Posted inଖେଳ

ଦୁଇ ଉଇକେଟ ନେବା ପରେ ବି ସଂଘର୍ଷ କରୁଛନ୍ତି

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ବୋଲରଙ୍କ ରାଜୁତି ଦେଖିବାକୁ ମିଳି ନାହିଁ। ଦ୍ୱିତୀୟ ଦିନ ପ୍ରଥମ ଓଭରରେ ଏଡେନ ମାରକ୍ରାମଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ସଫଳତା ଆଣି ଦେଇଥିଲେ ଯଶପ୍ରୀତ ବୁମରା। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଉମେଶ ଯାଦବ ନାଇଟ୍‌ ଓ୍ବାଚମ୍ୟାନ୍‌ କେଶବ ମହାରାଜ (୨୫)ଙ୍କୁ ପ୍ୟାଭିଲିଅନ ବାଟ ଦେଖାଇଥିଲେ। କିନ୍ତୁ ଏହାପରେ ଭାରତୀୟ ବୋଲରଙ୍କୁ ନିରାଶ କରିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଛନ୍ତି ଭାନ ଡର ଡୁସେନ (୧୭)ଓ କିଗାନ ପିଟରସନ(୪୦)ଙ୍କ ଯୋଡ଼ି। ଦୁହେଁ ୧୪.୪ ଓଭରରେ ୫୫ ରନ ଯୋଡ଼ିଛନ୍ତି। ଫଳରେ ପ୍ରଥମ ସେସନ ସୁଦ୍ଧା ଘରୋଇ ଦଳ ୩ ଉଇକେଟ ହରାଇ ୧୦୦ ରନ୍‌ କରିଛି। ଏବେ ଇନିଂସ ଅଗ୍ରଣୀ ପାଇଁ ଦଳକୁ ୧୨୩ ରନ୍‌ ଦରକାର ଥିବା ବେଳେ ହାତରେ ରହିଛି ଆହୁରି ୭ ଉଇକେଟ। ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୨୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ, ଚତୁର୍ଥ ଟେଷ୍ଟ ଭେନ୍ୟୁ ଅଦଳବଦଳ ସମ୍ଭାବନା

ଆଡିଲେଡ୍‌,୨୧।୧୨(ପି.ଟି.): ସିଡ୍‌ନୀରେ କୋଭିଡ୍‌-୧୯ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ଫଳରେ ତୃତୀୟ ଓ ଚତୁର୍ଥ ଟେଷ୍ଟର ଭେନ୍ୟୁରେ ଅଦଳବଦଳ କରିବାକୁ...

ଧୋନୀ ନୁହନ୍ତି କି ରୋହିତ, ଏହି ଖେଳାଳିଙ୍କୁ ଶ୍ରେଷ୍ଠ କହିଲେ କୋହଲି

ଆରସିବି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ଗୋଟିଏ ବିବୃତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଅନେକ ଭେଟେରାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର...

ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନରେ ଚମକିଲା ଭାରତ: ପଦକ ଆଶା ବଢିଲା

ଟୋକିଓ,୨୯।୭: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଗୁରୁବାର ସକାଳୁ ପିଭି ସିନ୍ଧୁ ଭାରତ ପାଇଁ ଏକ ବିଜୟରୁ ଆରମ୍ଭ କରିଥିଲେ। ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ...

ରାହୁଲ ଦ୍ରାଭିଡଙ୍କ ଏହି ଗୋଟିଏ ପରାମର୍ଶ ମାନି ବଦଳିଗଲା ଏହି କ୍ରିକେଟର୍‌ଙ୍କ ଭାଗ୍ୟ

ମୁମ୍ବାଇ ଇଣ୍ଡିଆନ୍ସ ଓପନର୍‌ ତଥା ଝାଡଖଣ୍ଡର ଅଧିନାୟକ ଇଶାନ କିଷନ ଟି -୨୦ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି...

ନୁର୍‌ ଖାନ୍‌ ହକି ବିଶ୍ୱକପ୍‌ର ଜନକ

ଚଳିତ ବର୍ଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୧୩-୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ୧୯୭୧ରେ ପ୍ରଥମ...

ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଆଣ୍ଟିଗୁଆ,୨୨।୯: ପୂର୍ବତନ ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ଟି୧୦ ଲିଗ୍‌ରେ ଖେଳୁଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ବେଳେ ସେ...

ବିରାଟ କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି ଏହି ୨ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ବିରାଟ ଗୋଟିଏ ବର୍ଷରେ କେତେ ଟଙ୍କା ରୋଜଗାର...

ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ପୃଥ୍ବୀ ଶ’

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ ନିଜର ୨୧ତମ ଜନ୍ମଦିନ ପାଳନ କରିଛନ୍ତି। ଏବେ ୟୁଏଇରେ ଆଇପିଏଲରେ ବ୍ୟସ୍ତ ଥିବା ଶ’ଙ୍କୁ ଅନେକ...

Advertisement
Archives

Model This Week