Posted inଖେଳ

୩୩ ବର୍ଷରେ ଏଭଳି ପରାଜୟ ଦେଖି ନ ଥିଲେ

ଜୋହାନ୍ସବର୍ଗ,୬।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଇଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଭାରତକୁ ହରାଇ ଦେଇଛି। କଷ୍ଟସାଧ୍ୟ ପିଚ୍‌ରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବୋଲିଂ ଲାଇନ୍‌ ଅପ୍‌ ୨୪୦ ରନ୍‌ ଡିଫେଣ୍ଡ କରି ପାରି ନ ଥିଲା। ଗତ ୩୩ ବର୍ଷ ମଧ୍ୟରେ ଏଭଳି ପରାଜୟ ଭୋଗି ନ ଥିଲା ଟିମ୍‌ ଇଣ୍ଡିଆ। ୧୯୮୭/୮୮ ପରଠୁ ୨୪୦ରୁ ଊଦ୍ଧର୍‌ବ ଟାର୍ଗେଟ ଛିଡ଼ା କରିବା ପରେ ଭାରତ କଦାପି ହାରି ନ ଥିଲା। ଅନ୍ତିମ ଥର ୧୯୮୭/୮୮ ରେ ଦିଲ୍ଲୀରେ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଆଗରେ ୨୭୬ ରନ୍‌ର ବିଜୟଲକ୍ଷ୍ୟ ଛିଡ଼ା କରିବା ସତ୍ତ୍ୱେ ଭାରତୀୟ ଦଳକୁ ପରାସ୍ତ ହୋଇଥିଲା।

ଅଧିନାୟକ ଡିନ ଏଲଗାରଙ୍କ ଅପରାଜିତ ୯୬ ରନ୍‌ର ପାଳି ଯୋଗୁ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ

କଟକ,୨୨।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକରେ ୬୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଅବସରରେ ଏକ ରେକର୍ଡର ଅଧିକାରୀ...

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି...

ବୋଲର ପ୍ରଭାବୀ, ରାହାନେଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ...

୨୧ବର୍ଷ ରେକର୍ଡ ଭାଙ୍ଗିଲେ ଏହି ବୋଲର୍‌

ନଟିଂହାମ, ୭ା୬:ଟ୍ରେଣ୍ଟବ୍ରିଜଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୧୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୨୮୯ ରନର ବିଜୟ ଲକ୍ଷ୍ୟକୁ...

ବାଦ୍‌ ପଡ଼ିଲେ ହସରଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ଶ୍ରୀଲଙ୍କା ଟିମ୍‌କୁ ଲାଗିଛି ଝଟ୍‌କା। ଦଳର କିମ୍ବଦନ୍ତୀ ଖେଳାଳି ଓ୍ବାନିଣ୍ଡୁ ହସରଙ୍ଗା ଏହି ସିରିଜରୁ ବାଦ୍‌...

ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ: ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ କରିବେ ମୋଦି : ସୋନା ମହାପାତ୍ର, ରାମ ସମ୍ପଥ, ଟେରେନ୍ସ ମୁଖ୍ୟ ଆକର୍ଷଣ

କଟକ ଅଫିସ,୨୨ା୨- ଶନିବାର ଉଦ୍‌ଘାଟିତ ହେବ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି)। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ବିଭିନ୍ନ ମ୍ୟାଚ୍‌ ଖେଳାଯିବ। ପ୍ରତିଯୋଗିତାର ସଫଳ ଆୟୋଜନ ନେଇ...

ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା

ଭେଟେରାନ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି...

ଅଭ୍ୟାସ ମ୍ୟାଚ୍‌ରେ ବି ଫେଲ୍‌ ମାରିଲେ ରୋହିତ, ପୂଜାରା

ଡର୍ହାମ,୨୦।୭: ଚେଷ୍ଟର ଲେ-ଷ୍ଟ୍ରିଟ୍‌ସ୍ଥିତ ରିଭରସାଇଡ୍‌ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ କାଉଣ୍ଟି ସିଲେକ୍ଟ ଏକାଦଶ ଓ ଭାରତୀୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ୩ ଦିନିଆ ଅଭ୍ୟାସ ମ୍ୟାଚ୍‌।...

Advertisement
Archives

Model This Week