Posted inଜାତୀୟ

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସତର୍କ ସୂଚନା ଜାରି ହୋଇଥିବା କଫ୍‌ ସିରପର ଯାଞ୍ଚ୍‌ କରୁଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୯।୧୦ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାରିଟି ଭାରତୀୟ ନିର୍ମିତ କଫ୍‌ ସିରପ ବିଷୟରେ ଭାରତ ସରକାରଙ୍କୁ ଚେତାବନୀ ଦେଇଛି। ଏହା ପରେ ଏହାକୁ ତିଆରି କରିଥିବା କମ୍ପାନୀରୁ ଏକ ସ୍ପଷ୍ଟୀକରଣ ଆସିଛି। ଏହି କଫ୍‌ ସିରପ ହରିୟାଣାର ସୋନିପାତରେ ଅବସ୍ଥିତ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ। ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ସହିତ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହି ଔଷଧଗୁଡ଼ିକୁ ଜଡ଼ିତ କରିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ଗଣମାଧ୍ୟମ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାଧ୍ୟମରେ ପିଲାମାନଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି। କମ୍ପାନୀ ପକ୍ଷରୁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଡାକ୍ତରୀ କ୍ଷେତ୍ରରେ କାର୍ଯ୍ୟ କରିବା ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ଏବଂ ହରିୟାଣା ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲରର ପ୍ରୋଟୋକଲଗୁଡିକ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଇଛି।

କଫ୍‌ ସିରପ ବିଷୟରେ ଭାରତକୁ ଚେତାବନୀ ଦେବାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପ୍ରକ୍ରିୟା ଉପରେ ପ୍ରଶ୍ନ ମଧ୍ୟ ଉଠିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା ପରେ ଭାରତ ସରକାର ମଧ୍ୟ ଏହି ଔଷଧ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ପରୀକ୍ଷା ପାଇଁ ମେଡେନ ଫାର୍ମାଙ୍କ ଡ୍ରଗ ନମୁନା ନିଆଯାଇଛି। ସରକାରୀ ଏଜେନ୍ସିଗୁଡିକ ୧ ଅକ୍ଟୋବର, ୩ ଅକ୍ଟୋବର, ୬ ଅକ୍ଟୋବର ଏବଂ ୭ ଅକ୍ଟୋବରରେ ନମୁନା ସଂଗ୍ରହ କରିଛନ୍ତି। ଦେଶର କେନ୍ଦ୍ରୀୟ ଏବଂ ଆଞ୍ଚଳିକ ଡ୍ରଗ୍ସ ଲ୍ୟାବରେ ଏହା ପରୀକ୍ଷା କରାଯିବ।

କମ୍ପାନୀ କହିଛି ଯେ ଉତ୍ପାଦ ରପ୍ତାନି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ଏବଂ ଭାରତରେ କୌଣସି ଉତ୍ପାଦ ବିନା ସ୍ବୀକୃତିେୀ ବିକ୍ରି ହୁଏ ନାହିଁ।

ଏଥିସହ କମ୍ପାନୀ କହିଛି ଯେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଦ୍ୱାରା ନମୁନା ନିଆଯାଇଛି। ଏହାର ଫଳାଫଳ ଏପର୍ଯ୍ୟନ୍ତ ଆସି ନାହିଁ। ନମୁନାର ଫଳାଫଳ ନ ଆସିବା ପର୍ଯ୍ୟନ୍ତ କିଛି ବି ସ୍ପଷ୍ଟୀକରଣ ଦେବା ଠିକ ନୁହେଁ ।

ପ୍ରୋମେଟାଜାଇନ ଓରାଲ ସଲ୍ୟୁଶନ, କୋଫେକ୍ସମାଲିନ ବେବି କଫ୍‌ ସିରପ, ମାକଫ ବେବି କଫ୍‌ ସିରପ ଏବଂ ମ୍ୟାଗ୍ରିପ ଏନ କୋଲ୍ଡ ସିରପ ଆଦି ଚାରୋଟି ଉତ୍ପାଦ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ଉତ୍ପାଦଗୁଡିକ ସମ୍ବନ୍ଧୀୟ ଅଧିକ ସୂଚନା ଦେବାକୁ ଭାରତ ସରକାର ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ କହିଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାର ଏକ ଡାକ୍ତରୀ ଆଲର୍ଟରେ କହିଛି ଯେ ଲାବୋରେଟୋରୀରେ ବିଶ୍ଳେଷଣ କରାଯାଇଥିବା ଚାରୋଟି ଉତ୍ପାଦର ନମୁନା ନିଶ୍ଚିତ କରିଛି ଯେ ଏହି ଉତ୍ପାଦଗୁଡିକରେ ଥିବା ଡାଏଥାଇଲନ ଗ୍ଲାଇକଲ ଏବଂ ଏଥିଲିନ ଗ୍ଲାଇକଲର ମାତ୍ରା ଗ୍ରହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri