲୋକଙ୍କର ସ୍ମାର୍ଟଫୋନ ଥିବାବେଳେ କେବଳ ୪୧ ପ୍ରତିଶତ ଗ୍ରାମାଞ୍ଚଳର ଲୋକଙ୍କର ସ୍ମାର୍ଟଫୋନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri