Posted inଖେଳ

ଚମକିଲେ ପନ୍ତ, ପାଣ୍ଡ୍ୟା: ସିରିଜ ଜିତିଲା ଭାରତ

ମାଞ୍ଚେଷ୍ଟର, ୧୭ା୭: ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମୁକାବିଲାକୁ ଭାରତ ଜିତି ନେଇଛି । ଏହି ବିଜୟ ସହିତ ଦଳ ୨-୧ରେ ସିରିଜ ବିଜୟୀ ହୋଇଛି। ହାର୍ଦ୍ଦିକଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୨୫୯ ରନ୍‌ରେ ଅଟକି ଯାଇଥିଲା। ଜବାବରେ ରିଷଭ ପନ୍ତଙ୍କ ପ୍ରଥମ ଆନ୍ତର୍ଜାତୀୟ ଶତକ ଓ ପାଣ୍ଡ୍ୟାଙ୍କ ୭୧ ରନ୍‌ ବଳରେ ଭାରତ ୫ ଉଇକେଟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।

ରୋହିତ ଶର୍ମା ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ଓଭରରେ ସିରାଜ ମେଡେନ୍‌ ଦୁଇ ଊଇକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ଏପର କି ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ ଖାତା ଖୋଲି ପାରି ନ ଥିଲେ। ଅନ୍ୟତମ ଓପନର ଜାସନ ରୟ(୪୧) ଓ ବେନ୍‌ ଷ୍ଟୋକ୍ସ(୨୭) ଦଳ ପାଇଁ ୫୪ ରନ୍‌ ଯୋଡିଥିଲେ। ୪ ଉଇକେଟ ପତନ ପରେ ଅଧିନାୟକ ବଟଲର ୬୦ ରନ୍‌ କରି ସ୍ଥିତି ସମ୍ଭାଳିଥିଲେ। ମୋଇନ୍‌ ଅଲୀଙ୍କ ୩୪ ରନ୍‌ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ଙ୍କ ୨୭ରନ୍‌ ଯୋଗୁ ଇଂଲଣ୍ଡ ୨୦୦ ରନ୍‌ ପାର କରିଥିଲା। ଶେଷ ଭାଗରେ ଡେଭିଡ୍‌ ଓ୍ବିଲିଙ୍କ ୧୮ ଓ କ୍ରେଗ ଓଭରଟନଙ୍କ ୩୨ ରନ ଫଳରେ ଦଳ ୨୫୯ ରନ୍‌ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ବ୍ୟୟରେ ୪ ଉଇକେଟ ନେଇ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିଲେ।

୨୬୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୩ରେ ଶିଖର ଧଓ୍ବନ୍‌ ୧ ରନ୍‌ରେ ଆଉଟ ହୋଇଯାଇଥିଲେ। ରୋହିତ ଶର୍ମା ଓ ବିରାଟ କୋହଲି ପ୍ରତ୍ୟେକ ୧୭ ରନ୍‌ ଲେଖାଏଁ କରିଥିଲେ। ପରେ ରିଷଭ ପନ୍ତ(୧୨୫*) ଓ ହାର୍ଦ୍ଦିକ ପାଣ୍ଡ୍ୟା(୭୧) ଷଷ୍ଠ ଉଇକେଟ ପାଇଁ ୧୩୩ ରନ୍‌ ଯୋଡିଥିଲେ। ୫୫ ବଲ୍‌ରେ ପାଣ୍ଡ୍ୟା ୧୦ ଚୌକା ସହିତ ୭୧ ରନ୍‌ କରିଥିଲେ। ଶତକୀୟ ଇନିଂସ ଖେଳିଥିବା ପନ୍ତ ଓ ରବୀନ୍ଦ୍ର ଜାଡେଜା(୭) ଭାରତକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ରିସି ଟପଲେ ୩ଟି ଉଇକେଟ ନେଇଥିବା ବେଳେ ଓଭରଟନ୍‌ ଏବଂ କାର୍ସେ ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri