Posted inଜାତୀୟ

ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ, ଚଣ୍ଡିଗଡ଼ରେ ଦେଖାଯିବ ବାୟୁବୀରଙ୍କ ଶକ୍ତି

ଚଣ୍ଡିଗଡ଼,୮ ।୧୦: ଭାରତୀୟ ବାୟୁସେନା ଶନିବାର ତା’ର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ଲାଗି କୌଣସି ଏୟାର ବେସ ବାହାରେ ଚଣ୍ଡିଗଡ଼ର ସୁପ୍ରସିଦ୍ଧ ସୁଖନା ଲେକର ଆକାଶରେ ବାୟୁସେନାର ଶକ୍ତି ଦେଖିବାକୁ ମିଳିବ, ଯାହାର ଗର୍ଜନ ଚାଇନାଠରୁ ପାକିସ୍ତାନ ସୀମା ପର୍ଯ୍ୟନ୍ତ ଶୁଣାଯିବ । ଏହି ସମୟରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଉପସ୍ଥିତ ରହିବେ ।
ଚଳିତ ବର୍ଷ ବାୟୁସେନା ଦିବସକୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଛି । ଶନିବାର ସକାଳେ ଚଣ୍ଡିଗଡ଼ ଏୟାର ବେସରେ ପରେଡର ଆୟୋଜନ କରାଯାଇଛି । ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି ଆର ଚୌଧୁରୀ ପରେଡରେ ସଲାମି ନେବେ ଓ ବାୟୁସୈନିକଙ୍କୁ ସମ୍ବୋଧନ ଦେବେ । ଏହି ଅବସରରେ ଏୟାର ବେସ ଉପରେ ହେଲିକପ୍ଟରର ଦୁଇଟି ଫୋର୍ମେଶନର ଫ୍ଲାଇ ପାଷ୍ଟ ହେବ । ଏହାବ୍ୟତୀତ ବାୟୁସେନାଙ୍କୁ ବୀରତା ମେଡାଲ ପ୍ରଦାନ କରାଯିବ । ଏହି ଅବସରରେ ବାୟୁସେନା ଅଧ୍ୟକ୍ଷ ଏୟାର ଫୋର୍ସର ନୂଆ କଂମ୍ବେଟ ୟୁନିଫର୍ମ ବି ଜାରି କରିବେ ।
ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ବାୟୁସେନା ଦିବସର ପରେଡ ଓ ଫ୍ଲାଇ ପାଷ୍ଟ ଦିଲ୍ଲୀକୁ ଲାଗି ରହିଥିବା ହିଂଡନ ଏୟାର ବେସରେ ହେଉଥିଲା । ହେଲେ ଚଳିତ ବର୍ଷ ଏହା ଏହାର ବେସ ବାହାରେ କରିବାର ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ଏହା ଚଣ୍ଡିଗଡ଼ର ସୁଖନା ଲେକ ଉପରେ ଆୟୋଜନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର...

ଲାଲୁଙ୍କ ଜନ୍ମଦିନରେ ତେଜ ପ୍ରତାପ ଦେବେ ବିଶେଷ ଉପହାର, ଗରିବଙ୍କୁ ଖାଦ୍ୟ ବାଣ୍ଟିବ ଦଳ

ପାଟନା,୧୦ ।୬: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଜୁନ ୧୧ରେ ପାଳନ ହେବାକୁ ଯାଉଛି ୭୫ ତମ ଜନ୍ମଦିନ । ଏହାକୁ...

ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୨୮୯ କୋଟିପତି ଲଢ଼ିବେ ନିର୍ବାଚନ…

ଲକ୍ଷ୍ନୌ, ୫।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୮୯ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଦାଖଲ ହୋଇ ଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି।...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବଡ ଧରଣର ସଡ଼କ ଦୁର୍ଘଟଣା, ୪ ମୃତ ୪୨ରୁ ଅଧିକ ଗୁରୁତର ଆହତ

ଲକ୍ଷ୍ନୌ,୨୩ ।୧୦: ଇଟାୱା ଜିଲାର ସୈଫଇ ସ୍ଥିତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ଚ୍ୟାନେଲ ନମ୍ବର ୧୦୩ ନିକଟରେ ଦ୍ରୁତ ଗତିରେ ଯାଉଥିବା ଡବଳ ବସ ଆଗରେ...

ଡାକ୍ତର ଆନ୍ଦୋଳନରେ ସାମିଲ ହେଲେ ମମତାଙ୍କ ଭଣଜା

କୋଲକାତା: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଗୁରୁତର ବ୍ୟାହତ ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିବା ଦେଖି ମୁଖ୍ୟମନ୍ତ୍ରୀ ମମତା...

ଜ୍ଞାନବାପି ଶିବଲିଙ୍ଗର କାର୍ବନ ଡେଟିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୫: ବାରାଣସୀର ଜ୍ଞାନବାପୀ ମସ୍‌ଜିଦ-କାଶୀ ବିଶ୍ୱନାଥ କରିଡର ମଧ୍ୟରେ ରହିଥିବା ଶିବଲିଙ୍ଗର କାର୍ବନ ଡେଟିଂକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ...

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି: ପାଓ୍ବାରଙ୍କୁ ଭେଟିଲେ ଅନିଲ ଦେଶମୁଖ

ନୂଆଦିଲ୍ଲୀ,୧୯।୩: ଆଣ୍ଟିଲିଆ ମାମଲା ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏବଂ ଗୃହମନ୍ତ୍ରୀ ଅନିଲ...

କପି ହେଲା କାଳ: ୫ମ ଶ୍ରେଣୀ ଛାତ୍ରଙ୍କୁ ବିଭତ୍ସ ହତ୍ୟା

ପାଟନା,୨୦।୧୦: ବିହାର ଭୋଜପୁରର ଏକ ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ବେଳେ ଜଣେ ୧୨ ବର୍ଷୀୟ ପଞ୍ଚମ ଶ୍ରେଣୀର ଛାତ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଭଉଣୀଙ୍କ...

Advertisement
Archives

Model This Week