ଏଭଳି ଥିଲା ଅମ୍ବାନୀ ପରିବାରର ସଂଘର୍ଷମୟ ଜୀବନ, ଦିନେ ବିକୁଥିଲେ…

ମୁମ୍ବାଇ୧୬।୭: ଭାରତୀୟ ବ୍ୟବସାୟଙ୍କ ମଧ୍ୟରେ ଧିରୁଭାଇ ଅମ୍ବାନୀ ଗୋଟିଏ ନାମ ଯିଏ ନିଜ ଶକ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଛିଡା କରିଛନ୍ତି। ଧିରୁଭାଇଙ୍କ କାହାଣୀ ହେଉଛି ଏକ ଛୋଟ ବ୍ୟବସାୟୀଙ୍କଠାରୁ ଏକ ବିରାଟ ବ୍ୟବସାୟରେ ରୂପାନ୍ତରର କାହାଣୀ। ସେ ଭାରତର ଜଣେ ପ୍ରସିଦ୍ଧ ଶିଳ୍ପପତି ଥିଲେ। ତେବେ ଆସନ୍ତୁ ଜାଣିବା ସେହି ଅମ୍ବାନୀଙ୍କ ବ୍ୟବସାୟିକ ରହସ୍ୟ ବିଷୟରେ, ଯିଏ ଆଜି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା ଉତ୍ସ ହୋଇପାରିଛନ୍ତି।

ଧିରୁଭାଇ ଅମ୍ବାନୀଙ୍କ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।ଧିରୁଭାଇ ଅମ୍ବାନୀ ୨୮ ଡିସେମ୍ବର ୧୯୩୩ ରେ ସୌରାଷ୍ଟ୍ରର ଜୁନାଗଡ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଧୀରଜଲାଲ ହିରାଚାନ୍ଦ ଅମ୍ବାନୀ । ଯେତେବେଳେ ଧିରୁଭାଇ ବ୍ୟବସାୟ ଜଗତରେ ପ୍ରବେଶ କଲେ, ତାଙ୍କର ପୈତୃକ ସମ୍ପତ୍ତି କିମ୍ବା ବ୍ୟାଙ୍କ ବାଲାନ୍ସ ନ ଥିଲା। ତାଙ୍କ ପିତା ହିରାଚାନ୍ଦ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ୧୯୪୮ରେ ଷୋହଳ ବର୍ଷ ବୟସରେ, ସେ ତାଙ୍କ ବଡ଼ ଭାଇ ରାମାଣିକଲାଲଙ୍କ ସାହାଯ୍ୟରେ ୟେମେନର ଆଡେନ ସହରରେ ପହଞ୍ଚିଥିଲେ। ସେଠାରେ ସେ ଏ.ବେସି ଆଣ୍ଡ କମ୍ପାନୀରେ ମାସକୁ ୩୦୦ଟଙ୍କା ବେତନରେ କାମ କରୁଥିଲେ।

ଧିରୁଭାଇଙ୍କ ମନରେ ଆଉ କିଛି ଚାଲିଥିଲା। ତେଣୁ ୧୯୫୪ରେ ସେ ନିଜ ଦେଶକୁ ଫେରଆସିଥଇଲେ। ୧୯୫୫ରେ ସେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପକେଟରେ୫୦୦ଟଙ୍କା ନେଇ ମୁମ୍ବାଇରେ ପହଞ୍ଚିଥିଲେ। ଏବଂ ତାଙ୍କର ବ୍ୟବସାୟିକ ଯାତ୍ରା ଏଠାରୁ ଆରମ୍ଭ ହୋଇଥିଲା । ୟେମେନରୁ ଫେରିବା ପରେ ଧିରୁଭାଇ ସମ୍ପର୍କୀୟ ଚମ୍ପକଲାଲ ଦିମାନିଙ୍କ ସହାୟତାରେ ରିଲାଏନ୍ସ କମର୍ସିଆଲ କର୍ପୋରେଶନ କମ୍ପାନୀ ଗଠନ କରିଥିଲେ। ଏହି କମ୍ପାନୀ ମାଧ୍ୟମରେ ଧିରୁଭାଇ ପ୍ରଥମେ ପାଶ୍ଚାତ୍ୟ ଦେଶକୁ ଅଦା, କଦଳୀ ଏବଂ ଅନ୍ୟାନ୍ୟ ମସଲା ରପ୍ତାନି କରୁଥିଲେ। ଏଠାରୁ ଧୀରଭାଇ ଅମ୍ବାନୀ ଏପରି ପଦକ୍ଷେପ ନେଇଥିଲେ ଯେ ସେ ଆଉ ପଛକୁ ଚାହିଁ ନଥିଲେ। ସେ ଗୋଟିଏ ପରେ ଗୋଟିଏ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଧୀରଭାଇ କୌଣସି ସମୟରେ କୋଟିପତି ହୋଇଥିଲେ। ତାଙ୍କ ନାମ କେବଳ ଦେଶରେ ନୁହେଁ ବିଦେଶରେ ବିଖ୍ୟାତ ହୋଇଥିଲା।

ଖବର ଅନୁଯାୟୀ, ୧୯୫୮ରେ ଧିରୁଭାଇ ୫୦ହଜାର ଟଙ୍କା ମୂଲ୍ୟରେ ପଲିଷ୍ଟର ସୂତାର ରପ୍ତାନି-ଆମଦାନୀ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ୧୫୦୦୦ ଟଙ୍କା ବିନିଯୋଗ କରି ରିଲାଏନ୍ସ ବାଣିଜି୍ୟକ ନିଗମର ମୂଳଦୁଆ ପକାଇଲେ। ସେତେବେଳେ ଏସିଆରେ ପଲିଷ୍ଟର ପାଇଁ ବହୁତ ଚାହିଦା ଥିଲା, ଯେଉଁ କାରଣରୁ ସେମାନଙ୍କର ଲାଭ ଶୀଘ୍ର ବୃଦ୍ଧି ପାଇଲା। ଧିରୁଭାଇ ଅମ୍ବାନୀଙ୍କ ପୁଅ ହେଉଛନ୍ତି ମୁକେଶ ଅମ୍ବାନୀ। ଯିଏ ଏବେ ରିଲାଏନ୍ସ ଇଣ୍ଡରଷ୍ଟ୍ରିଜ ଲିମିଟେଡ୍‌ର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ନାଁରେ ଗଣିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?