Posted inଜାତୀୟ

ଟିକ୍‌ଟକ୍‌ ବ୍ୟାନ ହେବା ପରେ ଏବେ ନିଦ ହଜିଲାଣି ଦେଶୀ ଆପ୍‌ ମାଲିକଙ୍କର

ନୂଆଦିଲ୍ଲୀ,୫।୭: ଚାଇନାର ଆପ୍‌ ଟିକ୍‌ଟକ୍‌ ବନ୍ଦ ହେବା ପରେ ଏବେ ଦେଶୀ ଆପ୍‌ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍‌ଟକ୍‌ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏବେ ଭାରତର ପ୍ରମୁଖ ଆପ୍‌ ରୋପୋସୋ ଓ ଚିଙ୍ଗାରିକୁ ଦେଖୁ ଦେଖୁ ଲୋକେ ଡାଉନଲୋଡ୍‌ କରୁଥିବା ଦେଖାଯାଉଛି। ତେବେ ଟିକ୍‌ଟକ୍‌ ନିଷେଧ ହେବା ପରେ ୨ ଦିନ ମଧ୍ୟରେ ରୋପୋସୋ ୨.୨କୋଟି ଡାଉନ୍‌ଲୋଡ ହୋଇଥିବା ଜଣାପଡିଛି। ଅନ୍ୟପଟେ ଏବେ ଲୋକପ୍ରିୟ ହୋଇଥିବା ଚିଙ୍ଗାରି ଆପକୁ ମଧ୍ୟ ୧.୧ କୋଟି ଲୋକ ଡାଉନ୍‌ଲୋଡ କରି ସାରିଲେଣି। ଟିକ୍‌ଟକ୍‌ ବନ୍ଦ ହେବା ଘୋଷଣା କରାଯିବାର ମାତ୍ର ୩୦ ମିନିିଟ୍‌ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକ ଚିଙ୍ଗାରି ଆପ୍‌ ଡାଉନ୍‌ଲୋଡ କରିଥିବା ଦେଖାଯାଇଥିଲା। ତେବେ ୩୦ ଜୁନ ସନ୍ଧ୍ୟା ୫ରୁ ରାତି ୯ ଟା ମଧ୍ୟରେ ପ୍ରତି ଘଣ୍ଟାରେ ଚିଙ୍ଗାରି ଆପକୁ ୬ ଲକ୍ଷ ଥର ଡାଉନ୍‌ଲୋଡ କରାଯାଇଛି। କିନ୍ତୁ ପୂର୍ବ ରେକର୍ଡକୁ ଦେଖିଲେ ଚିଙ୍ଗାରି ଆପ୍‌ ଲଞ୍ଚ ହେବାର ଦେଢ ବର୍ଷ ପରେ ବହୁ କଷ୍ଟରେ ୧ ଲକ୍ଷ ଥର ଡାଉନ୍‌ଲୋଡ ହୋଇଥିଲା। ଏବେ ଏହା ଖୁବ୍‌ଘଶୀଘ୍ର ୧୦ କୋଟି ଅତିକ୍ରମ କରିବ ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri