Posted inଖେଳ

ଭାରତୀୟ ଶୁଟରଙ୍କ ଲାଗି କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୭(ପି.ଟି.): ଅଲିମ୍ପିକ୍‌ ପୂର୍ବରୁ ଭାରତୀୟ ଶୁଟରଙ୍କ ଲାଗି ଟୋକିଓରେ କ୍ୱାରାଣ୍ଟାଇନର ଆବଶ୍ୟକତା ନାହିଁ। ଶନିବାର ବିଳମ୍ବିତ ରାତିରେ ଭାରତୀୟ ଶୁଟରମାନେ ଟୋକିଓରେ ପହଞ୍ଚିଥିଲେ ଓ କ୍ରୀଡ଼ାଗ୍ରାମରେ ସେମାନଙ୍କୁ ରୁମ୍‌ରେ ରହିବାକୁ ଅନୁମିତ ମିଳିଯାଇଥିଲା। ଶୁଟରମାନଙ୍କୁ କ୍ୱାରାଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଭାରତୀୟ ଶୁଟରମାନେ ୧୯ ତାରିଖରୁ ଟ୍ରେନିଂ ଆରମ୍ଭ କରିବେ। ସେମାନେ କ୍ରୋଏସିଆରୁ ଆସି ଟୋକିଓରେ ପହଞ୍ଚିଥିବାରୁ କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ନାହିଁ ବୋଲି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ସମ୍ପାଦକ ରାଜୀବ ଭାଟିଆ କହିଛନ୍ତି। କ୍ରୋଏସିଆର ଜାଗ୍ରେବ୍‌ରେ ଭାରତୀୟ ଶୁଟରମାନେ ୮୦ ଦିନ ଧରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଟ୍ରେନିଂ ନେଇଥିଲେ। ଏଥର ଅଲିମ୍ପିକ୍‌ରେ ଭାରତର ୧୫ଜଣ ଶୁଟର ଅଂଶଗ୍ରହଣ କରିବେ। ଅସକା ଶୁଟିଂ ରେଞ୍ଜରେ ଶୁଟିଂ ଇଭେଣ୍ଟଗୁଡିକ ଆୟୋଜନ ହେବ। ଉତ୍ତର ପଶ୍ଚିମ ଟୋକିଓର ସାଇତାମା ପ୍ରାନ୍ତରେ ଏହି ଶୁଟିଂ ରେଞ୍ଜ ଅବସ୍ଥିତ। ୧୯୬୪ ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟଗୁଡିକ ମଧ୍ୟ ଏହି ଭେନ୍ୟୁରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?