Posted inଖେଳ

ମହିଳା ବିଶ୍ୱକପ୍‌: ଭାରତର ବୃହତ୍‌ ବିଜୟ

ହାମିଲ୍‌ଟନ,୧୨ା୩: ହାମିଲ୍‌ଟନରେ ଶନିବାର ଖେଳାଯାଇଥିବା ମହିଳା ବିଶ୍ୱକପ୍‌ର ତୃତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌କୁ ୧୫୫ ରନ୍‌ରେ ହରାଇ ଦେଇଛି।
ଟିମ୍‌ ଇଣ୍ଡିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସ୍ମୃତି ମାନ୍ଧାନାଙ୍କ ସହ ଉପଅଧିନାୟକ ହରମନପ୍ରୀତ କୌର ଦମ୍‌ଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୧୭ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ ଆଗରେ ୩୧୮ ରନ୍‌ର ବଡ଼ ସ୍କୋର ରଖିଥିଲା ଟିମ୍‌ ଇଣ୍ଡିଆ। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୱେଷ୍ଟଇଣ୍ଡିଜ ୪୦.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୬୨ ରନ୍‌ କରିବାରେ ସଫଳ ହୋଇଥିଲେ।
୩୧୮ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜର ଦୁଇ ଓପନର ଡିଏଣ୍ଡ୍ରା ଡଟିନ ଓ ହାଲେ ମାଥ୍ୟୁସ ଜବରଦସ୍ତ ଆରମ୍ଭ ଦେଇଥିଲେ। ୧୨ ଓଭରରେ ଉଭୟ ୧୦୦ ରନ୍‌ କରି ଭଲ ଷ୍ଟାର୍ଟ ଦେଇଥିଲେ। ୪୬ ବଲ୍‌ରେ ୬୨ ରନ୍‌ କରିଥିବା ଡଟିନଙ୍କୁ ସ୍ନେହା ରଣା ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ମେଘନା ସିଂହ କାଇଶୋନା ନାଇଟ(୫) ଓ ଅଧିନାୟକ ଷ୍ଟେଫାନୀ ଟେଲର୍‌(୧)ଙ୍କୁ ଆଉଟ କରି ଭାରତର ବିଜୟ ପଥ ପରିଷ୍କାର କରିଥିଲେ। ଫର୍ମରେ ଥିବା ମାଥ୍ୟୁସ ୪୩ ରନ୍‌ କରି ସ୍ନେହା ରଣାଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ପରେ ୱେଷ୍ଟଇଣ୍ଡିଜ ବ୍ୟାକ୍‌ ଫୁଟକୁ ଚାଲି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri