Posted inଖେଳ

୭ମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ…

ସିଲହଟ ,୧୫।୧୦ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ଶୋଚନୀୟ ପରାସ୍ତ କରିଛି। ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌ ଥିବାବେଳେ ଦଳ ୨ ଓ୍ବିକେଟ ହରାଇ ୮.୩ ଓଭରରେ ୭୧ ସଂଗ୍ରହ କରି ସହଜ ବିଜୟ ହାସଲ କରିଛି।

ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାର ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଅଧିନାୟକ ଚାମାରି ଅଟାପାଟ୍ଟୁ ଏବଂ ୱିକେଟ କିପର ଅନୁଷ୍କା ସଞ୍ଜୀବନୀଙ୍କ ଓପନିଂ ଯୋଡି ମନ୍ଥର ଆରମ୍ଭ ହୋଇଥିଲା। ତୃତୀୟ ଓଭରରେ ଆଠ ରନ ସ୍କୋରରେ ଶ୍ରୀଲଙ୍କା ଦଳ ପ୍ରଥମ ଝଟକା ପାଇଥିଲା। ୧୨ ବଲରେ ୬ ରନ ସ୍କୋର କରିବା ପରେ କ୍ୟାପଟେନ ଚାମାରି ଅଟପାଟ୍ଟୁ ଆଉଟ ହୋଇଥିଲେ। ଏହାପରେ ଶ୍ରୀଲଙ୍କା ଦଳର ପତନ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହରମନପ୍ରୀତ୍‌, ରିଜଓ୍ବାନ ହେଲେ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୦।୧୦: ଭାରତ ଅଧିନାୟିକା ହରମନପ୍ରୀତ୍‌ କୌର ଏବଂ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ସେପ୍ଟେମ୍ବର ମାସ ପାଇଁ ମହିଳା ଓ ପୁରୁଷ ବିଭାଗରେ ଆଇସିସି...

ଭାରତ, ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା

ଦୁବାଇ,୪ା୮: ତ୍ରିନିଦାଦର ତାରୋବାଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ସ୍ଲୋ ଓଭର-ରେଟ୍‌ ପାଇଁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା କରାଯାଇଛି। ଗୁରୁବାର ରାତିରେ ଧାର୍ଯ୍ୟ ସମୟ...

୬ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍‌, ମାତ୍ର ୨୪ ଓଭରରେ ଦିନିକିଆ ମ୍ୟାଚ୍‌ ଶେଷ

ଅଗରତାଲା,୧୨।୧୨: ଯଦି ୫୦-୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍‌ ଯଦି ମାତ୍ର ୨୪ ଓଭରରେ ଶେଷ ହୁଏ, ତେବେ ଯେ କେହି କେହି ଆଶ୍ଚର୍ଯ୍ୟ ହେବେ।...

କାତାରରେ ୨୦୩୦ ଏସିଆନ ଗେମ୍ସ

ମସ୍କଟ(ଓମାନ), ୧୭।୧୨(ଏପି)- କାତାରର ଦୋହାକୁ ୨୦୩୦ ଏସିଆନ ଗେମ୍ସ ଆୟୋଜନ ଅଧିକାର ମିଳିଛି। ୨୦୩୪ ଇଭେଣ୍ଟ ସାଉଦି ଆରବର ରିୟାଧରେ ହେବ ବୋଲି ବୁଧବାର ଘୋଷଣା...

ବାପା ହେଲେ ଏହି ଭାରତୀୟ କ୍ରିକେଟର୍‌

ଗୁଣ୍ଟୁର, ୧୩।୭- ନିଜର ଦମ୍‌ଦାର ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଥିବା ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡ଼ୁଙ୍କ ପାଇଁ ଖୁସି ଖବର। ରାୟୁଡ଼ୁ ପିତୃତ୍ୱ...

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରସଙ୍ଗ: ଏଥିକ୍ସ ଅଫିସରଙ୍କ ନିକଟରେ ହାଜର ହେବେ ଡ୍ରାଭିଡ

ନୂଆଦିଲ୍ଲୀ,୨୭ା୮(ପି.ଟି.)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଅଭିଯୋଗରେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ ସେପ୍ଟେମ୍ବର ୨୬ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...

ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଲେ ମୋରିସ୍‌, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ଚେନ୍ନାଇ,୧୮।୨: ଆଇପିଏଲ୍‌ ୨୦୨୧ ପାଇଁ ଗୁରୁବାର ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ନୂଆ ଇତିହାସ ଲେଖାଯାଇଛି। ଏହା ଛୋଟ ନିଲାମ ବୋଲି କୁହାଯାଉଥିଲେ ହେଁ ଦକ୍ଷିଣ...

Advertisement
Archives

Model This Week