Posted inଖେଳ

ପାକିସ୍ତାନ ସହ ସମକକ୍ଷ ହେଲା ଭାରତ

କୋଲକାତା,୨୨।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ କ୍ଲିନ ସୁଇପ୍‌ ହାସଲ କରିଛି। ୩ରୁ ଅଧିକ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଦ୍ୱିପାକ୍ଷୀକ ସିରିଜ୍‌ ଇତିହାସରେ ଏହା ଭାରତର ୬ଷ୍ଠ କ୍ଲିନସୁଇପ୍‌। ଏହି ଧାରାରେ ଟିମ୍‌ ଇଣ୍ଡିଆ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ସମକକ୍ଷ ହୋଇଛି। ଭାରତ ଭଳି ପାକିସ୍ତାନ ମଧ୍ୟ ୬ଟି ଟି୨୦ ଦ୍ୱିପାକ୍ଷୀକ ସିରିଜ୍‌ରେ ମୂଳପୋଛ ହାସଲ କରିଛି। ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ରେ ସର୍ବାଧିକ ଥର କ୍ଲିନସୁଇପ୍‌ ହାସଲ କରିବାରେ ଦୁଇ ଦଳ ଏବେ ତାଲିକା ଶୀର୍ଷରେ ଅଛନ୍ତି। ଭାରତ-ପାକିସ୍ତାନ ପଛକୁ ଏହି ତାଲିକାରେ ଆଫଗାନିସ୍ତାନ (୫ ସିରିଜ୍‌), ଇଂଲଣ୍ଡ (୪) ଓ ଦକ୍ଷିଣ ଆଫ୍ରିକା (୩) ରହିଛନ୍ତି।

ଭାରତ ପ୍ରଥମେ ୨୦୧୬ରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ କ୍ଲିନ ସୁଇପ୍‌ ହାସଲ କରିଥିଲା। ସେହିଭଳି ୨୦୧୭ ଶ୍ରୀଲଙ୍କା ଏବଂ ୨୦୧୮ ଓ ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ (ଦୁଇ ଥର) ବିପକ୍ଷରେ ଭାରତୀୟ ଦଳ ସିରିଜ୍‌ ମୂଳପୋଛ କରିଥିଲା। ଗତ ବର୍ଷ ନ୍ୟୁଜିଲାଣ୍ଡକୁ ଭାରତ ନ୍ୟୁଜିଲାଣ୍ଡରେ ହରାଇଥିଲା ୫-୦ ବ୍ୟବଧାନରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ...

ମହିଳା ଭଲିବଲ ଚ୍ୟାଲେଞ୍ଜ: ଭାରତ ଚାମ୍ପିୟନ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ...

ସିଏସକେକୁ ୧୫୮ ରନର ଟାର୍ଗେଟ ଦେଲା ଏମଆଇ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି।...

ସିରିଜ କବ୍‌ଜାରେ ଭାରତ

ଗୁଆହାଟୀ,୨।୧୦: ସ୍ଥାନୀୟ ବର୍ଷାପଡା ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ହାଇସ୍କୋରିଂ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୬ ରନ୍‌ରେ...

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ...

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ନାଜିବଙ୍କ ମୃତ୍ୟୁ

କାବୁଲ, ୭ା୧୦ (ପି.ଟି.): ଆଫଗାନିସ୍ତାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ନାଜିବ ତାରକାଇଙ୍କର ମୃତ୍ୟୁ ଘଟିଛି। ଗତ ୨ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ...

ପିଲାଦିନୁ ମା’ବାପାଙ୍କୁ ହରାଇଥିଲେ, କ୍ରିକେଟ ହିଁ ପାଲଟିଥିଲା ବନ୍ଧୁ; ଆଇପିଏଲ୍‌ ନିଲାମି ପରେ ହେଲେ କୋଟିପତି…

ଶ୍ରୀନଗର,୨୪।୧୨: ଆଇପିଏଲ୍‌ ୨୦୨୩ ଲାଗି ଅନୁଷ୍ଠିତ ମିନି ଅକ୍ସନରେ ଜମ୍ମୁ-କଶ୍ମୀରର ବିବ୍ରାନ୍ତ ଶର୍ମାଙ୍କୁ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ଏହି ୨୩ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌...

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୩।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୮ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସର...

Advertisement
Archives

Model This Week