୭ କୋଟି ଟଙ୍କା ନା ମାନବିକତା- କାହାକୁ ବାଛିବେ

ବୋଷ୍ଟୋନ, ୩୦।୫: ଏକବିଂଶ ଶତାବ୍ଦୀରେ ଲୋକମାନେ ସ୍ବାର୍ଥପର କହିଲେ କେହି ଅସ୍ବୀକାର କରିବେ ନାହିଁ। ସମସ୍ତେ ନିଜ ଫାଇଦା ଦେଖନ୍ତି। ଅନ୍ୟ କଥା ଚିନ୍ତା କରିବାକୁ ସମୟ ବା କାହା ପାଖରେ। ତେବେ ଯଦି କାହାକୁ ୭ କୋଟି ଟଙ୍କା ଓ ମାନବିକତା ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଏ, ତେବେ ପ୍ରାୟ ଲୋକେ ଟଙ୍କାକୁ ହିଁ ବାଛିବେ। କିନ୍ତୁ ଆମେରିକାର ମେସାଚ୍ୟୁସେଟ୍ସ ରାଜ୍ୟରେ ଚଳିତ ମାସ ୩ୟ ସପ୍ତାହରେ ଘଟିଥିବା ଘଟଣା ସମ୍ପୂର୍ଣ୍ଣ ଭାବେ ଏହାର ବିପରିତ।

ଭାରତୀୟ ବଂଶୋଦ୍ଭବଙ୍କ ଦୋକାନ ‘ଲକି ଷ୍ଟପ’ରୁ ଏକ ଲଟେରି ଟିକେଟ୍‌ କିଣିଥିଲେ ଲିଆ ରୋଜ ଫିଏଗା ନାମକ ଜଣେ ମହିଳା। କୌଣସି କାରଣରୁ ସମ୍ପୂର୍ଣ୍ଣ ସ୍କ୍ରାଚ ନ କରି ଉକ୍ତ ମହିଳା ଟିକେଟକୁ ଫୋପାଡ଼ି ଦେଇଥିଲେ। ଦୋକାନରେ ପଡ଼ିଥିବା ଟିକେଟ୍‌କୁ ପ୍ରାୟ ୧୦ ଦିନ ପରେ ସ୍କ୍ରାଚ କରିଥିଲେ ‘ଲକି ଷ୍ଟପ’ ଦୋକାର ମାଲିକଙ୍କ ପୁଅ ଅଭି ଶାହ। ଏହି ଲଟେରିର ମୂଲ୍ୟ ଥିଲା ୧ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୭ କୋଟି ୨୩ ଲକ୍ଷ ୯୩ ହଜାର ୭୦୦ ଟଙ୍କା। ହାତରେ ଏତେ ଟଙ୍କା ପାଇ ଦୁଇ ଦିନ ଚିନ୍ତାରେ ପଡ଼ିଯାଇଥିଲେ ଅଭି। ଦୁଇ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ। ବହୁ ଚିନ୍ତା କରିବା ପରେ ଟଙ୍କାକୁ ନୁହେଁ ବାଛିଥିଲେ ମାନବିକତା।

ଫିଏଗା ନିୟମିତ ଗ୍ରାହକ ହୋଇଥିବାରୁ ଦୋକାନୀଙ୍କୁ ତାଙ୍କ ଠିକଣା ଖୋଜିବାକୁ ବେଶୀ କଷ୍ଟ କରିବାକୁ ପଡ଼ି ନ ଥିଲା। ଏହାପରେ ଫିଏଗାଙ୍କୁ ଫେରାଇ ଦେଇଥିଲେ ୭.୨୩ କୋଟି ଟଙ୍କାର ଲଟେରି ଟିକେଟ। ଏହାକୁ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ ଫିଏଗା। ଶାହ ପରିବାରକୁ ଧନ୍ୟବାଦ ଦେଇଥିଲେ। ଏହାପରେ ଶାହ ପରିବାର ବିଭିନ୍ନ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ସାଉଁଟିଛନ୍ତି ଢ଼େର ଲୋକପ୍ରିୟତା।


Enter your email to get our daily news in your inbox.

All Right Reserved By Dharitri.Com

‘ଓମିକ୍ରନ ପରେ ବି ଶେଷ ହେବ ନାହିଁ କରୋନା’

ଓ୍ବାଶିଂଟନ,୧୧।୨: ସମଗ୍ର ବିଶ୍ୱରେ କରୋନା ମାମଲା ଦେଖାଯାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ ଯଦିଓ ଅଧିକ ପ୍ରଭାବ ପକାଇ ନାହିଁ, ତଥାପି ଅନେକ ଲୋକଙ୍କ ଜୀବନ ଯାଇଛି।...

ଜଳବାୟୁ ପରିବର୍ତ୍ତନ ଯୋଗୁ ତୁଷାରଭାଲୁ ପାଲଟୁଛନ୍ତି ନରଭକ୍ଷୀ

ସେଣ୍ଟ୍‌ ପିଟର୍ସବର୍ଗ,୨୯।୨: ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ବାସ କରୁଥିବା ତୁଷାରଭାଲୁ ପାଇଁ ଖାଦ୍ୟ ତଥା ଉପଯୋଗୀ ବାସସ୍ଥାନର...

ମୃତ୍ତିକା ଉପରେ ପରିବର୍ତ୍ତିତ ଜଳବାୟୁର ପ୍ରଭାବ

ମୃତ୍ତିକା ପୃଥିବୀ ପୃଷ୍ଠର ଏକ ବୃହତ ଅଂଶ, ଯାହା ଉଭୟ ପ୍ରାଣୀ ଏବଂ ଉଦ୍ଭିଦଙ୍କର ବାସସ୍ଥଳୀ। ମୃତ୍ତିକାରେ ଉଦ୍ଭିଦ ବଢ଼ି ଆମକୁ ଖାଦ୍ୟ, ବସ୍ତ୍ର, ଔଷଧ,...

୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ...

ସେବା ଓ ସ୍ବଚ୍ଛତାର ପଥେ ପଥେ

ଚାଣକ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଲେଖିଛନ୍ତି କୋଷ ମୂଲୋ ଦଣ୍ଡଃ । ଅର୍ଥାତ ଶାସନ ତନ୍ତ୍ର ଚଳାଇବା ପାଇଁ ଆର୍ଥିକ ସମ୍ବଳ ଅତ୍ୟାବଶ୍ୟକ । ଏହାର ସିଂହ...

ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁଲେ ରାଷ୍ଟ୍ରପତି

ଲିସବନ,୧୮।୮: ପର୍ତ୍ତୁଗାଲର ଏଲଗ୍ରାଭେ ବିଚ୍‌ରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଯେତେବେଳେ ପାଣିରେ ବୁଡି ଯାଉଥିବା ୨ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ...

ରକ୍ତ ପରୀକ୍ଷା ସୂଚାଇବ କରୋନା ସଂକ୍ରମଣର ଭୟାବହତା

ନ୍ୟୁୟର୍କ,୨୨।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ...

ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...

Advertisement
Archives

Model This Week