Posted inଜାତୀୟ

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା ସତର୍କ ସୂଚନା ଜାରି କରାଯାଇଛି । ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ରେ ଏକାଧିକ ସୁରକ୍ଷା ତ୍ରୁଟି ଚିହ୍ନଟ ହୋଇଥିବାରୁ ଏହା ମୋବାଇଲ୍‌ ଡିଭାଇସ୍‌ ଓ ବ୍ୟକ୍ତିଗତ ତଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। CERT-In ପକ୍ଷରୁ ୟୁଜର୍ସଙ୍କୁ ଶୀଘ୍ର ନିଜ ଫୋନ୍‌ରେ ଉପଲବ୍ଧ ଲାଟେଷ୍ଟ ସଫ୍ଟୱେର୍‌ ଓ ସିକ୍ୟୁରିଟି ଅପଡେଟ୍‌ ଇନଷ୍ଟଲ୍‌ କରିବାକୁ ପରାମର୍ଶ ଦିଆଯାଇଛି।

ସୁରକ୍ଷା ସଂସ୍ଥା ଅନୁସାରେ, Androidର ବିଭିନ୍ନ ଭର୍ସନ୍‌ରେ ଥିବା ତ୍ରୁଟିକୁ ହ୍ୟାକର୍‌ମାନେ ଦୁରୁପଯୋଗ କରି ମୋବାଇଲ୍‌ ଉପରେ ସାଇବର ଆକ୍ରମଣ କରିପାରନ୍ତି।

Android 14
Android 15
Android 16
Android 16 QPR2
Android 17

ଏହି ସୁରକ୍ଷା ତ୍ରୁଟିଗୁଡ଼ିକ ଆଣ୍ଡ୍ରଏଡ ରନଟାଇମ, ଡକ୍ୟୁମେଣ୍ଟUI, ମିଡିଆ ଟେକ୍ ଫ୍ରେମଓ୍ବାର୍କ, Media Codecs, ମିଡିଆ ପ୍ରୋଭାଇଡର, ଟେଲିଫୋନି, UWB ଓ Wi-Fi ଭଳି ବିଭିନ୍ନ ସିଷ୍ଟମ୍‌ ଅଂଶ ସହ ଜଡ଼ିତ। କିଛି ତ୍ରୁଟିର ଫାଇଦା ନେଇ ଆକ୍ରମଣକାରୀ ଡିଭାଇସ୍‌ରେ ନିଜ ଇଚ୍ଛା ଅନୁସାରେ କୋଡ୍‌ ଚଳାଇପାରନ୍ତି। ଏହାସହ ସିଷ୍ଟମ୍‌ର ଗୁରୁତ୍ୱପୂର୍ଣ୍ଣ ଅନୁମତି ହାସଲ କରିବା, ଫୋନ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ ଚୋରାଇବା କିମ୍ବା ଡିଭାଇସ୍‌କୁ ଅଚଳ କରିବା ଭଳି ବିପଦ ମଧ୍ୟ ରହିଛି। ଅର୍ଥାତ୍‌, ଏହି ସୁରକ୍ଷା ତ୍ରୁଟି ଦୂରରେ ଥିବା ହ୍ୟାକର୍‌ଙ୍କୁ ଆପଣଙ୍କ Android ଫୋନ୍‌ରେ ଅନଧିକୃତ ପ୍ରବେଶର ସୁଯୋଗ ଦେଇପାରେ।

ଏହି ସୁରକ୍ଷା ତ୍ରୁଟିଗୁଡ଼ିକୁ ଠିକ୍‌ କରିବା ପାଇଁ ଗୁଗଲ୍‌ ପକ୍ଷରୁ ସୁରକ୍ଷା ପ୍ୟାଚ୍‌ ଜାରି କରାଯାଇଛି। ତେଣୁ Android ୟୁଜର୍ସ ନିଜ ଫୋନ୍‌ରେ ନୂଆ ସିକ୍ୟୁରିଟି ଅପଡେଟ୍‌ ଉପଲବ୍ଧ ଅଛି କି ନାହିଁ ତୁରନ୍ତ ଯାଞ୍ଚ କରନ୍ତୁ।

ସାଧାରଣତଃ Settings > System > Software Update କିମ୍ବା Settings > Security & Privacy > System Updates ଯାଇ ଅପଡେଟ୍‌ ଚେକ୍‌ କରିପାରିବେ। ତେବେ ମୋବାଇଲ୍‌ କମ୍ପାନୀ ଅନୁସାରେ ଏହି ବିକଳ୍ପର ନାମ କିଛିଟା ଭିନ୍ନ ହୋଇପାରେ।

ଏହାସହ ଅଜଣା ସୋର୍ସରୁ ଆପ୍‌ ଡାଉନଲୋଡ୍‌ ନକରିବା, ସନ୍ଦେହଜନକ ଲିଙ୍କ୍‌ରେ କ୍ଲିକ୍‌ ନକରିବା ଏବଂ ଅଜଣା ମେସେଜ୍‌, ଇ-ମେଲ୍‌ କିମ୍ବା ସୋସିଆଲ୍‌ ମିଡିଆରୁ ଆସୁଥିବା ଫାଇଲ୍‌ ଖୋଲିବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?