Posted inଖେଳ

ଭାରତୀୟ କ୍ୟାମ୍ପରେ କରୋନାର ଏଣ୍ଟ୍ରି

ନୂଆଦିଲ୍ଲୀ, ୮ା୧୨: ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଦକ୍ଷିଣ କୋରିଆରେ ଥିବା ଭାରତୀୟ ମହିଳା ହକି ଦଳର ଜଣେ ସଦସ୍ୟାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ ବାତିଲ କରିଦିଆଯାଇଛି ବୁଧବାର କୋରିଆ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛି
ଏସିଆନ ହକି ଫେଡେରେଶନ।

ନିୟମିତ ରୁଟିନ ଟେଷ୍ଟ ବେଳେ ଏହି କୋଭିଡ୍‌ ପଜିଟିଭ ମାମଲା ନଜରକୁ ଆସିଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚଗୁଡ଼ିକ ଖେଳିବ କି ନା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଦଳ ଗୁରୁବାର ଚାଇନା ସହ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌ ଜନିତ କାରଣରୁ ସୋମବାର ଖେଳାଯିବାକୁ ଥିବା ମାଲେସିଆ ବିପକ୍ଷ ମ୍ୟାଚକୁ ବାତିଲ କରିଦିଆଯାଇଛି। ବୋଧହୁଏ ମହାମାରୀର କୋପଦୃଷ୍ଟି ଏହି ଟୁର୍ନାମେଣ୍ଟ ଉପରେ ପଡ଼ିଛି। ମାଲେସିଆ ଦଳର ଜଣେ ଖେଳାଳି ମଧ୍ୟ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ମାଲେସିଆ ଟୁର୍ନାମେଣ୍ଟର ପ୍ରଥମ ଦୁଇ ଦିନ ବାଧ୍ୟ ହୋଇ ଅନୁପସ୍ଥିତ ରହିଛ

ପଜିଟିଭ୍‌ ଫଳାଫଳ ଯୋଗୁ ଭାରତୀୟ ଖେଳାଳିଙ୍କୁ ମାଲେସିଆ ଖେଳାଳିଙ୍କ ଭଳି କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଗତ ବର୍ଷର ରନର୍ସ ଅପ୍‌ ଭାରତ ପୂର୍ବରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଥାଇଲାଣ୍ଡ ବିପକ୍ଷରେ ୧୩-୦ ଗୋଲରେ ବିଜୟ ଲାଭ କରିଥିଲା। ସ୍ଥାନରେ ରହିଥିବା ଭାରତ ହେଉଛି ଟୁର୍ନାମେଣ୍ଟର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ପ୍ରକୃତରେ ୨୦୨୦ରେ ଖେଳାଯାଇଥାନ୍ତା। କିନ୍ତୁ କୋଭିଡ୍‌ କାରଣରୁ ଏହାକୁ ଏକାଧିକ ଥର ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି।…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

ଭାଜପାର ଫୋକସ୍‌ରେ ପଞ୍ଚାୟତ, ପୌର ନିର୍ୱାଚନ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତା ମା’ ଅଞ୍ଚଳେଶ୍ୱରୀ ମନ୍ଦିର ପରିସରରେ ରବିବାର ଭାଜପା ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ…

୧୦ ଟଙ୍କା ନିଅ ଝାଲମୁଢ଼ି ଦିଅ… ଦିଦିଙ୍କ ଗଡ଼ରେ ମଜା ନେଲେ ମୋଦି

କୋଲକାତା,୧୯ା୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପ୍ରଚାର ସମୟରେ ସେ ପାରମ୍ପରିକ ବଙ୍ଗାଳୀ…

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri